Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ସ୍କୁଲମାନଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଆଦେଶ

୬୦ ପ୍ରତିଶତରୁ କମ୍ ଉପସ୍ଥାନରେ ଛାତ୍ରଛାତ୍ରୀ ଦେଇପାରିବେନି ପରୀକ୍ଷା

ଦିଲ୍ଲୀ ସରକାରୀ ବିଦ୍ୟାଳୟ ଓ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେବା ପାଇଁ ଏଣିକି ନିୟମିତ ସ୍କୁଲ ଯିବାକୁ ପଡିବ। ବିଦ୍ୟାଳୟରେ ଉପସ୍ଥାନ ହାର କମିଲେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ ହେବାକୁ ପଡିବ। ଦିଲ୍ଲୀ ସରକାରଙ୍କ ଅନୁସାରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଅନୁନ୍ୟ ୬୦ ପ୍ରତିଶତ ଉପସ୍ଥାନ ରହିବା ଦରକାର । ଏହି ନିୟମ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଜୁଯ୍ୟ ହେବ । ଏ ବାବଦେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନିୟମିତ ରୂପେ ଫୋନ କଲ, ଏସଏମଏସ, ହ୍ୱାଟସ୍‌ ଆପ୍ ଅଥବା ମେଲ ଯୋଗେ ସୂଚିତ କରାଯିବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନର ଶିକ୍ଷକ ଏକ ସମ୍ପୂର୍ଣ୍ଣ ଚାର୍ଟ ପ୍ରସ୍ତୁତ କରିବେ ଯାହାକୁ ଅନଲାଇନର ଜମା କରାଯାଇଥିବା ପରଫର୍ମାନ୍ସ ପ୍ରୋଫାଇଲ ସହ ସଂଯୁକ୍ତ କରାଯିବ। ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ. ସିହ୍ନା ଗତ ସପ୍ତାହରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ କମ୍‌ ଉପସ୍ଥାନ ପ୍ରସଙ୍ଗ ଉଠାଇଥିଲେ।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସକୁ ନେଇ ପ୍ରଶ୍ନ କରିଥିଲେ। ସିହ୍ନାଙ୍କ ତାଗିଦ ପରେ ଶିକ୍ଷା ନିର୍ଦ୍ଦେଶାଳୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସୁଧାର ଲାଗି ପଦକ୍ଷେପ ନେଇଛନ୍ତି। ଏ ବାବଦେ ସମସ୍ତ ବିଦ୍ୟାଳୟଙ୍କୁ ସୂଚିତ କରିଦିଆଯାଇଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ମଧ୍ୟ ଜଣାଇ ଦିଆଯିବ ବୋଲି କୁହାଯାଇଛି। ଏଥିରେ ଛାତ୍ର ଅଥବା ଛାତ୍ରୀର ବିଦ୍ୟାଳୟରେ ୬୦ ପ୍ରତିଶତରୁ କମ୍ ଉପସ୍ଥାନ ରହିଲେ ବାର୍ଷିକ ପରୀକ୍ଷାରେ ବସାଇ ଦିଆଯିବନି ବୋଲି କୁହାଯାଇଛି।

Show More

Related Articles

Back to top button