ସ୍ୱାସ୍ଥ୍ୟ

ଏପରି ବ୍ୟକ୍ତି ମାନଙ୍କ ପାଇଁ ଆଳୁ ସେବନ କରିବା ମନା

ହୋଇପରେ ଘାତକ ରୋଗ-

ଆମ ଭାରତୀୟ ମାନଙ୍କର ବିନା ଆଳୁରେ ଖାଦ୍ୟ ଖାଇବା ଓ ଖାଦ୍ୟର କଳ୍ପନା କରିବା ଅସମ୍ଭବ ଅଟେ l ଅଧିକାଂଶ ତରକାରୀରେ ଆମେ ଆଳୁର ବ୍ୟବହାର କରିଥାଉ କିନ୍ତୁ କିଛି ଲୋକଙ୍କ ପାଇଁ ଆଳୁ ସେବନ କରିବା ବିପଦ ପୂର୍ଣ୍ଣ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବୁ କେଉଁ ପ୍ରକାର ରୋଗୀମାନେ ଆଳୁ ଖାଇବା ଉଚିତ ନୁହେଁ l

* ଯେଉଁ ଲୋକମାନଙ୍କର ଏସିଡ଼ିଟିର ସମସ୍ୟା ରହିଛି ସେମାନଙ୍କୁ ଆଳୁ କମ ଖାଇବା ଆବଶ୍ୟକ l ଆଳୁ ଖାଇବା ଦ୍ୱାରା ପେଟରେ ଗ୍ୟାସ ହେବାର ସମ୍ଭାବନା ଅଧିକ ରହିଥାଏ l ଏହି ଆଳୁ ଗ୍ୟାସ ସମସ୍ୟାକୁ ଅଟେ ବଢ଼ାଇ ଦିଏ ଯେ ଯାହା ଆମପାଇଁ ସହ୍ୟ କରିବା କଷ୍ଟ ସାଧ୍ୟ ହୋଇଥାଏ l

* ମଧୁମେହ ରୋଗୀ ମାନଙ୍କ ପାଇଁ ଆଳୁ ଗୋଟିଏ ବିପଦ ପୂର୍ଣ୍ଣ ଖାଦ୍ୟ ଅଟେ l ସେମାନଙ୍କ ପାଇଁ ଆଳୁ ଖାଇବା କ୍ଷତିକାରକ ହୋଇଥାଏ ,ଆଳୁରେ ରହିଥିବା ଗ୍ଲିସେମିକ ଇଣ୍ଡେକ୍ସ ଶରୀରରେ ଗ୍ଲୁକୋଜର ମାତ୍ରାକୁ ବଢ଼ାଇ ଥାଏ l ଶରୀରରେ ଶର୍କରାର ସ୍ତର ଅଧିକ ନବଢିବା ପାଇଁ ଜରୁରୀ ଅଟେ ଯେ ଆଳୁ ଖାଇବା ଉଚିତ ନୁହେଁ l

* ଯେଉଁ ବ୍ୟକ୍ତି ମାନେ ଉଚ ରକ୍ତଚାପରେ ପୀଡିତ ରହୁଛନ୍ତି ସେମାନେ ମଧ୍ୟ ଆଳୁର ସେବନ କରିବା ଉଚିତ ନୁହେଁ l ଗବେଷଣା ଅନୁସାରେ ସପ୍ତାହରେ ମାତ୍ର ୪ ଦିନ ଆଳୁ ଖାଆନ୍ତୁ ,ଯଦି ଏହାଠାରୁ ଅଧିକ ଖାଇବେ ତେବେ ଉଚ ରକ୍ତଚାପର ବିପଦ ବଢ଼ିଯିବ l

* ଆଳୁ ଓଜନ ବଢାଇବାର କାମ କରିଥାଏ l ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ଏବଂ ପତଳା ହେବାକୁ ଚାହୁଁଛନ୍ତି ତେବେ ଆଳୁ ପଣଙ୍କ ପାଇଁ କ୍ଷତି କାରକ ହୋଇ ପରେ l ଆଳୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଚର୍ବି ଓ କ୍ୟାଲୋରୀ ବଢିଥାଏ l

Show More

Related Articles

Back to top button