ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତି

କୋଭିଡ କଟକଣା ମଧ୍ୟରେ ପାଳନ ହେବ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା

ରାତି ପାହିଲେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା

ଢେଙ୍କାନାଳ:  ରାତି ପାହିଲେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା । ଫଳରେ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମା ଗାଦିର ମହିମା ସାଧୁମାନେ ତାଙ୍କର ଏହି ବାର୍ଷିକ ଉତ୍ସବ ପାଇଁ ବେଶ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର କୋଭିଡ କଟକଣାକୁ ନଜରରେ ରଖି ଚଳିତ ବର୍ଷ ଯୋରନ୍ଦା ମେଳାକୁ କେବଳ ସାଧୁସନ୍ଥ ଓ ଗେରୁଆ ବସ୍ତ୍ରଧାରୀ ଭକ୍ତଙ୍କ ମଧ୍ୟରେ ସୀମିତ ରଖାଯାଇଛି । ଏପରିକି ଜିଲ୍ଲା ଓ ରାଜ୍ୟ ବାହାର ମଧ୍ୟ ଭକ୍ତଙ୍କୁ ଜୋରନ୍ଦା ବାରଣ କରାଯାଇଛି। ଫଳରେ ମହିମା ସାଧୁ କେବଳ ନୀତିକାନ୍ତିରେ ତାଙ୍କର ଏହି ବାର୍ଷିକ ପର୍ବକୁ ପାଳନ କରିବେ ବୋଲି ଜଣାପଡିଛି ।

ସୂଚନା ମୁତାବକ , ସମସ୍ତ ସାଧୁସନ୍ଥ ଏବଂ ଭକ୍ତମାନଙ୍କ କୋଭିଡ ପରୀକ୍ଷା କରାଯାଇ ସେମାନଙ୍କୁ ମେଳାରେ ସାମିଲ ପାଇଁ ଅନୁମତି ଦିଆଯାଇଛି । ସେଥିପାଇଁ ସେମାନେ ଆଗୁଆ ଆସି ମଠ ପରିସରରେ କୋଭିଡ ପରୀକ୍ଷା ନିମନ୍ତେ ଉପସ୍ଥିତ ଅଛନ୍ତି ।ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହ ମହିମା ଗାଦି ପରିସରରେ ଆଲୋକିକରଣ ଏବଂ ଜଳାଶୟ ଗୁଡିକରେ ବିଶୋଧନ କରାଯାଇଛି ।

ମହିମା ଧର୍ମର ପରମ୍ପରା ମୁତାବକ ଏହି ମେଳା ମାଘ ଶୁକ୍ଳ ଚତୁର୍ଦଶୀ ଅର୍ଥାତ ମଙ୍ଗଳବାର ପ୍ରଭୁ ପୁର୍ଣ୍ଣିମା ଓ ବୁଧବାର ଗୁରୁ ପୂର୍ଣ୍ଣିମା ଏପରି ଦୁଇଦିନ ବ୍ୟାପି ବେଶ ଧୁମ ଧାମରେ ପାଳିତ ହୁଏ । ମହିମା ସନ୍ନ୍ୟାସୀଙ୍କ ଏହି ୧୪୯ତମ ବାର୍ଷିକ ଉତ୍ସବ ଅବସରରେ ସାରା ବିଶ୍ୱର ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ ମାନେ ତାଙ୍କର ଏହି ମୁଖ୍ୟ ପୀଠ ମହିମଗାଦିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଯୋଗ ଦିଅନ୍ତି । ଫଳରେ ସ୍ଥାନୀୟ ଲୋକେ ଏହି ମେଳା କୁ ୭ଦିନ ବ୍ୟାପି ବେଶ ଧୁମ ଧାମରେ ପାଳନ୍ତି । କଟକଣା ଫଳରେ ପୀଠର ମହିମା ସାଧୁମାନେ କିପରି ତାଙ୍କର ନୀତି କାନ୍ତି ମୁତାବକ ପରମ୍ପରା ପାଳିବେ ସେଥିପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Show More

Related Articles

Back to top button