ବାଣିଜ୍ୟ

ଚଳିତବର୍ଷ ଭାରତରେ ଆମାଜନ ଦେବେ ୮ ହଜାର ଲୋକଙ୍କୁ ନିଯୁକ୍ତି, ଏହି ସବୁ ସେକ୍ଟରରେ ହେବ Hiring

ଇ-କମର୍ସ କମ୍ପାନୀ ଆମାଜନ ଚଳିତବର୍ଷ ଦେଶର ୩୫ଟି ବିଭିନ୍ନ ସହରରେ ଅନୁନ୍ୟ ୮ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବେ। କର୍ପୋରେଟ, ଟେକ୍ନୋଲଜି, କଷ୍ଟମର ସର୍ଭିସ ଏବଂ ଅପରେସନ ଲାଗି ୮ ହଜାର ଡାଇରେକ୍ଟ ଜବସ୍‌ ଲାଗି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯିବ।

ଆମାଜନଙ୍କ ଏଚଆର ଲିଡର କର୍ପୋରେଟ ( ଏସିୟା ପ୍ରଶାନ୍ତ, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା) ଦୀପ୍ତି ବର୍ମା ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ୩୫ ଭାରତୀୟ ସହରରେ ଏହି ସବୁ ପଦବୀ ରିକ୍ତ ହୋଇଛି। ଏହା ଛଡା ଆମେ ମେସିନ ଲର୍ଣ୍ଣିଂ ଓ ଆପ୍ଲାଏଡ ସାଇନ୍ସେସ ଲାଗି ମଧ୍ୟ ନିଯୁକ୍ତି ଦେଉଥିବା ସେ ସୂଚିତ କରିଛନ୍ତି। ସେହିପରି ଏଚଆର (ଫାଇନାନ୍ସ), ଲିଗାଲ ଭଳି ସପୋର୍ଟ ଫଙ୍କସନରେ ମଧ୍ୟ ଆମାଜନ ନିଯୁକ୍ତି କରିବେ। ଦୀପ୍ତିଙ୍କ ସୂଚନା ଅନୁସାରେ କମ୍ପାନୀ ୨୦୨୫ ସୁଦ୍ଧା ପ୍ରତ୍ୟକ୍ଷ ଓ ଅପ୍ରତକ୍ଷ୍ୟ ରୂପେ ଅନୁନ୍ୟ ୨୦ ଲକ୍ଷ ରୋଜଗାର ଅବସର ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏମିତିରେ କମ୍ପାନୀ ଭାରତରେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପେ ୧୦ ଲକ୍ଷ ରୋଜଗାର ସୃଷ୍ଟି କରିବାରେ ସଫଳ ହୋଇଥିବା ସେ କହିଛନ୍ତି।୨୦୨୦ରୁ ଭାରତରେ କରୋନା ଭାଇରସ ମହାମାରୀର ପ୍ରକୋପ ଲାଗି ରହିଛି। ମହାମାରୀ କାଳରେ ମଧ୍ୟ ଆମାଜନ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ନିଯୁକ୍ତି ଦେଇଛନ୍ତି।

ଏଥିରେ ଅନୁନ୍ୟ ୩ ଲକ୍ଷ ଲୋକେ ନିଯୁକ୍ତ ହୋଇଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଭର୍ଚୁଆଲି ଅନୁଷ୍ଠିତ ହୋଇଥିବାର ଦୀପ୍ତି ବର୍ମା କହିଛନ୍ତି। ଆମାଜନ ସେପ୍ଟେମ୍ବର ୧୬ ତାରିଖରେ ‘କ୍ୟାରିୟର ଡେ’ ଆୟୋଜନ କରିବେ। ଭର୍ଚୁଆଲି ଇଣ୍ଟରାକ୍ଟିଭ ଆମାଜନଙ୍କ ଲିଡରସିପ୍‌ ଓ ଏମ୍ପ୍ଲଇଜ୍ ଏକସାଙ୍ଗରେ ଆସି ଆମାଜନ କିପରି କାର୍ଯ୍ୟକରିବା ଲାଗି ଏକ ଉତ୍ତମ ସ୍ଥାନ ସେ ନେଇ ସେମାନଙ୍କ ଅଭିଜ୍ଞତା ଆଦାନପ୍ରଦାନ କରିବେ ବୋଲି ଦୀପିକା କହିଛନ୍ତି।ଏହି କାର୍ଯ୍ୟକ୍ରମରେ ୧୪୦ ଜଣ ଆମାଜନ ରିକୃଇଟର୍ସ ରୋଜଗାର ସନ୍ଧାନ କରୁଥିବା ଲୋକଙ୍କ ଲାଗି ୨ ହଜାର ନିଶୁଳ୍କ ଏବଂ ୱାନ-ଟୁ-ୱାନ କ୍ୟାରିୟର କୋଚିଂ ସେସନ୍ସ ଆୟୋଜନ ମଧ୍ୟ କରିବେ। ଯେଉଁଥିରେ ଚାକିରୀ ସନ୍ଧାନରେ ଥିବା ଲୋକଙ୍କୁ ରିଜ୍ୟୁମ ପ୍ରସ୍ତୁତି ଓ ଇଣ୍ଟରଭ୍ୟୁ ଟିପ୍ସ ମାର୍ଗଦର୍ଶନ କରିବେ। ଏଥିରୁ ପ୍ରତ୍ୟାସୀଙ୍କୁ ସେମାନଙ୍କ ନିମନ୍ତେ ଉପଯୁକ୍ତ କର୍ମସଂସ୍ଥାନ ସନ୍ଧାନ ଲାଗି ମଧ୍ୟ ସହାୟତା ମିଳିପାରିବ।

Show More

Related Articles

Back to top button