ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଗହମରେ ଚିକିତ୍ସା: ଏହି ୫ଟି ରୋଗରୁ ମୁକ୍ତି ପାଇବେ

ଗହମକୁ ସମସ୍ତେ ଗୋଟିଏ ଶସ୍ୟ ଭାବରେ ଜାଣନ୍ତି ଓ ଏହା ଆମ ଭାରତୀୟ ମାନଙ୍କର ମୁଖ୍ୟ ଖାଦ୍ୟପଦାର୍ଥ ଭିତରୁ ଗୋଟିଏ l ଗହମରେ ଆମେ ରୁଟି ,ଛତୁଆ ଓ ଖିରି ଇତ୍ୟାଦି ପ୍ରସ୍ତୁତ କରି ଖାଇବାକୁ ଭଲ ପାଇଥାଉ l ଏହା ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ହେବ ସହିତ ସୁସ୍ୱାଦୁ ଖାଦ୍ୟ ମଧ୍ୟ ଅଟେ

ଏହା ହୁଏତ ଖୁବ କମ ଲୋକ ଜାଣିଥିବେ ଯେ ଗହମର କିଛି ଔଷଧୀୟ ଗୁଣ ମଧ୍ୟ ରହିଛି ,ଯାହାକୁ ଆୟୁର୍ବେଦରେ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ l ଆସନ୍ତୁ ଆଜି ଜାଣିବା ଗହମର ଔଷଧୀୟ ଗୁଣ ବିଷୟରେ l

* କାଶ ରୋଗ -କାଶ ଗୋଟିଏ ଏପରି ରୋଗ ଯାହା ଖରା ବର୍ଷ ଏବଂ ଶୀତ ଯେକୌଣସି ସମୟରେ ମଧ୍ୟ ହୋଇଥାଏ l ଯଦି ଆପଣଙ୍କର କାଶ ହେଉଛି ତେବେ କିଛି ଭଙ୍ଗା ଗହମ ଖଣ୍ଡ ନେଇ ତାହାକୁ ପାଣିରେ ସିଝାନ୍ତୁ l ଏହାପରେ ସେହି ପାଣିରେ କିଛି ସୈନ୍ଧବ ଲାବନ ମିଶାଇ ପିଇବା ଦ୍ୱାରା କାଶ ରୋଗ ଠିକ ହୋଇଯାଇଥାଏ l ଏହି ପାଣିକୁ ଆପଣ ଦିନକୁ ଚାରି ରୁ ପାଞ୍ଚ ଥର ପିଇ ପାରିବେ l ନଚେତ ଗହମକୁ ପୋଡି ପାଉଁଶ ପ୍ରସ୍ତୁତ କରନ୍ତୁ ,ଏହାପରେ ଅଧଗ୍ରାମ ପାଉଁଶରେ କିଛି ମହୁ ମିଶାଇ ସେବନ କରିବା ଦ୍ୱାରା କାଶ କମି ଯାଇଥାଏ l

* ପରିସ୍ରା ପୋଡା -ଦରଫୁଟା ଗହମକୁ ଦୁଇ ଚାମଚ ନେଇ ରାତିସାରା ପାଣିରେ ଭିଜାଇ ରଖନ୍ତୁ l ଏହାପରେ ସକାଳୁ ସେହି ପାଣିକୁ ଛାଣି ସେଥିରେ କିଛି ମିସିରି ଗୁଣ୍ଡ ମିଶାନ୍ତୁ l ଏହି ପାଣିକୁ ଯଦି ଆପଣ ତିନିଦିନ ରୁ ଚାରିଦିନ ପର୍ଯ୍ୟନ୍ତ ପିଇବେ ତେବେ ଆପଣଙ୍କ ପରିସ୍ରା ପୋଡା ଭଲ ହୋଇଯିବ l ଏହା ପେଟକୁ ଥଣ୍ଡା ମଧ୍ୟ ପ୍ରଦାନ କରିଥାଏ l

* ଦେହ କୁଣ୍ଡାଇ ହେଲେ -ଯଦି କେତେବେଳେ ଆପଣଙ୍କର ଶରୀର କୁଣ୍ଡାଇ ହୋଇ କିଛି ଋବିରିବି ହୋଇ ଫଳି ଯାଉଥିବାର ଆପଣ ଦେଖୁଛନ୍ତି ତେବେ ଆପଣ ଗହମରେ ଏହାର ଉପଚାର କରି ପାରିବେ l ଗୋଟିଏ ମାଟି ହାଣ୍ଡିରେ ଛୋଟ କଣା ଟିଏ କରନ୍ତୁ ଓ ତା ଭିତରେ କିଛି ଗହମ ରଖନ୍ତୁ l ଏହାପରେ ଏହି ହାଣ୍ଡିତିକୁ ନେଇ ଚୁଲିରେ ବସାନ୍ତୁ l ଆପଣ ଦେଖିବେ ହାଣ୍ଡିଟି ଗରମ ହେଲା ପରେ ଗହମରୁ କିଛି ତେଲିଆ ଅଂଶ ବାହାରିବାର ଦେଖା ଯିବା l ଏହାପରେ ଆପଣ ସେହି ଗହମକୁ ଟିକିଏ କ୍ଷୀରପକାଇ ବାଟି ଶରୀରରେ ଲଗାଇଲେ କୁଣ୍ଡାଇ ହେବା କମିଯିବ l

* ହୃଦୟ ରୋଗ – ଗହମକୁ ଛୋଟ ଛୋଟ କରି ଭାଙ୍ଗି ଦିଅନ୍ତୁ ଓ ସେଥିରେ କିଛି ଅର୍ଜୁନ ଗଛର ଛେଲିକୁ ଗୁଣ୍ଡ କରି ମିଶାନ୍ତୁ l ଏହାପରେ ଏହି ଦୁଇଟି ଜିନିଷକୁ ଗରମ କରନ୍ତୁ ଓ ଗୁଣ୍ଡ କରି ଗୋଟିଏ ସ୍ଥାନରେ ରଖନ୍ତୁ l ଯେତିକି ଗୁଣ୍ଡ ହୋଇଛି ସେଥିରେ ତିନିଗୁଣ ଅଧିକ ମହୁ ମିଶାଇ ପ୍ରତେକ ଦିନ ୧୦ ଗ୍ରାମ ମାତ୍ରାରେ ସେବନ କରିବା ହୃଦରୋଗୀ ମାନଙ୍କ ପାଇଁ ହିତକର ଅଟେ l

* ପୋଡା ଘା -ବେଳେବେଳେ ହାତରେ କିଛି ଗରମ ଜିନିଷ ପଡିଗଲେ ହାତ ପୋଡ଼ିଯାଇ ଥାଏ l ସେହି ପୋଡି ଯାଇଥିବା ସ୍ଥାନଟି ବେଳେବେଳେ ବଡ଼ ଘାର ଆକାର ଧାରଣା କରିବାସହିତ ସୁଖିବାକୁ ଅନେକ ଦିନ ଲାଗିଥାଏ l ସେହି ସମୟରେ ଆପଣ ଗହମ ଅଟାରେ କିଛି ମାତ୍ରାରେ ହଳଦୀ ଗୁଣ୍ଡ ମିଶାଇ ପୋଡା ଘା ରେ ଲଗାଇବା ଦ୍ୱାରା ଏହା ଶୀଘ୍ର ଭଲ ହୋଇଯାଇଥାଏ l

Show More

Related Articles

Back to top button