ବାଣିଜ୍ୟ

ବିଦେଶରୁ ଟଙ୍କା ପଠାଇବାରେ ସବୁଠାରୁ ଆଗରେ ଭାରତୀୟ

୨୦୨୧ରେ ୮୭ ଆରବ ଡଲାର ପଠାଇବା ନେଇ ଆକଳନ

ବିଶ୍ୱ ବ୍ୟାଙ୍କ ଅନୁସାରେ, ସାରା ବିଶ୍ୱରେ ବିଦେଶରୁ ସ୍ୱଦେଶକୁ ଟଙ୍କା ପଠାଇବାରେ ଭାରତ ସବୁଠାରୁ ଆଗରେ । ୨୦୨୧ରେ ଭାରତକୁ ବିଦେଶରୁ ୮୭ ଆରବ ଡଲାର ପଠାଯାଇଛି । ଯେଉଁଥିରେ ୨୦ ପ୍ରତିଶତରୁ ଅଧିକ ଟଙ୍କା ଆମେରିକାରୁ ପଠାଯାଇଛି । ୱାଶଂଟନ୍‌ ସ୍ଥିତ ବିଶ୍ୱବ୍ୟାଙ୍କ ବୁଧବାର ଏନେଇ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଭାରତ ପରେ ଚୀନ୍‌, ମେକ୍ସିକୋ, ଫିଲିପାଇନ୍ସ ବିଦେଶରୁ ନିଜ ଦେଶକୁ ଟଙ୍କା ପଠାଇବାରେ ଆଗରେ ରହିଛନ୍ତି ।

ବିଶ୍ୱ ବ୍ୟାଙ୍କର ଏହି ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର ବିଭିନ୍ନ ଦେଶରୁ ଟଙ୍କା ପଠାଉଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଆଗରେ ରହିଛି । ଗତବର୍ଷ ଅପେକ୍ଷା ଏଥିରେ ଭାରତର ୪.୬ ପ୍ରତିଶତ ଅଭିବୃଦ୍ଧି ହୋଇ ୮୭ ବିଲିୟନ ଡ଼ଲାରରୁ ଉର୍ଦ୍ଧ୍ୱରେ ପହଞ୍ଚିବ ବୋଲି ଆଶା କରାଯାଉଛି । ୨୦୨୦ରେ ଭାରତରେ ୮୩ ବିଲିୟନ ଡଲାରରୁ ଅଧିକ ବିଦେଶରୁ ଟଙ୍କା ଆସିଥିଲରା । ବ୍ୟାଙ୍କ କହିଛି ଯେ, ୨୦୨୧ ମସିହାରେ ସ୍ୱଳ୍ପ ଏବଂ ମଧ୍ୟମ ଆୟ କରୁଥିବା ଦେଶରେ ଏହା ୭.୩ ପ୍ରତିଶତ ବୃଦ୍ଧି ହୋଇ ମୋଟ ୫୮୯ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ପୂର୍ବ ଆକଳନଠାରୁ ଏହା ଅଧିକ । ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତୀୟମାନେ ଘରକୁ ଟଙ୍କା ପଠାଉଥିବା କାରଣରୁ ବହୁ ପରିମାଣର ବୈଦେଶିକ ମୁଦ୍ରା ଦେଶକୁ ଆସିଥାଏ। ଏହି ପରିମାଣ ହାରାହାରି ବାର୍ଷିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗର ୬୦ ବିଲିୟନ ଡଲାରରୁ ଅଧିକ ।

Show More

Related Articles

Back to top button