ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ନିମ୍ବର ଘରୋଇ ଉପଚାର

ନିମ୍ବ ଏକ ଔଷଧୀୟ ବୃକ୍ଷ । ଏହାର ପତ୍ରଠାରୁ ଆରମ୍ଭ କରି କାଠ ପର୍ଯ୍ୟନ୍ତ ସବୁଥିରେ ଔଷଧୀୟ ଗୁଣ ଭରି ରହିଛି

ନମ୍ବର ଔଷଧୀୟ ଗୁଣ ମଣିଷର ଅନେକ ରୋଗ ପାଇଁ ବରଦାନ ସଦୃଶ୍ୟ । ଏହାକୁ ଖାଇବା ଦ୍ୱାରା ଶରୀର ଅଧିକାଂଶ ରୋଗ ଦୂର ହେବା ସହ ତ୍ୱଚା ସମ୍ବନ୍ଧୀୟ ରୋଗକୁ ମଧ୍ୟ ଦୂର କରିଥାଏ । ନିମ୍ବରେ ପ୍ରାକୃତିକ ଔଷଧୀୟ ଗୁଣ ଭରି ରହିଛି । ଏହି ଔଷଧୀୟ ଗୁଣ ପାଇଁ ଆଦିମକାଳରୁ ଲୋକମାନେ ନିମ୍ବ ଗଛକୁ ପୂଜା କରି ଆସୁଛନ୍ତି । କିମ୍ବା ପତ୍ରରେ ଆଣ୍ଟି ବ୍ୟାକେଟରିଆ ଓ ଆଣ୍ଟି ଭାଇରେଲ୍ ଥିବା କାରଣରୁ ଏହା ତ୍ୱା ପାଇଁ ଅଧିକ ଫଳପ୍ରଦ । ତ୍ୱଚା ପାଇଁ ପ୍ରାକୃତିକ ଜିନିଷ ସହ ଘରୋଇ ଉପଚାର ବେଶି ଲାଭଦାୟକ । କାରଣ ଘରୋଇ ଉପଚାରରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନ ଥାଏ । ତ୍ୱଚା ପାଇଁ ନିମ୍ବ : ନିମ୍ବର ଔଷଧୀୟ ଗୁଣ ତ୍ୱଚା ପାଇଁ ବେଶ୍ ଲାଭଦାୟକ । ପ୍ରତ୍ୟେକ ଦିନ ନିମ୍ବ ପତ୍ରର ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ । କିଛି ନିମ୍ବ ପତ୍ରକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ପାଣିର ରଙ୍ଗ ସବୁଜ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ପରେ ଏହାକୁ ଥଣ୍ଡା କରି ତୁଳା ସାହାଯ୍ୟରେ ମୁହଁକୁ ପୋଛନ୍ତୁ । କିଛି ସମୟ ରଖିବା ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏପରି ପ୍ରତ୍ୟେକ ଦିନ କଲେ ମୁହଁରେ ଥିବା କଳାଦାଗ ଲିଭିଯିବା ସହ ତ୍ୱଚାର ଉଜ୍ଜ୍ୱଳତା ବଢ଼ିଥାଏ । ଯଦି ଆପଣଙ୍କ ତ୍ୱଚାରେ ଅତ୍ୟଧିକ କଳା ଦାଗ ଅଛି ଏବଂ ଆପଣଙ୍କର ତ୍ୱଚା ଅଧିକ କୋମଳ ବା ସେନସିଟିଭ୍ ତେବେ ୨-୩ ବୁନ୍ଦା ନିମ୍ବତେଲ ପାଣିରେ ମିଶାଇ ପ୍ରତ୍ୟେକ ଦିନ ଲଗାନ୍ତୁ । ଧୀରେ ଧୀରେ କଳା ଦାଗ କମିଯିବ । ୧୦ ଟି ନିମ୍ବ ପତ୍ରରେ କମଳା ଚୋପାକୁ ପକାଇ ପାଣିରେ ଫୁଟାନ୍ତୁ । ଏହା ଟିକେ ବହଳିଆ ହୋଇଯିବା ପରେ ଏହାକୁ ଫେସ୍ ପ୍ୟାକ୍ କରି ମୁହଁରେ ଲଗାନ୍ତୁ । ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏପରି ସସ୍ତାହକୁ ଦୁଇ ଥର କଲେ ବ୍ରଣ କମି ଯାଇଥାଏ । ନିମ୍ବ ପତ୍ର ସହ ଅଳ୍ପ ତୁଳସୀ ପତ୍ର ମିଶାଇ ପେଷ୍ଟ ତିଆରି କରନ୍ତୁ । ସେଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇଲେ ଏହା ତ୍ୱଚାର ଚମକ ବଢ଼ିଥାଏ । ନିମ୍ବପତ୍ର, ହଳଦୀ, କାକୁଡି ମିଶାଇ ପେଷ୍ଟ ତିଆରି କରି ଏହାକୁ ମୁହଁରେ ଲଗାନ୍ତୁ ।

ଅଧଘଣ୍ଟେ ପରେ ଓଦା କନାରେ ଭଲ ଭାବେ ପୋଛି ଦିଅନ୍ତୁ । ଏପରି କଲେ ତ୍ୱଚା ନରମ ହେବା ସହ ସୁନ୍ଦର ଦେଖାଯାଏ । ଯଦି ଆପଣଙ୍କର ତ୍ୱଚା ତେଲିଆ ହୋଇଥାଏ ତେବେ ନିମ୍ବ ପତ୍ରର ପାଉଡରରେ ଲେମ୍ବୁରସ, କ୍ଷୀରସର ମିଶାଇ ପେଷ୍ଟ ତିଆରି କରିମୁହଁରେ ଲଗାନ୍ତୁ । ଏହା ଦ୍ୱାରା ମୁହଁରେ ଚମକ ଆସିବା ସହ ତେଲିଆ ମାତ୍ରାକୁ କମାଇଥାଏ । ତ୍ୱଚା ପାଇଁ ନିମ୍ବକୁ ଟୋନର ଭାବେ ମଧ୍ୟ ବ୍ୟବହାର କରିପାରିବେ । ପ୍ରତ୍ୟେକ ଦିନ ଏହାକୁ ବ୍ୟବହାର କଲେ ତ୍ୱଚାରେ ପଡୁଥିବା କଳା ଦାଗ ସହ ଚର୍ମ ଲୋଚାକୋଚାରୁ ଉପଶମ ପାଇପାରିବେ । କେଶ ପାଇଁ ନିମ୍ବ: ତ୍ୱଚା ସହ କେଶ ପାଇଁ ନିମ୍ବ ବହୁତ ଉପକାରୀ । କେଶର ଅନେକ ସମସ୍ୟା ନିମ୍ବ ଦୂର କରିଥାଏ । ନିମ୍ବ ତେଲ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେଶ ମୂଳରେ ନିମ୍ବ ତଲେ ମାଲିସ କଲେ କେଶ ମୋଟା ହେବା ସହ ଶକ୍ତ ହୋଇଥାଏ । ଯଦି ଆପଣଙ୍କ ମୁଣ୍ଡରେ ରୁପି ହୋଇଥାଏ ତେବେ ନିମ୍ବ ପତ୍ରର ପାଉଡରକୁ ପାଣିରେ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ କେଶରେ ଲଗାଇ କିଛି ସମୟ ଶୁଖିବାପାଇଁ ଛାଡି ଦିଅନ୍ତୁ । ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ସାମ୍ପୁ କରନ୍ତୁ । ଏପରି କରିବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଯିବ । ନିମ୍ବ ପତ୍ରକୁ ପାଣିରେ ଫୁଟାଇ ରଖନ୍ତୁ । ସେହି ପାଣିରେ ମହୁ ମିଶାଇ କେଶରେ ଲଗାଇଲେ କେଶ ନରମ ହେବା ସହ ରୁପି ମଧ୍ୟ ହୋଇ ନ ଥାଏ । ନିମ୍ବ ପତ୍ରକୁ ପାଣିରେ ପକାଇ ସବୁଜ ରଙ୍‌ଗ ବେହା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହି ପାଣିକୁ ଥଣ୍ଡା କରି ରଖି ଦିଅନ୍ତୁ । ମୁଣ୍ଡରେ ସାମ୍ପୁ କରି ସାରିବା ପରେ ଏହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ରୁପି ସମସ୍ୟା ଦୂର ହେବା ସହ କେଶ ବୃଦ୍ଧି ହୋଇଥାଏ ।

Show More

Related Articles

Back to top button