ସ୍ୱାସ୍ଥ୍ୟ

ନୂଆ ବର୍ଷରେ କିପରି କମ କରିବେ ଶର୍କରାର ସ୍ତର

ଆସନ୍ତୁ ଜାଣିବା କଣ କରିବାକୁ ପଡିବ-

ପୁରୁଣା ବର୍ଷ ସରି ଯାଉଛି ନୂଆବର୍ଷ ଆରମ୍ଭରେ ଅଧିକାଂଶ ଲୋକ ନିଜର ନୂଆ ପ୍ରକଳ୍ପ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷପ ନେଉଛନ୍ତି lଆଜିକାଲି ପ୍ରାୟ ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ଅଟନ୍ତି ,କାରଣ ୨୦୨୦ ରେ କରୋନା ସଂକ୍ରମଣକୁ ନେଇ ସମସ୍ତେ ପ୍ରାୟ ଚିନ୍ତିତ ରହୁଥିଲେ ବର୍ତ୍ତମାନର ନିଜ ଜୀବନ ଶୈଳୀ ଉପରେ ଆମେ କିଛି ଗୁରୁତ୍ୱ ଦେବା ଆବଶ୍ୟକ ,କାରଣ ଯେଉଁଥିପାଇଁ ରକ୍ତରେ ଶର୍କରା ,କୋଲେଷ୍ଟ୍ରଲ ଓ ବିଭିନ୍ନ ପ୍ରକାରର ରୋଗ ବଢି ଯାଉଛି l ନିଜର ଫିଟ୍ନେସ ପାଇଁ ଆମକୁ ଗୋଟିଏ ଛୋଟ ପଦକ୍ଷପ ନେଇ ସେଗୁଡିକୁ ନିୟନ୍ତ୍ରଣ କରିବାକୁ ପଡିବ l ଆମେ ଏହି କଥା ଭୁଲି ଯାଉଛୁ ଯେ ଗୋଟିଏ ସମୟରେ ଗୋଟିଏ ସରଳ ,ସୁସ୍ଥ ଦିନଚର୍ଯ୍ୟାକୁ ପ୍ରାପ୍ତ କରିବା ପାଇଁ ଛୋଟ ପଦକ୍ଷପ ଉଠାଇବା ଆବଶ୍ୟକ l ଆସୁଥିବା ବର୍ଷରେ ଆପଣ ନିଜର ଚର୍ବି ଓ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ସଂକଳ୍ପ ନିୟନ୍ତୁ l ସେଥିପାଇଁ ନିଜ ଶରୀରରେ ଫ୍ୟାଟ ଓ କାର୍ବୋ ହାଇଡ୍ରେଡ଼କୁ କମ କରିବା ପାଇଁ ନିଜ ଖାଦ୍ୟପ୍ରଣାଲୀ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ l ତା ସହିତ ଆପଣ ନିଜକୁ ସଂକଳ୍ପ କରନ୍ତୁ ଯେ ଧୂମପାନଠାରୁ ନିଜକୁ ଦୁରାଇ ରଖିବେ l ଯଦି ଆପଣ ଦିନକୁ ଦୁଇଥରରୁ ଅଧିକ ଚାହା କିମ୍ବା କଫି ପିଉଛନ୍ତି ତାହାକୁ ମଧ୍ୟ କମ କରନ୍ତୁ l ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଅଧିକାଂଶ ଖାଦ୍ୟପଦାର୍ଥକୁ ନିଜ ଜୀବନରୁ ଧୀରେ ଧୀରେ ଦୁରେଇ ଦିଅନ୍ତୁ l

ସ୍ୱାସ୍ଥ୍ୟଗତ କାର୍ଯ୍ୟ ପ୍ରସ୍ତୁତ କରନ୍ତୁ –

ଯେପରି ଆପଣ ନିଜର ଦୈନଦିନ କାର୍ଯ୍ୟକୁ ନେଇ ତାଲିକା ପ୍ରସ୍ତୁତ କରୁଛନ୍ତି ଏବଂ ତାହାକୁ ପୁରା କରୁଛନ୍ତି ସେହିଭଳି ଭାବରେ ନିଜକୁ ସୁସ୍ଥ ରଖିବା ପାଇଁ ତାଲିକା ପ୍ରସ୍ତୁତ କରନ୍ତୁ l ଏହି ତାଲିକାରେ ଆପଣଙ୍କ ପ୍ରାତଃ ଭ୍ରମଣ ଠାରୁ ନେଇ ବ୍ୟାୟାମ ଓ ଖାଦ୍ୟ ଖାଇବାର ଶୈଳୀ ମଧ୍ୟ ସାମିଲ କରନ୍ତୁ l ଯାହା ଦ୍ୱାରା ଆପଣ ଗୋଟିଏ ସୁସ୍ଥ ଜୀବନ ପାଇବାର ସୁଯୋଗ ପାଇବେ l

ଶର୍କରାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ନାହିଁ –

ଯଦି ଆପଣ ମଧୁମେହ ରୋଗୀ ହୋଇଛନ୍ତି ଓ କୋଲେଷ୍ଟ୍ରଲ ସ୍ତର ଆପଣଙ୍କ ଶରୀରରେ ବଢ଼ିକି ରହିଛି ତେବେ ନିଜ ଖାଦ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ଯେତେ ଅଧିକ ପାରୁଛନ୍ତି ଫଳ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଯାହା ଦ୍ୱାରା ମଧୁମେହ ରୋଗୀ ମାନଙ୍କର ଶର୍କରା ସ୍ତର ଠିକ ରହିବ l ଯେତେ ଅଧିକ ପାରୁଛନ୍ତି ପିଜୁଳି ନିଜ ଖାଦ୍ୟରେ ଖାଆନ୍ତୁ କାରଣ ପିଜୁଳୀରେ ଭିଟାମିନ-ଏ ,ଭିଟାମିନ-ସି ଓ ଅଧିକ ମାତ୍ରାରେ ଫାଇବର ରହିଛି l

Show More

Related Articles

Back to top button