Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଏଥର ୬୭୯୪ ପଞ୍ଚାୟତରେ ନିର୍ବାଚନ

ପୂର୍ବ ତୁଳନାରେ ୭ କମ୍

ଏଥର ୬୭୯୪ ଗ୍ରାମ ପଞ୍ଚାୟତରେ ହେବ ପଞ୍ଚାୟତ ନିର୍ବାଚନ। ଗତ ୨୦୧୭ରେ ୬୮୦୧ ଗ୍ରାମ ପଞ୍ଚାୟତରେ ହୋଇଥିଲା ନିର୍ବାଚନ। ଏଥର ୭ଟି ଗ୍ରାମ ପଞ୍ଚାୟତ ଏନଏସସିରେ ମିଶି ଯାଇଛି। ସେହି ପଞ୍ଚାୟତଗୁଡ଼ିକରେ ନିର୍ବାଚନ ହେବ ନାହିଁ । ଏସବୁ ପଞ୍ଚାୟତଗୁଡିକ ହେଲା ବାଲେଶ୍ଵର ରେମୁଣାର ୪ ଗ୍ରାମ ପଞ୍ଚାୟତ ଓ ନୟାଗଡ଼ ଓଡଗାଁର ୨ଟି ଗ୍ରାମ ପଞ୍ଚାୟତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ । ଏସବୁ ଏନଏସିରେ ସାମିଲ ହୋଇଯାଇଛି । ସେହିପରି ୧୧୧ଟି ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ ନାହିଁ । ସମୁଦାୟ ୯୧୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ । ଗତ ଥର ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ଏନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯୪୬୯ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି ।ପଛୁଆ ବର୍ଗଙ୍କ ପାଇଁ ୧୨୦୩୧ଟି ୱାର୍ଡ ସଂରକ୍ଷିତ ରହିଛି । ସରପଞ୍ଚ ପଦ ପାଇଁ ୬୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ ସିଟ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ବର୍ଗ ମାନଙ୍କ ପାଇଁ ୭୭୮ ସିଟ୍ ସଂରକ୍ଷିତ ରଖାଯାଇଛି । ୬୭୯୩ ସମିତି ସଭ୍ୟ ପଦବୀରୁ ୩୫୩୮ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରଖାଯାଇଛି।

Show More

Related Articles

Back to top button