ଦେଶ ବିଦେଶବାଣିଜ୍ୟ

ଭାରତୀୟ ବଜାରକୁ ପୁଣି ଫେରିବ ଫୋର୍ଡ଼

ଫୋର୍ଡ କାରକୁ ପସନ୍ଦ କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର । ଆମେରିକୀୟ କମ୍ପାନୀ ପୋର୍ଡ ଭାରତକୁ ପୁଣି ଫେରିବା ନେଇ ସଙ୍କେତ ଦେଇଛି ।

କମ୍ପାନୀ ଏବେ ଇଲେକ୍ଟ୍ରିକ୍ ସେଗମେଣ୍ଟରେ ବଜାରରେ ନିଜର ଦମ୍ ଦେଖାଇବ । କମ୍ପାନୀ କାରର ରପ୍ତାନୀ ମଧ୍ୟ କରିବ । ଫୋର୍ଡ ଗତବର୍ଷ ସେପ୍ଟେମ୍ବରରେ ଭାରତରୁ ଚାଲି ଯାଇଥିଲା । ଫୋର୍ଡ ହେଉଛି ସେହି କମ୍ପାନୀ ଯାହାକୁ ପିଏଲଆଇ ସ୍କିମରେ ଭାରତୀୟ ବଜାରରେ ଅନୁମତି ମିଳିଛି । ଏହା ଇଲେକ୍ଟ୍ରିକ୍ କାର୍ ନିର୍ମାଣ ଓ ବିକ୍ରି ବାବଦରେ ଏକ ସ୍କିମ୍ ଅଟେ ।

କମ୍ପାନୀ ତିଆରି କରିବ ଇଲେକ୍ଟ୍ରିକ୍ କାର

କେନ୍ଦ୍ର ସରକାର ଫୋର୍ଡର ନାଁକୁ ସଟଲିଷ୍ଟ୍ କରିଛନ୍ତି । ଫୋର୍ଡ ଗୁଜୁରାଟର ସାଣନ୍ଦ ପ୍ଲାଣ୍ଟରେ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରିବ । ଦେଶରେ କମ୍ପାନୀର ଦୁଇଟି ପ୍ଲାଣ୍ଟ୍ ରହିଛି । କମ୍ପାନୀ ଏହାପୂର୍ବରୁ ଇଭି ଓ ବ୍ୟାଟେରୀରେ ୩୦ ବିଲିୟନ ଡଲାର ନିବେଶ କରିସାରିଛି ।

ଭାରତ ଛାଡିବା ପୂର୍ବରୁ ଫୋର୍ଡ ସାଣନ୍ଦ ଓ ମରାଇମଲାଇ ସ୍ଥିତ ପ୍ଲାଣ୍ଟରେ ଗାଡି ତିଆରି କରୁଥିଲା । ଏହାମଧ୍ୟରୁ ଗୋଟିଏ ପ୍ଲାଣ୍ଟରେ ଇଲେକ୍ଟ୍ରିକ୍ ଗାଡି ତିଆରି ହେବ ବୋଲି କମ୍ପାନୀ ସୂଚନା ଦେଇଛି । ଅର୍ଥାତ କମ୍ପାନୀ ଏବେ ଇଲେକ୍ଟ୍ରିକ୍ ବାହାନ ଉପରେ ବେଶି ଫୋକସ ଦେବ । ଫୋର୍ଡକୁ ମଞ୍ଜୁରି ମିଳିବା ପରେ ଟେସଲାକୁ ବଡ ଝଟକା ଲାଗିଛି । ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସଲା ଅନେକ ଦିନ ହେଲା ଭାରତୀୟ ବଜାରରେ କାରବାର କରିବାକୁ ଚାହୁଁଛି । କିନ୍ତୁ ଏବେସୁଦ୍ଧା ଟେସଲା ଦେଶରେ ନିଜର ପ୍ରଡକ୍ସନ ପ୍ଲାଣ୍ଟ ବାବଦରେ କିଛି କହି ନାହିଁ ।

Show More

Related Articles

Back to top button