ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଋତୁରେ ହଳଦୀ ଶରୀର ପାଇଁ ଖୁବ ଉପକାରୀ

ହଳଦୀର ରହିଛି ନିଜସ୍ୱ ଆଣ୍ଟିସେପ୍ଟିକ ଓ ଆଣ୍ଟି ବାୟୋଟିକ ଗୁଣ ,କିନ୍ତୁ ଶୀତଦିନେ କ୍ଷୀର ସହିତ ହଳଦୀର ମିଶ୍ରଣ ଅନେକ ରୋଗକୁ ଆମ ଶରୀରରୁ ଦୂରେଇଥାଏ

ଆପଣମାନେ ସମସ୍ତେ ଜାଣନ୍ତି କ୍ଷୀର ଅନେକ ଗୁଡିଏ ପୋଷକତତ୍ୱରେ ଭରପୁର ଅଟେ l ଏହି ଦୁଇଟିର ସମିଶ୍ରଣ ଅମୃତ ସମାନ ଆମସାରିର ପାଇଁ l ଆଗକୁ ଆସୁଛି ସୀତା ୠତୁ , ଶୀତଋତୁରେ ଆମେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଉ l ସେଇ ସବୁ ଥିରୁ ନିଜକୁ ଦୁରେଇ ରଖିବା ପାଇଁ ହଳଦୀ ମିଶ୍ରିତ କ୍ଷୀର ପିଇବା ନିହାତି ଆବଶ୍ୟକ l

* ସର୍ଦି ହେଲେ

ଥଣ୍ଡା , କାଶ,ଓ କଫ ହେଲେ ହଳଦୀ ମିଶ୍ରିତ କ୍ଷୀର ସେବନ କରିବା ଶରୀର ପାଇଁ ହିତକର ହୋଇଥାଏ l ଏହାଦ୍ୱାରା ଥଣ୍ଡା କାଶ ଠିକ ହୋଇଥାଇ ଥାଏ , ତା ସହିତ ଗରମ କ୍ଷୀର ପିଇବା ଦ୍ୱାରା ଛାତିରେ ଜମିଥିବା କଫ ମଧ୍ୟ ବାହାରି ଯାଇଥାଏ l ତେଣୁକରି ଶୀତଦିନେ କ୍ଷୀର ହଳଦୀ ପିଇବା ଲାଭଦାୟକ l

* ହାଡ଼କୁ ମଜବୁତ ରଖେ

ଖିରରେ କ୍ୟାଲସିୟମ ଥିବା ହେତୁ ହାଡ ସୁସ୍ତ ରହିଥାଏ ଓ ହଳଦୀର ଗୁଣ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ l ହଳଦୀ ଓ କ୍ଷୀର ମିଶ୍ରଣରେ ହାଡର ଅନ୍ୟ ସମସ୍ୟା ଯାହା ଶୀତଦିନେ ଦେଖା ଦେଇ ଥାଏ ତାହା ଠିକ ହୋଇଥାଏ l

*ପଚନ ତନ୍ତ୍ର କୁ ଠିକ ରଖେ

ଶୀତଦିନେ ଦିନ ଛୋଟ ହେତୁ ବେଳେ ବେଳେ ଆମର ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ l ଯଦି ଆମେ ହଳଦୀ ଯୁକ୍ତ କ୍ଷୀର ସେବନ କରିବା ତେବେ ଆମର ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l ତେଣୁ ଦିନକୁ ଥରଟିଏ ହେଲେ ମଧ୍ୟ ପିଇବା ଆବଶ୍ୟକ l ପେଟର ଅଲସର , ଡାଇରିଆ ଇତ୍ୟଦି ସମସ୍ୟା ମଧ୍ୟ ଠିକ ହୋଇଥାଏ l

*ଗଣ୍ଠି ଯନ୍ତ୍ରଣା

ଶୀତଦିନେ ପ୍ରାୟ ବୟସ୍କ ଠାରୁ ନେଇ ଯୁବକ ପର୍ଯ୍ୟନ୍ତ ଗଣ୍ଠି ଯନ୍ତ୍ରଣାରେ ପୀଡିତ ହୋଇଥାନ୍ତି l ହଲ;ଆଦି ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥଏ l ଏହି କ୍ଷୀର ମାଂସ ପେଶୀକୁ ମଧ୍ୟ ସୁଦୃଢ କରିଥାଏ l

Show More

Related Articles

Back to top button