ସ୍ୱାସ୍ଥ୍ୟ

ୟୁରିକ ଏସିଡ ନିୟନ୍ତ୍ରଣ କରିବ ଘରୋଇ ଉପାୟ

ଆପଣାନ୍ତୁ ଏହି ୩ଟି ଜିନିଷ

ୟୁରିକ ଏସିଡ ସମସ୍ୟା ପ୍ରାୟତଃ ଆଜିକାଲି ସମସ୍ତଙ୍କ ପାଖରେ ଦେଖା ଯାଉଛି ,ଏହା ଏସିଡର ସ୍ତରକୁ ଶରୀରରେ ବଢ଼ାଇ ଦେଇଥାଏ l ଯେଉଁ କାରଣରୁ ରୋଗୀକୁ ଯନ୍ତ୍ରଣା ଓ ପାଦ ଫୁଲିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l ଗବେଷକ ମାନଙ୍କ ମତରେ ୟୁରିକ ଏସିଡକୁ ଘରୋଇ ଚିକିତ୍ସା ଦ୍ୱାରା ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ l ୟୁରିକ ଏସିଡ ହେବା ଦ୍ୱାରା ବେଳେ ବେଳେ ହାତ ଓ ଗୋଡ କୁଣ୍ଡାଇ ମଧ୍ୟ ହୋଇଥାଏ l ଏପରି କିଛି ପାନୀୟ ଅଛି ଯାହା ୟୁରିକ ଏସିଡର ମାତ୍ରାକୁ ଆମ ଶରୀରରେ କମ କରିଥାଏ l

* ଭୃଷୁଙ୍ଗ ପତ୍ରର ଜୁସ -ଭୃଷୁଙ୍ଗ ପତ୍ର ୧୨ ରୁ ୧୫ ଟି ନିୟନ୍ତୁ ଓ ଏହାକୁ ଭଲ ଭାବରେ ଧୋଇ ନିଅନ୍ତୁ l ଏହାପରେ ଗ୍ରାଇଣ୍ଡରରେ ଭଲରେ ପେଷିନେଇ ଏଥିରେ ଏକ ଗ୍ଲାସ ପାଣି ମିଶାନ୍ତୁ l ଏହାକୁ ଗୋଟିଏ ଛଣା ସାହାଯ୍ୟରେ ଛାଣି ସେବନ କରନ୍ତୁ l ଏହି ଜୁସ ରକ୍ତରେ ୟୁରିକ ଏସିଡର ମାତ୍ରାକୁ ନିୟନ୍ତ୍ରଣ କରିବ l

* ଜୁଆଣିରେ ପ୍ରସ୍ତୁତ କାଢା -ଜୁଆଣି ଶରୀରରେ ଫୁଲାକୁ କମାଇବରେ ସାହାଯ୍ୟ କରିଥାଏ l ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଚାମଚ ଜୁଆଣିକୁ ଏକ ଗ୍ଲାସ ପାଣି ଢାଳି ୬ ଘଣ୍ଟା ପର୍ଯ୍ୟନ୍ତ ବତୁରାଈ ରଖନ୍ତୁ l ଏହାପରେ ଏହି ବତୁରା ଯାଇଥିବା ଜୁଆଣି ପାଣିକୁ ଆଞ୍ଚ ଉପରେ ବସାଇ ୧୫ ମିନିଟ ଫୁଟାନ୍ତୁ l ତାପରେ ଏହାକୁ ଗୋଟିଏ ଛଣା ସାହାଯ୍ୟରେ ଛାଣି ଲେମ୍ବୁ ରସ ମିଶାଇ ପିଅନ୍ତୁ l

* ପୁଦିନା ପାଣି -ୟୁରିକ ଏସିଡ ରୋଗୀ ମାନଙ୍କର ବେଳେ ବେଳେ ହାତ ଓ ପାଦରେ ପୋଡା ହୋଇଥାଏ l ଏପରି ହେବା ସମୟରେ ପୁଦିନା ପତ୍ରରେ ପ୍ରସ୍ତୁତ ପାନୀୟ ପିଇବା ଆବଶ୍ୟକ l ୧୦ ଟି ପୁଦିନା ପତ୍ର ନେଇ ସଫା କରି ତାହାକୁ ଗ୍ରାଇଣ୍ଡରରେ ପକାଇ ପେଷି ଦିଅନ୍ତୁ l ଏହାପରେ ଏହାକୁ ଗୋଟିଏ ଗ୍ଲାସ ପାଣି ଢାଳି ୧୦ ମିନିଟ ପର୍ଯ୍ୟନ୍ତ ଆଞ୍ଚରେ ବସାଇ ଫୁଟାନ୍ତୁ l କିଛି ସମୟ ଥଣ୍ଡା ହୋଇଗଲା ପରେ ଏହାକୁ ଛାଣି ଖାଲି ପେଟରେ ପିଅନ୍ତୁ l

Show More

Related Articles

Back to top button