ଦେଶ ବିଦେଶମୁଖ୍ୟ ଖବର

ଆଫଗାନ ସରକାରଙ୍କ E-Mail ଆକାଉଣ୍ଟ ବନ୍ଦ କଲେ Google

ଆଫଗାନ ସରକାରଙ୍କ ସମ୍ବଦ୍ଧିତ ଅନେକ ଇ-ମେଲ ଆକାଉଣ୍ଟ ଗୁଗଲ ବନ୍ଦ କରିଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ବନ୍ଦ ହୋଇଥିବା ଆକାଉଣ୍ଟ ସଂଖ୍ୟା ନେଇ ଗୁଗଲ କୌଣସି ସୂଚନା ଦେଇ ନାହାନ୍ତି।

ଆଫଗାନିସ୍ତାନରେ ପୂର୍ବ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଆକାଉଣ୍ଟର ଦୂରୁପଯୋଗରୁ ତାଲିବାନକୁ ରୋକିବା ଲାଗି ଗୁଗଲ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଅନେକ ସରକାରୀ ଅଧିକାରୀ ଦେଶ ଛାଡି ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଆଶ୍ରଫ ଘନି ମଧ୍ୟ ଅଛନ୍ତି। ତେବେ ଗୁଗଲ ସରକାରୀ ଅଧିକାରୀମାନଙ୍କ ଇ-ମେଲ ଆକାଉଣ୍ଟ ଯେପରି ତାଲିବାନଙ୍କ ହାତରେ ନ ପଡେ ସେଥିଲାଗି ସେ ସବୁ ଆକାଉଣ୍ଟକୁ ବ୍ଲକ୍ କରିଦେଇଛନ୍ତି। ସେହିପରି ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସରକାରଙ୍କୁ ସମର୍ଥନ କରୁଥିବା ନାଗରିକଙ୍କୁ ତାଲିବାନ ଖୋଜି ଖୋଜି ହତ୍ୟା କରୁଥିବାର ଖବର ଆସୁଛି।

ଏଣୁ କର୍ତ୍ତୃପକ୍ଷ ସମସ୍ତ ସରକାରୀ ଅଧିକାରୀଙ୍କ ଆକାଉଣ୍ଟ ବ୍ଲକ କରିଛନ୍ତି।ତେବେ ଏ ନେଇ ଗୁଗଲ ଏକ ସ୍ପଷ୍ଟିକରଣ ମଧ୍ୟ ଦେଇଛନ୍ତି। ଏଥିଲାଗି ସୁରକ୍ଷାଗତ କାରଣ ଦର୍ଶାଇଥିବା ବେଳେ ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇଥିବା ସୂଚିତ କରିଛନ୍ତି। ଏ ନେଇ କିଛି ଅଧିକାରୀ ଅଭିଯୋଗ ମଧ୍ୟ କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ତାଲିବାନଙ୍କ ଦୂରୁପଯୋଗରୁ ମେଲ ଆକାଉଣ୍ଟଗୁଡିକ ସୁରକ୍ଷିତ ରଖିବା ଲାଗି ବର୍ତ୍ତମାନ ପାଇଁ ବନ୍ଦ କରାଯାଇଥିବାର ସୂଚିତ କରାଯାଇଛି।

Show More

Related Articles

Back to top button