୩ ହଜାର ଟଙ୍କା ଶସ୍ତାରେ ମିଳୁଛି ସୁନା, ଜାଣନ୍ତୁ ରୂପାର ଦାମ୍ ଏବେ କେତେ ?
ଧିରେଧିରେ କମିବାରେ ଲାଗିଛି ସୁନାର ଦାମ୍ । କରୋନା ପୂର୍ବରୁ ଏହାର ମୂଲ୍ୟ ୫୦ ହଜାର ଉପରେ ରହିଥିବା ବେଳେ ଏବେ ଏହା ଶସ୍ତା ହେବାରେ ଲାଗିଛି ।

ଯଦି ଆପଣଙ୍କ ଘରେ ବାହାଘର ହେବାର ଅଛି ଏବଂ ଆପଣ ସୁନା ଗହଣା କିଣିବା ପାଇଁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର । କାରଣ ସୁନା ରେକର୍ଡ ସ୍ତର ଠାରୁ ଏବେ ୩ ହଜାର ଟଙ୍କା ଶସ୍ତା ହୋଇଛି । ଗୁରୁବାର ଦିଲ୍ଲୀ ସରଫା ବଜାରରେ ସୁନାର ଦାମ୍ରେ ମାମୁଲି ବୃଦ୍ଧି ହୋଇଛି । ପୂର୍ବ କାରବାରରେ ସରଫା ବଜାରରେ ସୁନା ୧୦ ଗ୍ରାମ ପ୍ରତି ୪୮,୧୭୫ ଟଙ୍କା ରହିଥିଲା । ସେହିପରି ରୂପା କେଜି ପ୍ରତି ୬୫,୨୬୮ଟଙ୍କାରେ ବିକ୍ରି ହୋଇଥିଲା ।
ଗତକାଲି ୪୯ ହଜାର ପାଖାପାଖି ସୁନାର ଦାମ୍ ରହିଥିଲା । ଗତବର୍ଷ ନଭେମ୍ୱର ମାସରେ ସୁନା ୫୨ ହଜାର ପାଖାପାଖି ବିକ୍ରି ହୋଇଥିଲା । ହେଲେ ବର୍ତ୍ତମାନକୁ ଦେଖିଲେ ଏହା ରେକର୍ଡ ସ୍ତର ଠାରୁ ୩୦୦୦ ଟଙ୍କା ଶସ୍ତାରେ ମିଳୁଛି । ସେହିପରି ରୂପା ରେକର୍ଡ ସ୍ତର ଠାରୁ ୧ ହଜାର ଟଙ୍କା ମହଙ୍ଗା ହୋଇଛି ।
କେମିତି ଜାଣିବେ ସୁନାର ଦାମ୍
କହିରଖୁଛୁ ଯେ ଆପଣ ଚାହିଁଲେ ଘରେ ବସି ମଧ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ୮୯୫୫୬୬୪୪୩୩ ନମ୍ୱରରେ ମିସ୍ଡ୍କଲ୍ କରିବାକୁ ପଡ଼ିବ । ପରେ ଆପଣଙ୍କ ପାଖକୁ ଏକ ମେସେଜ୍ ଆସିବ ଯେଉଁଥିରେ ଆପଣଙ୍କୁ ସୁନା ଏବଂ ରୁପାର ତାଜା ଦାମ୍ ଜଣାପଡ଼ିବ ।