ଶରୀରରେ ପ୍ରୋଟିନର କମିକୁ ଦୂର କରିବା ସହିତ ଓଜନ କମାଇବାରେ ସାହାଯ୍ୟ କରିଥାଏ ଏହି ୫ଟି ପରିବା
ଆମ ମାନଙ୍କର ଧାରଣା ରହିଛି ସାକାହାରୀ ଖାଦ୍ୟ ଖାଇବା ଦ୍ୱାରା ମାଂସାହାର ଖାଦ୍ୟରେ ଯେଉଁ ପ୍ରୋଟିନ ମିଳିଥାଏ ତାହା ଆମ ଶରୀରକୁ ମିଳି ନଥାଏ l ଆପଣ ଶୁଣିଥିବେ ଯେ ଶରୀରକୁ ପ୍ରୋଟିନ ମିଳିବ ପାଇଁ ଆମିଷ ଖାଇବା ନିହାତି ଆବଶ୍ୟକ ଅଟେ l କିନ୍ତୁ କିଛି ଲୋକ ଏହି ବିଷୟରେ ଜାଣିଲେ ମଧ୍ୟ ଆମିଷ ଖାଇବାକୁ ଇଛା କରନ୍ତି ନାହିଁ l ତେଣୁ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ ,ଆପଣ ଜାଣିଲେ ଖୁସି ହେବେଯେ ସାକାହାରୀ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ମଧ୍ୟ ମିଳି ପାରିବ ଭରପୁର ପ୍ରୋଟିନ
ଆଜି ଆସନ୍ତୁ ଜାଣିବା ସେହିପରି କିଛି ପାରିବ ବିଷୟରେ l
* ବ୍ରୋକଲି -ଆପଣ ଜାଣିଥିବେ ସମସ୍ତେ ବ୍ରୋକଲି ହେଉଛି ଗୋଟିଏ ଶୀତଦିନିଆ ପାରିବା l ଏହାକୁ ଯଦି ଆପଣ ଖାଉନାହାନ୍ତି ତେବେ ତୁରନ୍ତ ଖାଇବା ଆରମ୍ଭ କରନ୍ତୁ l କାରଣ ଏହି ଶୀତଦିନିଆ ପରିବଟି ଆମ ଶରୀରକୁ ଭରପୁର ମାତ୍ରାରେ ଆଇରନ ସହିତ ପ୍ରୋଟିନ ଯୋଗାଇଥାଏ l ଆମ ଶରୀରର ସମସ୍ତ ପ୍ରକାରର ପୋଷାକ ତତ୍ଵକୁ ପୁରା କରିବା ପାଇଁ କିଛି ମାତ୍ରାରେ ବ୍ରୋକଲି ଖାଇବା ଆବଶ୍ୟକ l ଯେଉଁ ମାନେ ନିଜର ଓଜନ ପ୍ରତି ସଜାଗ ଅଟନ୍ତି ସେହି ଭଳି ବ୍ୟକ୍ତି ମାନେ ସାପ୍ତାହକୁ ଅତି କମରେ ତିନିଥର ବ୍ରୋକଲି ଖାଇବା ଉଚିତ l
* ଫୁଲକୋବି -ଶୀତଦିନେ ଆମେ ଏହି ପାରିବ ଟିକୁ ପ୍ରାୟତଃ ସବୁବେଳେ ବଜାରରେ ଦେଖିବାକୁ ପାଉ ଏବଂ ଫୁଲକୋବି ଆମ ସମସ୍ତଙ୍କ ପସନ୍ଦ ଯୋଗ୍ୟ ପାରିବ ଅଟେ l ଫୁଲ କୋବିରେ ପ୍ରୋଟିନ ,ପୋଟାସିୟମ ,ମ୍ୟାଗନେସିୟମ ,ଫାଇବର ଓ ଆଇରନ ଭାରି ହୋଇ ରହିଛି l ଏହି ପ୍ରତ୍ୱେକଟି ପୋଷାକ ତତ୍ୱ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ l ତେଣୁ ଥରେ ଭାବି ଦେଖନ୍ତୁ ଯଦି ଏହି ସବୁ ପୋଷାକ ତତ୍ୱ ଯୁକ୍ତ ଫୁଲ କୋବିକୁ ଆପଣ ଶୀତଦିନରେ ଖାଇବେ ତେବେ ଆପଣଙ୍କ ଶରୀର କେତେ ପ୍ରକାରର ପୋଷକତତ୍ୱ ପାଇବ l
* ପାଳଙ୍ଗ -ସବୁଜ ରଙ୍ଗର ପାଳଙ୍ଗ ଶାଗ ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳେ l ପାଳଙ୍ଗରେ ପ୍ରୋଟିନ ବ୍ୟତୀତ ଆଇରନ ,ଫାଇବର ଓ ଭିଟାମିନ-ବି ରହିଥାଏ l ଏହି ପୋଷକତତ୍ୱ ଗୁଡିକ ଆପଣଙ୍କ ଶରୀରକୁ ରକ୍ତ ହୀନତାରୁ ରକ୍ଷା କରିବା ସହିତ ପେଟକୁ ମଧ୍ୟ ସୁସ୍ଥ ରଖିଥାଏ l
* ମକା -ପାରିବ ମାନଙ୍କ ଭିତରେ ଆଉ ଗୋଟିଏ ଶସ୍ୟ ମଧ୍ୟ ଶୀତଦିନେ ଉତ୍ପାଦନ ହେବାର ଦେଖା ଯାଇଥାଏ l ମକା ଏପରି ଏକ ଶସ୍ୟ ଯେଉଁଥିରେ ପ୍ରୋଟିନ ,ଆଇରନ ,କ୍ୟାଲସିୟମ ଓ ଫାଇବର ଭାରି ହୋଇ ରହିଛି l ମକା ଓଜନ ନିୟନ୍ତ୍ରଣ କରିବା ସହିତ ହାଡ଼କୁ ମଧ୍ୟ ମଝବୁତ କରେ l ଉତର ଭାରତର ଲୋକମାନେ ମକା ଅଟାରେ ପ୍ରସ୍ତୁତ ରୁଟି ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି ,କାରଣ ଏଥିରେ ଫାଇବର ଥିବା ହେତୁ ପେଟକୁ ଭର୍ତି ରଖିବା ସହିତ ସୁସ୍ଥ ମଧ୍ୟ ରଖିଥାଏ l
* ଆଳୁ -ସମସ୍ତଙ୍କର ପ୍ରାୟ ଧାରଣା ରହିଛି ଆଳୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ଓ ସେଥିରେ କେବଳ କାର୍ବୋ ହାଇଡ୍ରେଡ଼ ରହିଛି l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ରନ୍ଧା ଯାଇଥିବା ଅଳୁରେ ପ୍ରୋଟିନ ,ପୋଟାସିୟମ ,ଭିଟାମିନ-ସି ଓ ଫାଇବର ଅଧିକ ମାତ୍ରାରେ ମିଳିଥାଏ l ଠାରେ ଏହି କାରଣରୁ ଭାବି ଦେଖନ୍ତୁ ଆଳୁ ଆପଣଙ୍କ ପାଇଁ କେତେ ଲାଭଦାୟକ l