Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆଜିି ବସିବ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ

କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଏହାକୁ କୋଟି କୋଟି ଜଗନ୍ନାଥ ପ୍ରେମି ଚାହିଁ ରହିଛନ୍ତି । ଏଭଳି ସମୟରେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ

କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଏହାକୁ କୋଟି କୋଟି ଜଗନ୍ନାଥ ପ୍ରେମି ଚାହିଁ ରହିଛନ୍ତି । ଏଭଳି ସମୟରେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ । ଆଲୋଚନା ପୂର୍ବରୁ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ ଓ ପାଣିଆ ନିଯୋଗର ସଂପାଦକମାନେ କହିଛନ୍ତି ମନ୍ଦିର ଖୋଲିବା ଆବଶ୍ୟକ ଏବଂ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷା କରିଛି । ମହାମାରୀ କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।

ଗତ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ନିଜେ ଏହି ବୈଠକ ଡାକିଥିଲେ। ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସମେତ ବରିଷ୍ଠ ସେବାୟତ, ମନ୍ଦିର ସହ ସମ୍ପୃକ୍ତ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିବାକୁ ଯାଉଥିବାବେଳେ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ରାଜ୍ୟ ବାହାରର ଅନ୍ୟ ଦେବାବେଦୀ ମନ୍ଦିର ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା। ରାଜ୍ୟ ବାହାରେ ଯେଉଁ ଦେବାଦେବୀ ମନ୍ଦିର ଖୋଲାଯାଇଛି, ତାହା କେଉଁଭଳି ଚାଲିଛି, ସେ ଉପରେ ସମୀକ୍ଷା କରାଯାଇଥିଲା। କ’ଣ ସବୁ କଟକଣା ଲଗାଯାଇଛି, ତା’ର ବିବରଣୀ ବି ପ୍ରସ୍ତୁତ ହୋଇଥିଲା। ସେହି ଆଧାରରେ ଶ୍ରୀମନ୍ଦିର ଖୋଲିପାରିବ କି ନାହିଁ ସେନେଇ ମତ ସଂଗ୍ରହ କରାଯାଇଥିଲା।

ତଥାପି କରୋନା ସଂକ୍ରମଣକୁ ରୋକିବା ଦିଗରେ ଯଥେଷ୍ଟ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଥିଲା। ଖୁବଶୀଘ୍ର ଆଉ ଏକ ବୈଠକ ଡାକିବାକୁ ନିଷ୍ପତ୍ତି ହୋଇଛି। ସେବାୟତ ଓ ଅନ୍ୟମାନଙ୍କ ସହ ପର୍ଯ୍ୟାପ୍ତ ଆଲୋଚନା ଓ ବିଚାରବିମର୍ଶ ପରେ କେତେ ତାରିଖରୁ ଶ୍ରୀମନ୍ଦିର ଖୋଲିଲେ ଠିକ୍‌ ହେବ ସେ ଉପରେ ସମ୍ଭାବ୍ୟ ତାରିଖ ଧାର୍ଯ୍ୟ ହେବ। ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଜୋରସୋର‌ରେ ପ୍ରସ୍ତୁତି ଜାରି ରଖିଛି। ସମ୍ଭାବ୍ୟ ତାରିଖ ଧାର୍ଯ୍ୟ ହେବା ପରେ ଏହା ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ପଡ଼ିବ। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ ହେବ।

Show More

Related Articles

Back to top button