Breaking PLUSଓଡ଼ିଶାଜୀବନଚର୍ଯ୍ୟାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ଅଫଲାଇନ୍ ପରୀକ୍ଷାକୁ ନେଇ ବିରୋଧ କଲେ ଯୁକ୍ତ ୩ ଛାତ୍ରଛାତ୍ରୀ ।

ସେମିଷ୍ଟାର ପରୀକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଯୁକ୍ତ ୩  ଛାତ୍ରଛାତ୍ରୀ ।

 ସେମିଷ୍ଟାର ପରୀକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଯୁକ୍ତ ୩  ଛାତ୍ରଛାତ୍ରୀ । ପଞ୍ଚମ ସେମିଷ୍ଟାରର ପରୀକ୍ଷା ଅଫଲାଇନ୍ ମୋଡ୍ ରେ ହେବାକୁ ନେଇ ବିରୋଧ କରିଛନ୍ତି ଆନନ୍ଦପୁର ମହାବିଦ୍ୟାଳୟ ଛାତ୍ରଛାତ୍ରୀ । କଲେଜ ଗେଟ୍ ସମ୍ମୁଖରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି । ଛାତ୍ରଛାତ୍ରୀମାନେ ଅଫଲାଇନ୍ ପରୀକ୍ଷାକୁ ବାତିଲ୍ କରିବା ପାଇଁ ଦାବି କରିଛନ୍ତି । ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପଞ୍ଚମ ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ୨୧ରୁ ୨୯ ପର୍ଯ୍ୟନ୍ତ କରାଯିବ ବୋଲି ସ୍ଥିର କରାଯାଇଥିଲା ।ଯେହେତୁ ସବୁ ସ୍କୁଲ୍ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରୀକ୍ଷା ବି ଅଫଲାଇନରେ ହେବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀମାନେ ଏହାକୁ ସ୍ୱୀକାର କରୁନାହାଁନ୍ତି , ବିରୋଧ କରୁଛନ୍ତି । ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି, ଯେ ପାଠପଢା ଅନୁସାରେ ତାଙ୍କର କୋର୍ସ ସରିନାହିଁ । ଅନ୍ୟପକ୍ଷରେ ସେମାନଙ୍କ ପାଠପଢା ଠିକ୍ ଭାବରେ କରାଯାଇନାହିଁ । ଏ କଥା କଲେଜର ଅଧ୍ୟକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି । ପିଲାମାନଙ୍କ ସମସ୍ୟା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି କଲେଜ୍ ଅଧ୍ୟକ୍ଷ କହିଛନ୍ତି । ଯେହେତୁ ଛାତ୍ରଛାତ୍ରୀଙ୍କ ପାଠପଢା ଠିକ୍ ଭାବରେ କରାଯାଇନାହିଁ  । ସେମାନ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇନାହାଁନ୍ତି ,ସେଥିପାଇଁ ଛାତ୍ରଛାତ୍ରୀମାନେ ଆଫଲାଇନ୍ ପରୀକ୍ଷା ନ ହେବାକୁ ଦାବି କରିଛନ୍ତି ।

 

Show More

Related Articles

Back to top button