ସ୍ୱାସ୍ଥ୍ୟ

ଗୁଆରେ ଚିକିତ୍ସା: ମିଳିଥାଏ ଏହି ୫ଟି ରୋଗରୁ ଫାଇଦା

ଆମ ଭାରତୀୟ ମାନଙ୍କୁ ପାନ ଖାଇବା ଖୁବ ପସନ୍ଦ ଅଟେ l କିନ୍ତୁ ଗୁଆ ବିନା ପାନ ଅଧୁରା ,କାରଣ ପାନର ସ୍ୱାଦ କୁ ଦ୍ୱିଗୁଣିତ କରିଥାଏ ଗୁଆ l ତେଣୁକରି ଆମେ ସମସ୍ତେ ଗୁଆ ସହିତ ପରିଚିତ ,ଆହୁରି ମଧ୍ୟ ଆମ ହିନ୍ଦୁ ପରିବାରରେ ସମସ୍ତ ପୂଜା ପାଠ ଓ ଶୁଭ କାର୍ଯ୍ୟରେ ଗୋଟା ଗୁଆର ଆବଶ୍ୟକତା ପଡିଥାଏ l କିନ୍ତୁ ଏହାର କିଛି ଔଷଧୀୟ ଗୁଣ ରହିଛି ଯାହାକୁ ଆପଣ ଜାଣି ନଥିବେ l ଆଜି ଆସନ୍ତୁ ଜାଣିବା ଗୁଆର ଔଷଧୀୟ ଗୁଣ ବିଷୟରେ-

* ଦାନ୍ତ ରୋଗ -ଆମମାନଙ୍କର ଦାନ୍ତ ରୋଗ ବିଭିନ୍ନ କାରଣରୁ ହୋଇଥାଏ l ଏହି ଦାନ୍ତ ରୋଗ ବେଳେ ବେଳେ ଏତେ ଅସହ୍ୟ ହୋଇଯାଏ ଯେ ଯାହା ଯୋଗୁ ଆମେ ବେଳେବେଳେ ଦାନ୍ତ ଓପାଡିବାକୁ ବାଧ୍ୟ ହୋଇଥାଉ l କିନ୍ତୁ ଗୁଆରେ ଏମିତି କିଛି ଔଷଧୀୟ ଗୁଣ ରହିଛି ଯାହା ଦାନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ଗୁଆଁକୁ ପୋଡି ପାଉଁଶ ପ୍ରସ୍ତୁତ କରନ୍ତୁ ,ସେଥିରେ କିଛି ସୈନ୍ଧବ ଲୁଣ ଓ ଫିଟିକିରି ଗୁଣ୍ଡ ମିଶାନ୍ତୁ l ଏହାପରେ ଏହି ମିଶ୍ରଣକୁ ଗୋଟିଏ ଜାଳି ସାହାଯ୍ୟରେ ଚଳାଇ ନିଅନ୍ତୁ l ଏହାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦାନ୍ତ ମୂଳରେ ମାଲିସ କରିବା ଦ୍ୱାରା ସମସ୍ତ ପ୍ରକାରର ଦାନ୍ତ ରୋଗରୁ ଲାଭ ମିଳିଥାଏ l

* ପିଲାଙ୍କ ନାଭି ପାଚିଲେ -ଛୋଟ ପିଲାଙ୍କର ନାଭି ପାଚିବା ଏକ ସାଧାରଣ ସମସ୍ୟା l ଯଦି ଏପରି କେବେ କୌଣସି ଛୋଟ ପିଲାର ହେଉଛି ତେବେ ଗୋଟିଏ ଗୁଆକୁ ଚନ୍ଦନ ପେଡ଼ିରେ ଘୋରି ନାଭି ଉପରେ ଓ ଚାରି ପାଖରେ ଲଗାନ୍ତୁ ଦେଖିବେ କିଛି ଦିନ ପରେ ନଭିତ୍ତି ଶୁଖିଯିବା l

* ବଦହଜମି ଓ ପିତା ବାନ୍ତି -କୌଣସି ବ୍ୟକ୍ତିଙ୍କର ପେଟରେ କିଛି ସମସ୍ୟ ଦେଖା ଦେଲେ ବଦହଜମି ଓ ପୀତବାନ୍ତି ହୋଇଥାଏ l ଯଦି ଆପଣଙ୍କର ଏହି ସମସ୍ୟା ଦେଖା ଦେଉଛି ତେବେ ଆପଣ କଞ୍ଚା ଗୁଆକୁ ଚାଉଳଧୂଆ ପାଣିରେ ବାଟି ସେଥିରେ କିଛି ମହୁ ମିଶାଇ ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହେବ l

* ପୁରୁଣା ଘା ସୁଖୁନଥିଲେ – ବେଳେ ବେଳେ ଛୋଟ ଛୋଟ ଖଣ୍ଡିଆ ବଡ ଘାର ଆକାର ମଧ୍ୟ ଧାରଣ କରିଥାଏ l ଏହି ସବୁ ଘା ଶୁଖିବା ପାଇଁ ଦୀର୍ଘ ସମୟ ମଧ୍ୟ ଲାଗେ ଆମେ ବିଭିନ୍ନ ପ୍ରକାରର ଔଷଧରେ ଉପଚାର କରି ମଧ୍ୟ ଯନ୍ତ୍ରଣା ଅନୁଭ କରୁ ଏହି ସମସ୍ୟା ଦେଖା ଦେଲେ କଞ୍ଚା ଗୁଆକୁ ଘୋରି ଘା ଉପରେ ଲେପ ଦିଅନ୍ତୁ l ଦେଖିବେ କିଛି ଦିନ ପରେ ଆପଣଙ୍କ ଘାଟି ଧୀରେ ଧୀରେ ସୁଖିବାକୁ ଲାଗିବ l

* ଥଣ୍ଡା ଜନିତ ସମସ୍ୟା -ଶୁଖିଲା ଗୁଆକୁ କିଛି ଭାଜି ଗୁଣ୍ଡ କରନ୍ତୁ ,ଏହାପରେ ଏହି ଗୁଣ୍ଡରୁ ଦୁଇଗ୍ରାମ ଚୂର୍ଣ୍ଣକୁ ୧୦ ଗ୍ରାମ ମିଶିରୀ ଗୁଣ୍ଡରେ ମିଶାଇ ଉଷୁମ ଗାଇକହିର ସହିତ ପିଲେ ଥଣ୍ଡା ,କଫ ଓ ବାତ ସମସ୍ୟା ଦୂର ହୋଇଥାଏ l

Show More

Related Articles

Back to top button