Breaking PLUSଓଡ଼ିଶାମୁଖ୍ୟ ଖବର

କୁହୁଡି ଆସ୍ତରଣରେ ପୂରା ରାଜ୍ୟ, ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଆଶଙ୍କା

କୁହୁଡି ଆସ୍ତରଣରେ ପୂରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି । ସକାଳ 7ଟାରେ ବି କୁହୁଡି । ଫଳରେ ପାଖରେ ଥିବା ଜିନିଷ ଦୃଶ୍ୟମାନ ହେଉନି । ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛନ୍ତି ।

କୁହୁଡି ଆସ୍ତରଣରେ ପୂରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି । ସକାଳ 7ଟାରେ ବି କୁହୁଡି । ଫଳରେ ପାଖରେ ଥିବା ଜିନିଷ ଦୃଶ୍ୟମାନ ହେଉନି । ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛନ୍ତି ।

ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ସେକି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ବଙ୍ଗୋପସାଗର ଆଖପାଖ ଅଞ୍ଚଳ ତଥା ଓଡ଼ିଶା ଉପରେ ବର୍ତ୍ତମାନ ଏକ ଗୁରୁଚାପ ବଳୟ ରହିଛି।

ଏହା ପ୍ରଭାବରେ ବାୟୁମଣ୍ଡଳ ଏବେ ଶାନ୍ତ ରହିଥିବା ବେଳେ ଆକାଶ ନିର୍ମଳ ରହିଛି। ଏଣେ ବାୟୁମଣ୍ଡଳରେ ପ୍ରଚୁର ପରିମାଣର ଜଳୀୟ ବାଷ୍ପ ଥିବାରୁ ରାଜ୍ୟରେ ଘନ କୁହୁଡ଼ି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି।

ଏହି ଗୁରୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି।

Show More

Related Articles

Back to top button