Breaking PLUSଓଡ଼ିଶାମୁଖ୍ୟ ଖବର

#AskOdishaFoodMinister, ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଭିନବ ପ୍ରୟାସ

ଚଳିତ ବର୍ଷ ଖରିଫ ଋତୁ ୨୦୨୦-୨୧ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁରହିଛ । ଅନେକ ସ୍ଥାନରେ ଚାଷୀ ମାନେ କିଛି କିଛି ସମସ୍ୟାରେ ଥିବା ନେଇ ଖବର ଆସୁଛି। ତେବେ ଚାଷୀମାନଙ୍କ ସମସ୍ୟାର ସମାଧାନ କରିବା ସହ ତାଙ୍କ ଅଭିଯୋଗ ଶୁଣିବା ପାଇଁ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି।

ଚଳିତ ବର୍ଷ ଖରିଫ ଋତୁ ୨୦୨୦-୨୧ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁରହିଛ । ଅନେକ ସ୍ଥାନରେ ଚାଷୀ ମାନେ କିଛି କିଛି ସମସ୍ୟାରେ ଥିବା ନେଇ ଖବର ଆସୁଛି। ତେବେ ଚାଷୀମାନଙ୍କ ସମସ୍ୟାର ସମାଧାନ କରିବା ସହ ତାଙ୍କ ଅଭିଯୋଗ ଶୁଣିବା ପାଇଁ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି। ରାଜ୍ୟରେ ଚାଷୀମାନଙ୍କ ଧାନ ବିକ୍ରି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହ ତାହାର ନିରାକରଣ କରିବା ପାଇଁ ଆସନ୍ତା ଡିସେମ୍ବର ୨୨ ତାରିଖ ଅପରାହ୍ନ ୩ଟା ସମୟରେ ଫେସବୁକ ଲାଇଭ ମାଧ୍ୟମରେ ଚାଷୀଭାଇ ଏବଂ ଏଥି ସହିତ ଜଡିତ ଅନ୍ୟାନ୍ୟ ହିତାଧିକାରୀଙ୍କ ସିଧାସଳଖ ପ୍ରଶ୍ନର ଉତ୍ତର ଦେବେ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ନେଇ ମନ୍ତ୍ରୀ ଟ୍ୱିଟରରେ ସୂଚନା ଦେଇଛନ୍ତି।
ଟ୍ୱିଟରରେ ସୂଚନା ଦେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଲେଖିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ମୋ ସରକାର” ଓ “5T” ର ନୀତି ଏବଂ ଆଦର୍ଶକୁ ଆମ ବିଭାଗ କାର୍ଯ୍ୟକାରୀ କରୁଅଛି । ଚଳିତ ବର୍ଷ ଖରିଫ ଋତୁ ୨୦୨୦-୨୧ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁରହିଛ।
ଏଥିସହିତ ରାଜ୍ୟରେ ଚାଷୀମାନଙ୍କ ଧାନ ବିକ୍ରି ସମ୍ବନ୍ଧୀୟ ବିଭିନ୍ନ ସମସ୍ଯାକୁ ବୁଝି ତାହାର ନିରାକରଣ କରିବା ପାଇଁ ଆସନ୍ତା ଡିସେମ୍ବର ୨୨ତାରିଖ ଅପରାହ୍ନ ୩ଟା ସମୟରେ ଫେସବୁକ ଲାଇଭ ମାଧ୍ୟମରେ ମୁଁ ଚାଷୀଭାଇ ଏବଂ ଏଥି ସହିତ ଜଡିତ ଅନ୍ୟାନ୍ୟ ହିତାଧିକାରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି।
ଧାନ ସଂଗ୍ରହ ସମ୍ବନ୍ଧୀୟ ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ ତେବେ ଡିସେମ୍ବର ୧୯ ତାରିଖ ସୁଦ୍ଧା ମୋ ଫେସବୁକ ପେଜ କିମ୍ବା ଟୁଇଟରରେ #AskOdishaFoodMinister ବ୍ୟବହାର କରି ଜଣାନ୍ତୁ।
Show More

Related Articles

Back to top button