ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଥକାପଣ ଦୂର କରିବା ସହିତ ଶରୀରର ଅଧିକାଂଶ ରୋଗକୁ ଦୁରକରେ ଏହି ପାନୀୟ

ଆସନ୍ତୁ ଜାଣିବା

ଆମେ ସକାଳୁ ଉଠିଲା ବେଳକୁ ବେଳେବେଳେ ଆମକୁ ଥକା ଲାଗିଥାଏ l ଯେତେ l ଯୋଗ ,ଏକ୍ସରସାଇଜ ଇତ୍ୟାଦି କରିଲା ପରେ ମଧ୍ୟ ଆମର ଥକାପଣ ଦୂର ହୋଇନଥାଏ l ଯେତେ ଯାହା କଲେ ମଧ୍ୟ ମାନ୍ଦା ମାନ୍ଦା ଲାଗିଥାଏ l ଯଦି ଏହିପରି କିଛି ଦିନ ଲଗାତାର ଭାବରେ ଲାଗିଲା ତେବେ ନିଜ ଖାଦ୍ୟରେ କିଛିଟା ଜିନିଷକୁ ସାମିଲ କରିବା ଆବଶ୍ୟକ l କାରଣ ଆମର ଦିନଚର୍ଯ୍ୟା ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ l ଯଦି ଆମେ ଉପଯୁକ୍ତ ଖାଦ୍ୟ ନଖାଇଥାଉ ତେବେ ଥକାପଣ ସହିତ ହେମୋଗ୍ଲୋବିନ କମିଥାଏ , ଆମର ଇମ୍ୟୁନିଟି ମଧ୍ୟ ଦୁର୍ବଳ ହୋଇଥାଏ , କେଶ ମଧ୍ୟ ଝଡିଥାଏ ଇତ୍ୟାଦି ସମସ୍ୟା ଦେଖାଦେଇଥାଏ l ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ବ୍ୟକ୍ତିମାନଙ୍କ ଖାଦ୍ୟରେ ଆଣ୍ଟି ଆକ୍ସିଡେଣ୍ଟ ସାମିଲ କରାଯାଏନି , ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ l ତେଣୁ ଆମେ ଘରୋଇ ଉପାୟରେ କିପରି ଭାବରେ ଏହାର ଉପଚାର କରିପାରିବl ଆସନ୍ତୁ ଜାଣିବା l

ହେମୋଗ୍ଲୋବିନ କମ ହେବାର ସମସ୍ୟା –

ବେଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତିମାନେ ସବୁବେଳେ ଥକାପଣ ଦ୍ୱାରା ପ୍ରଭାବିତ ରହୁଛନ୍ତି ,ସେମାନେ ନିଜର ହେମୋଗ୍ଲୋବିନ ସ୍ତରକୁ ପରୀକ୍ଷା କରିବା ଆବଶ୍ୟକ l ହେମୋଗ୍ଲୋବିନ କମିଲେ କେବଳ ଥକା ଲାଗିନଥାଏ ,ତା ସହିତ କେଶ ଝଡ଼ିବା ସମସ୍ୟା ଓ ଇମ୍ୟୁନିଟି ମଧ୍ୟ କମିଯାଇଥାଏ l ତେଣୁ ପ୍ରତ୍ୟେକଦିନ ସକାଳୁ ଘରେ ତିଆରି ହୋଇଥିବା ଏନର୍ଜିରେ ଭରପୁର ଡ୍ରିଂକ୍ସ ପ୍ରସ୍ତୁତକରି ପିଅନ୍ତୁ l ଏହି ଡ୍ରିଙ୍କସକୁ ତିଆରି କରିବା ପାଇଁ ବିଟ ରୁଟ ,ଗାଜର ,କିଛି ଧନିଆପତ୍ର ,ଖଣ୍ଡେ ଅଦା ,କିଛି ଡାଳିମ୍ବ ଓ ଫାଳେ ଲେମ୍ବୁ l ସବୁ ଜିନିଷକୁ ଭଲଭାବରେ ଧୋଇ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ l ତା ପରେ ଏଥିରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ l

ନୀତିଦିନ ଏହି ଡ୍ରିଂକ୍ସ ପିଇବା ଦ୍ୱାରା ଆପଣଙ୍କୁ ଫୁର୍ତି ଲାଗିବା ସହିତ କାମ କରିବାକୁ ଶକ୍ତି ମଧ୍ୟ ମିଳିବ l ଏହା ସହିତ ଶରୀରରେ ମେଟାବୋଲିଜିମ ସ୍ତର ଉନ୍ନତ ହେବ l ତା ସହିତ ରକ୍ତ ସଫା ହେବ , ତ୍ୱଚା ଉପରେ ମଧ୍ୟ ପ୍ରଭାବ ପକାଇବା ଯେପରିକି ବ୍ରଣ ଇତ୍ୟାଦି ଦୂର ହେବ ସହିତ ତ୍ୱଚାରେ ଚମକ ଆସିବା l ଗାଜର ଓ ବିଟ ରୁଟ ରହିଥିବା କାରଣରୁ ଏହି ପାନୀୟ ହୃଦରୋଗୀ ମାନଙ୍କ ପାଇଁ ହିତକର l ଶରୀରରେ ହେମୋଗ୍ଲୋବିନ ସ୍ତର ଠିକ ରହିବ ସହିତ ରକ୍ତ ସର୍କରାକୁ ନିୟନ୍ତ୍ରଣ କରିଥାଏ l ଏଥିରେ କ୍ୟାଲୋରୀ କାମ ଥିବା କାରଣରୁ ଓଜନ ମଧ୍ୟ ହ୍ରାସ ହୋଇଥାଏ l

Show More

Related Articles

Back to top button