ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ପଞ୍ଚୁକର ଶେଷଦିନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ, ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ

ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା । ପଞ୍ଚୁକର‌ ଆଜି ଶେଷ ଦିବସ । ଏହି ଅବସରରେ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ପ୍ରବଳ ଭିଡ଼ ଜମିବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ।

ଭକ୍ତ ମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ଥିବା ବେଳେ ସିଂହଦ୍ଵାର ସମ୍ମୁଖରୁ ପତିତପାବନ ଙ୍କ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି । ସେପଟେ ପୁରୀ ସମୁଦ୍ରରେ ଆଜି ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ସହ ବଡ଼ି ଭୋରରୁ ଯାଇ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ଡ଼ଙ୍ଗା ଭସାଇ ସୂର୍ଯ୍ୟ ଦର୍ଶନ କରିଛନ୍ତି ।

Show More

Related Articles

Back to top button