ଦେଶ ବିଦେଶସ୍ୱାସ୍ଥ୍ୟ

ଔଷଧୀୟ ଗୁଣରେ ଭରପୁର ତୁଳସୀ ମଞ୍ଜି

ଆସନ୍ତୁ ପଢିବା ସେ ବିଷୟରେ-

ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ଗଛ ସମସ୍ତଙ୍କ ଘର ଅଗଣାରେ ପୂଜା ପାଇଥାଏ l ଏହି ଗଛଟି ଘରେ ଘରେ ବନ୍ଦନୀୟ ହେବ ସହିତ ଏହାର ପତ୍ରକୁ ବିଶେଷ କରି ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଏ l କିନ୍ତୁ ଆପଣ ମାନେ ଜାଣି ନଥିବେ କି ତୁଳସୀ ଗଛର ମଞ୍ଜିରେ ମଧ୍ୟ ବିଭିନ୍ନ ରୋଗର ନିରାକରଣ ହୋଇଥାଏ l ଆୟୁର୍ବେଦ ଔଷଧ ରେ ତୁଳସୀ ମଞ୍ଜି ବହୁତ ମହତ୍ୱ ରହିଛି l ଆସନ୍ତୁ ଆଜି ଜାଣିବା ତୁଳସୀ ମଞ୍ଜୀର ଔଷଧୀୟ ଗୁଣ ବିଷୟରେ l

* ଆଣ୍ଠୁଗଣ୍ଠି ଫୁଲା -ତୁଳସୀ ମାନଜୀର ଆଣ୍ଟି ଇଂଫ୍ଲେମେଟରୀ ଗୁଣ ଅଛି ,ଯାହା କିଶରୀରର ଯେ କୌଣସି ଅଂଶ ଫୁଲିଥିଲେ ଓ ଦରଜ ହୋଇଥିଲେ ଏହାର ବ୍ୟବହାର ଦ୍ୱାରା ଠିକ ହୋଇ ଯାଇଥାଏ l ତୁଳସୀ ମଞ୍ଜିକୁ ଶୁଖାଇ ଆମେ ନିୟମିତ ଉଷୁମ ପାଣିରେ ଖାଇ ପାରିବା l

* ପାଚନ ଶକ୍ତି ବଢ଼ାଇଥାଏ -ତୁଳସୀ ମଞ୍ଜିରେ ଜିଲେଟନ୍‌ ଫାଇବର ଥିବାରୁ ଏହାକୁ ଖାଇଲେ ହଜମ ଶକ୍ତି ବଢ଼ାଇ ଥାଏ l ଏଥିରେ ଫାଇବର ଥିବାରୁ ଏହା ଆମ ପାଚନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l

* ହୃଦୟ ସୁସ୍ଥ ରଖେ -ଆମ ଶରୀରରେ କୋଲେଷ୍ଟ୍ରଲ ମାତ୍ର ଅଧିକ ହେଲେ ହୃଦଘାତ ରେ ଆକ୍ରାନ୍ତ ହୋଇଥାଉ l ତେଣୁ ଆମେ ସନ୍ତୁଳିତ ଏହାର ଖାଇବା ଆବଶ୍ୟକ l ଏହା ସହିତ ଆପଣ ମାନେ ଜାଣି ରଖନ୍ତୁ ହୃଦ ଘାତର ଆଉ ଗୋଟିଏ କାରଣ ହେଲା ଉଚ୍ଚ ରକ୍ତଚାପ l ତେଣୁ ଏହି ସବୁ ଠିକ ରଖିବା ପାଇଁ ତୁଳସୀର ମଞ୍ଜି ନିୟମିତ ଖାଇବା ଉଚିତ ଏହା ଆମ ଶରୀରର ଲିପିଡ଼ ସ୍ତର କୁ ବଢ଼ାଇ ଥାଏ ଓ ହୃଦୟକୁ ସୁରକ୍ଷିତ ରଖିଥାଏ l

Show More

Related Articles

Back to top button