Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାଇରାଲ ହେଉଛି ‘ୱାନ ୱାର୍ଡ’ tweet

ବାଇଡେନ ଓ ସଚ୍ଚିନ ମଧ୍ୟ କରିଛନ୍ତି ପୋଷ୍ଟ

ଟ୍ୱିଟର ମାନେ କିଛି ନା କିଛି ଟ୍ରଣ୍ଡ କରିବ ନିଶ୍ଚୟ। ତେବେ ଗତ କିଛି ଦିନ ହେଲା ଏହି ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମରେ ଯାହା ଟ୍ରେଣ୍ଡ କରୁଛି ତାହା କେବଳ ନୂଆ ନୁହେଁ ଅନନ୍ୟ ମଧ୍ୟ। ଯେଉଁଥିରେ କୌଣସି ହାସ୍ ଟ୍ୟାଗ୍ ନାହିଁ କି କୌଣସି ପ୍ରସଙ୍ଗରେ ମଧ୍ୟ ନୁହେଁ। ତଥାପି ଏକ ଢାଞ୍ଚା ପରି ପୃଥକ ପୃଥକ ଶୃଙ୍ଖଳା, ବିଭାଗ, ବିଚାରଧାରା ଓ କ୍ଷେତ୍ରର ଲୋକେ ଏହି ଟ୍ରେଣ୍ଡର ଅଂଶବିଶେଷ ହୋଇଗଲେଣି। ଏହି ଟ୍ରେଣ୍ଡ ହେଉଛି ‘ୱାନ ୱାର୍ଡ’ ଟ୍ୱିଟ୍‌ର ଟ୍ରେଣ୍ଡ। ଏହି ଟ୍ରେଣ୍ଡରେ ଏବେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ନାସାଙ୍କ ଭଳି ସଂସ୍ଥା ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ଠାରୁ ଆରମ୍ଭ କରି ସଚ୍ଚିନ ତେନ୍ଦୁଲକର ପ୍ରମୁଖ ୱାନ ୱାର୍ଡ ଟ୍ୱିଟ୍‌ କରି ଟ୍ରେଣ୍ଡକୁ ଆଗକୁ ବଢାଉଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କେବଳ ଗୋଟିଏ ୱାର୍ଡ ‘ଏକତା’ ପୋଷ୍ଟ କରିଛନ୍ତି। ସେହିପରି ସଚ୍ଚିନଙ୍କ ଶବ୍ଦ ଥିଲା ‘କ୍ରିକେଟ’ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ଶବ୍ଦ ‘ଡେମୋକ୍ରାସୀ’ ପୋଷ୍ଟ କରିଛନ୍ତି। ଏଥିରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ତାଙ୍କର ଗୋଟିଏ ୱାର୍ଡ ‘ୟୁନିଭର୍ସ’କୁ ଟ୍ରେଣ୍ଡ କରାଇଛନ୍ତି।

ଏପର୍ଯ୍ୟନ୍ତ ଏହି ଭଳି ଲକ୍ଷଲକ୍ଷ ଟ୍ୱିଟ୍ ହୋଇସାରିଲାଣି। ଯେଉଁ ବେଗରେ ଏହି ଟ୍ୱିଟ୍‌ ଟ୍ରଣ୍ଡ କରୁଛି ଏଥିରୁ ଏହା ଢେର ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଆକଳନ କରାଗଲାଣି। ଏଥିରେ ଏବେ ଆହୁରି ଅନେକ ଗଣ୍ୟମାଣ୍ୟ ଲୋକେ ମଧ୍ୟ ନିଜକୁ ସାମିଲ କରିବେ ବୋଲି ଅନୁମାନ କରାଯାଉଥିବା ବେଳେ ଆସନ୍ତୁ ଜାଣିବା କିପରି ଆରମ୍ଭ ହେଲା ଟ୍ରେଣ୍ଡ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକା ଟ୍ରେନ ସର୍ଭିସ ସମ୍ପର୍କିତ ଏକ କମ୍ପାନୀ ଏମଟ୍ରେକ୍‌ ସର୍ବ ପ୍ରଥମେ ଏକ ଟ୍ୱିଟ୍ କରିଥିଲା। ଏହି ଟ୍ୱିଟ୍ ଶୁକ୍ରବାର ମଧ୍ୟାହ୍ନ ସାଢେ ୧୨ଟା ବେଳେ କରାଯାଇଥିଲା। ଏହି ଟ୍ୱିଟ୍‌ରେ କମ୍ପାନୀ କେବଳ ଗୋଟିଏ ଶବ୍ଦ ‘ଟ୍ରେନ୍’ ଟ୍ୱିଟ୍‌ କରିଥିଲେ। ଏହି ଟ୍ୱିଟ୍‌ ନଜରରେ ପଡିବା ପରେ ଏବେ ସାରା ବିଶ୍ୱରେ ଟ୍ରେଣ୍ଡ କରିବାରେ ଲାଗିଛି। ଏଥିରେ କେବଳ ସାଧାରଣ ୟୁଜର ଅଥବା ସେଲିବ୍ରିଟି ନୁହନ୍ତି ବଡ ବଡ ଅନୁଷ୍ଠାନମାନେ ମଧ୍ୟ ଏବେ ସାମିଲ ହୋଇଯାଇଛନ୍ତି।

Show More

Related Articles

Back to top button