ରାଶିଫଳ

୨୦୨୧ ରାଶିଫଳ

ଆସନ୍ତୁ ଜାଣିବା ଏ ବର୍ଷଟି ଆପଣଙ୍କର କେମିତି କଟିବ

ହିନ୍ଦୁ ଧର୍ମରେ ସମସ୍ତେ ପୁରାଣ ଶାସ୍ତ୍ର ଉପରେ ବିଶ୍ୱାସ କରି ଥାନ୍ତି l ବିଶେଷ କରି ହିନ୍ଦୁ ଧର୍ମ ଅବଲମ୍ବି ମାନେ ଆଧ୍ୟାତ୍ମିକ ବାଦୀ ଅଟନ୍ତି l ଜନ୍ମ ତାରିଖ ସହିତ ବିଭିନ୍ନ ନକ୍ଷତ୍ର ଓ ଗ୍ରହର ସ୍ଥାନ ରହିଛି l ଜ୍ୟୋତିର୍ବିଦ ମାନେ ଏହି ରାଶି ଓ ନକ୍ଷତ୍ରକୁ ଗଣନା କରି ଭବିଷ୍ୟତ ନିର୍ଧାରଣ କରିବା ସହିତ ଆମକୁ ବିଭିନ୍ନ ତଥ୍ୟ ବିଷୟରେ ଜ୍ଞାନ ଦେଇଥାନ୍ତି l ଯାହା ଉପରେ ଆମେ ନିର୍ଭର କରି ଆମ ଭବିଷ୍ୟତ ପାଇଁ ସଜାଗ ହୋଇଥାଉ l ଜ୍ୟୋତିଷ ବିଜ୍ଞାନ ଅନୁସାରେ ସମସ୍ତ ଗ୍ରହ ଓ ତାଙ୍କର ପ୍ରଭାବ ଯେକୌଣସି ରୂପରେ ବର୍ଷ ସାରା ପ୍ରଭାବିତ କରିଥାଏ l ଏହି ପରିସ୍ଥିତିରେ ଆମେ ୨୦୨୧ ମସିହାର ରାଶି ଚକ୍ର ବିଷୟରେ ଜଣାଇବାକୁ ଯାଉଛୁ l ୨୦୨୦ ସମସ୍ତ ଲୋକଙ୍କୁ କିଛି ଖଟାମିଠା ଅନୁଭୂତି ଦେଇଛି l ଆସନ୍ତା ବର୍ଷ ଆମ ପାଇଁ କିପରି କଟିବ ଆସନ୍ତୁ ଜାଣିବା l

ମେଷ ରାଶିଫଳ ୨୦୨୧

ଶନିଦେବ ମେଷ ରାଶିରେ ଦଶମ ସ୍ଥାନରେ ବିରାଜମାନ କରିବେ l ବର୍ଷର ମଧ୍ୟ ଭାଗରୁ ଶେଷ ପର୍ଯ୍ୟନ୍ତ ଗୁରୁ ବୃହସ୍ପତିଙ୍କର ସ୍ଥାନ ଆପଣଙ୍କ ରାଶି ରେ ଏକାଦଶ ସ୍ଥାନରେ ରହିବ l ତା ସହିତ ଛାୟା ଗ୍ରହ ରାହୁ ଦୁତୀୟ ସ୍ଥାନରେ ରହିବ l କେତୁ ଅଷ୍ଟମ ସ୍ଥାନରେ ରହି ପ୍ରଭାବିତ କରିବେ l ମଙ୍ଗଳ ଗ୍ରହ ବର୍ଷ ଆରମ୍ଭରୁ ଆପଣଙ୍କ ରାଶିରେ ପ୍ରବେଶ କରିବେ ,ଯାହା ଦ୍ୱାରା ଆପଣଙ୍କର ଲଗ୍ନ ଭାବ ସକ୍ରିୟ ହେବ l ଏହାର ପରିଣାମ ସ୍ୱରୂପ ଆପଣଙ୍କୁ ଚାକିରୀ କ୍ଷତ୍ରରେ ଭଲ ଫଳ ପ୍ରାପ୍ତି ହେବ ,ତା ସହିତ ଆର୍ଥିକ ଜୀବନରେ ଅନେକ ଆହ୍ୱାନକୁ ସାମ୍ନା କରିବାକୁ ପଡିବ l ମିଳିତ ଭାବରେ ସବୁକିଛି ପ୍ରତିକୂଳ ଫଳ ପ୍ରାପ୍ତରେ ହେବ l ଚାକିରିଆ ମାନେ ବିଶେଷ କରି ସାବଧାନ ରହିବା ଆବଶ୍ୟକ l ବ୍ୟବସାୟୀ ମାନଙ୍କ ପାଇଁ ଭଲ ରହିବ ,ସେମାନେ ନିଜର ରୋଜଗାର ବଢାଇବା ପାଇଁ ଅନେକ ସୁବିଧା ସୁଯୋଗ ପାଇବେ l ବ୍ୟବସାୟୀ ମାନେ ଜୁନ ,ଅଗଷ୍ଟ ,ସେପ୍ଟେମ୍ବର ଓ ଡିସେମ୍ବର ମାସରେ ସତର୍କ ରହିବା ଅବଶ୍ୟକ l ପାରିବାରିକ ଜୀବନରେ ଅନେକ ଆହ୍ୱାନକୁ ସମୁଖିନ୍ନ କରିବାକୁ ପଡିବ l ସେପ୍ଟେମ୍ବରରୁ ନେଇ ନଭେମ୍ବର ମାସ ପର୍ଯ୍ୟନ୍ତ ସମୟ ପାରିବାରିକ ଜୀବନ ପାଇଁ ଫଳ ପ୍ରଦ ହେବ l ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅପ୍ରେଲରୁ ସେପ୍ଟେମ୍ବର ମାସ ଭଲ ଫଳ ଦେବ ,ଯାହା ଦ୍ୱାରା ଆପଣ ସଫଳତା ଲାଭ କରିବେ l ଯଦି ଆପଣ ପ୍ରେମ କରୁଛନ୍ତି ତେବେ ୨୦୨୧ ଆପଣଙ୍କୁ ଶୁଭଫଳ ଦେବ l ମୋଟାମୋଟି ଭାବରେ ମେଷ ରାଶି ପାଇଁ ୨୦୨୧ ଠିକ ରହିଛି l

ବୃଷ ରାଶିଫଳ ୨୦୨୧

ବୃଷ ରାଶିରେ ଶନି ଦେବ ନବମ ସ୍ଥାନରେ ବିରାଜମାନ କରିବେ l ରାହୁ ଓ କେତୁ ପ୍ରଥମ ଓ ସପ୍ତମ ସ୍ଥାନରେ l ମଙ୍ଗଳ ଗ୍ରହ ଦ୍ୱାଦଶ ସ୍ଥାନରେ ବିରାଜମାନ କରିବେ ଓ ବୃହସ୍ପତି ଚତୁର୍ଥ ସ୍ଥାନରେ ରହିବେ l ତା ସହିତ ସୂର୍ଯ୍ୟ ଓ ବୁଦ୍ଧ ଆପଣଙ୍କ ରାଶିରେ ବିରାଜମାନ ହେବେ l ଆପଣଙ୍କୁ ନିଜ କ୍ୟାରିୟରରେ ସଫଳତା ମିଳି ପରେ l ଚାକିରିଆ ମାନଙ୍କର ପଦ ଉନ୍ନତି ହୋଇପାରେ l ବ୍ୟବସାୟୀ ମାନେ ନିଜ ପରିଶ୍ରମ ଅନୁସାରେ ଫଳପ୍ରାପ୍ତି କରିବେ l ଆର୍ଥିକ ଜୀବନରେ ପରିଣାମ ଟିକିଏ ଦୁର୍ବଳ ରାହିବ ,କାରଣ ଆପଣଙ୍କର ଆର୍ଥିକ ପରିସ୍ଥିତିରେ ବାଧା ଉପୁଜି ପାରେ l ତା ସହିତ ଆପଣଙ୍କୁ ଧନ ପ୍ରାପ୍ତି କରିବା ପାଇଁ ସୁଯୋଗ ମଧ୍ୟ ମିଳିପାରେ l ଶିକ୍ଷା କ୍ଷେତ୍ରରେ ଭଲ ଫଳ ଲାଭ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ l ଛାତ୍ରମାନେ ବିଦେଶକୁ ପାଢିବାକୁ ଯିବାର ଅବସର ଲାଭକରି ପାରନ୍ତି l ପାରିବାରିକ ସୁଖରେ ନିରାଶତା ଦେଖା ଦେବ ,କିନ୍ତୁ ପରିବାରରେ ଯଦି କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ ତେବେ ବାତାବରଣ ସୁଖଶାନ୍ତି ରହିବ l ବୈବାହିକ ଜୀବନରେ ଆପଣଙ୍କ ସାଥୀର କିଛି ସମସ୍ୟା ଦେଖାଦେଇ ପାରେ ଯାହା ଦ୍ୱାରା ଆପଣଙ୍କ ମାନସିକ ଚିନ୍ତା ବୃଦ୍ଧି ପାଇବ l ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ଆପଣଙ୍କ ସାଥୀ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ପରିସ୍ଥିତି ଚିନ୍ତା ଜନକ ରହିପାରେ ,କାରଣ ରାହୁ ଓ କେତୁ ସ୍ୱାସ୍ଥ୍ୟରେ ହାନି କରି ପାରନ୍ତି l

ମିଥୁନ ରାଶିଫଳ ୨୦୨୧

ବର୍ଷ ଆରମ୍ଭରେ ଆପଣଙ୍କ ରାଶିରେ ଦଶମ ସ୍ଥାନରେ ବୃହସ୍ପତି ରହିବେ l ଶନି ଦେବ ଅଷ୍ଟମ ସ୍ଥାନରେ ବିରାଜମାନ କରିବେ l କେତୁ ଓ ରାହୁ ଷଷ୍ଠ ଓ ଦୁତୀୟ ସ୍ଥାନରେ ରହିବେ l ମଙ୍ଗଳ ଗ୍ରହ ଚତୁର୍ଥରୂ ପଞ୍ଚମକୁ ସକ୍ରିୟ ହେବେ l ଵର୍ଷ ଆରମ୍ଭରୁ ସୂର୍ଯ୍ୟ ଓ ବୁଦ୍ଧ ସପ୍ତମ ସ୍ଥାନରେ ରହି ଆପଣଙ୍କ ରାଶିକୁ ପ୍ରଭାବିତ କରିବେ l ରାଶି ମାନଙ୍କର ସ୍ଥିତିକୁ ଦେଖିଲେ ଆପଣଙ୍କ ନିଜ କ୍ୟାରିୟରରେ ଅନେକ ଖାଲ ଢିପର ସାମ୍ନା କରିବାକୁ ପଡିବ l ଏହି ସମୟରେ ଚାକିରିଆ ମାନେ ନିଜ ସହକର୍ମୀ ମାନଙ୍କ ସହଯୋଗ ପାଇବେ ନାହିଁ ଯାହା ଦ୍ୱାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ l ତେଣୁକରି ପଦ ଉନ୍ନତି ପାଇଁ ସମୟ ଲାଗିବ l ବ୍ୟବସାୟୀ ମାନେ ଉନ୍ନତି କରିବେ କିନ୍ତୁ ସାବଧାନ ରହିବାକୁ ପଡିବ l ଆର୍ଥିକ ପରିସ୍ଥିତିକୁ ଦେଖି ବର୍ଷ ଆରମ୍ଭରେ ଅସୁବିଧାର ସମ୍ମୁଖୀନ କରିବେ କାରଣ ଧନ ହାନିର ସମ୍ଭାବନା ରହିଛି l ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରିବା ଆବଶ୍ୟକ l ସଂସାରୀ ଲୋକ ମାନଙ୍କୁ ପରିବାରର ସହଯୋଗ ମିଳିବ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହି ବର୍ଷ ଚିନ୍ତାଜନକ ଅଟେ ,ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ l ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଜୀବନରେ ଅନେକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ l

କର୍କଟ ରାଶିଫଳ ୨୦୨୧

ବର୍ଷ ଆରମ୍ଭରୁ ମଙ୍ଗଳ ଗ୍ରହ ଦଶମ ସ୍ଥାନରେ ରହିବ ,ଶନି ସପ୍ତମ ସ୍ଥାନରେ ରହିବେ ,ରହୁ ଓ କେତୁ ଏହି ବର୍ଷ ସାରା ପଞ୍ଚମ ଓ ଏକାଦଶ ସ୍ଥାନରେ ରହିବେ ,ବର୍ଷ ଆରମ୍ଭରୁ ସୂର୍ଯ୍ୟ ଓ ବୁଧ ଷଷ୍ଠ ସ୍ଥାନରେ ରହିବେ l ଚାକିରିଆ ମାନେ ଚାକିରିଆ ମାନେ ନିଜ ପଦୋନ୍ନତି କରିବାର ସମ୍ଭାବନା ରହିଛି l ବ୍ୟବସାୟୀମାନେ ଏହି ବର୍ଷ ପୁଞ୍ଜି ନିବେଶ କରି ସଫଳତା ଲାଭ କରିବେ l ବ୍ୟବସାୟୀ ମାନଙ୍କର ଆର୍ଥିକ ପରିସ୍ଥିତି ଟିକେ ଦୁର୍ବଳ ରହିବ l ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ବର୍ଷଟି ସଫଳତାରେ କଟିବ l ପାରିବାରିକ ଜୀବନରେ ମିଳିତ ଫଳ ଲାଭ ହେବ l ଯେ କୌଣସି ନିର୍ଣ୍ଣୟ ନେବା ପାଇଁ ପରିବାରର ସହଯୋଗ ମିଳିବ l ଆପଣଙ୍କ ଜୀବନ ସାଥି ଧର୍ମ କାର୍ଯ୍ୟରେ ଯୋଗ ଦେବେ l ଦାମ୍ପତ୍ୟ ଜୀବନରେ ମିଶ୍ରିତ ଫଳ ମିଳିବ l ପ୍ରେମିକ ଓ ପ୍ରେମିକା ମାନଙ୍କ ପାଇଁ ଏହି ବର୍ଷଟି ଭଲ ଫଳ ଦେବା l ସ୍ୱାସ୍ଥ୍ୟ ଗତ ଦୃଷ୍ଟିରୁ ଏହି ବର୍ଷଟି ଦେଖି ଚାହିଁ ବିତାଇବେ l

ସିଂହ ରାଶିଫଳ ୨୦୨୧

ଏହି ବର୍ଷ ରହୁ ଓ କେତୁ ଆପଣଙ୍କର ଦଶମ ଓ ଚତୁର୍ଥ ସ୍ଥାନରେ ରହିବେ l ଶନି ଷଷ୍ଠ ସ୍ଥାନରେ ବିରାଜ ମନ କରିବେ ,ବୃହସ୍ପତି ମଧ୍ୟ ଷଷ୍ଠ ସ୍ଥାନରେ ବିରାଜମାନ କରିବେ l ମଙ୍ଗଳ ନବମ ସ୍ଥାନରେ ଅବସ୍ଥାପିତ କରିବେ l ଚାକିରିଆ ମାନେ ନିଜ କର୍ମ କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ l ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ l ବିଦେଶ ଯିବାକୁ ଇଚ୍ଛା ରଖିଥିବା ଛାତ୍ର ମାନଙ୍କୁ ଏହି ବର୍ଷ ସୁଯୋଗ ମିଳିପାରେ l ପାରିବାରିକ ଜୀବନରେ ପ୍ରତିକୂଳ ଅବସ୍ଥା ରହିବ l ବୈବାହିକ ଜୀବନରେ ନିଜ ଜୀବନସାଥିଙ୍କ ସହଯୋଗ ମିଳିବ l ଦାମ୍ପତ୍ୟ ଯିବା ପାଇଁ ସନ୍ତାନର ଦୁର୍ବଳ ସ୍ୱାସ୍ଥ୍ୟ ଚିନ୍ତାରେ ପକାଇବ l ପ୍ରେମୀମାନେ ନିଜ ପ୍ରିୟତମ ପାଖରୁ ଖରାପ ବ୍ୟବହାର ପାଇବେ l ଯଦି ଆପଣ ଅବିବାହିତ ରହିଛନ୍ତି ତେବେ ଜୀବନ ସାଥି ପାଇବେ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆପଣ ସଜାଗ ରହିବେ ନଚେତ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇପାରନ୍ତି l

କନ୍ୟା ରାଶିଫଳ ୨୦୨୧

ଶନି ଆପଣଙ୍କ ରାଶିରେ ପଞ୍ଚମ ସ୍ଥାନରେ ରହିବେ ,ମଙ୍ଗଳ ଅଷ୍ଟମ ସ୍ଥାନରେ ବିରାଜମାନ କରିବେ ,ରାହୁ ଓ କେତୁ ନବମ ଓ ତୃତୀୟ ସ୍ଥାନରେ ରହିବେ ,ବୃହସ୍ପତି ପଞ୍ଚମ ସ୍ଥାନରେ ରହି ଷଷ୍ଠ ସ୍ଥାନକୁ ଅଗ୍ରସର ହେବେ ,ଯାହା ଆପଣଙ୍କ ରାଶିକୁ ପ୍ରଭାବିତ କରିବ l ଚାକିରିଆ ମାନଙ୍କ ପାଇଁ ଏହି ବର୍ଷଟି କଷ୍ଟସାଧ୍ୟ ହେବ ,ସେମାନେ ନିଜର କ୍ୟାରିଆରକୁ ନେଇ ଚିନ୍ତିତ ରହିବେ l ଯେଉଁମାନେ ବ୍ୟବସାୟୀ ସେମାନଙ୍କ ପାଇଁ ଏହି ବର୍ଷଟି ଉତ୍ତମ ରହିବ l ଯେଉଁମାନେ ବ୍ୟବସାୟ ପାର୍ଟନରସିପରେ କରିବାକୁ ଚାହୁଁଛନ୍ତି ଭାବିଚିନ୍ତି ପଦକ୍ଷେପ ଉଠାଇବା ଆବଶ୍ୟକ l ଆର୍ଥିକ ସମସ୍ୟା ଦେଖାଦେଇପାରେ l କିନ୍ତୁ ରହୁଙ୍କର ଶୁଭ ଦୃଷ୍ଟି ଯୋଗୁ ଧନ ରୋଜଗାର କରିବାର ଅନେକ ଉପାୟ ମିଳିବ l ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ l ବୈବାହିକ ବ୍ୟକ୍ତିଙ୍କୁ ନିଜ ଜୀବନ ସାଥୀର ସମ୍ପୂର୍ଣ ସହଯୋଗ ମିଳିବ l ଯଦି ଆପଣ ଅବିବାହିତ ତେବେ ଆପଣଙ୍କୁ ତେବେ ଆପଣଙ୍କୁ ବିବାହ ସୁଯୋଗ ମିଳି ପରେ l ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବ ନାହିଁ l ପ୍ରେମୀମାନଙ୍କ ପାଇଁ ଏହି ବର୍ଷଟି ଅନେକ ଭଲ ଫଳ ଦେବ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହି ବର୍ଷ ଆପଣ ସମ୍ପର୍ଣ ସୁସ୍ଥ ରହିବେ l

ତୁଳା ରାଶିଫଳ ୨୦୨୧

ଏହି ବର୍ଷ ରାହୁ ଓ କେତୁ ଅଷ୍ଟମ ଓ ଦ୍ୱିତୀୟ ସ୍ଥାନରେ ରହିବେ ,ଶନି ଚତୁର୍ଥ ସ୍ଥାନରେ ପ୍ରବେଶ କରି ଦଶମ ସ୍ଥାନରେ ବିରାଜମାନ କରିବେ l ମଙ୍ଗଳ ସପ୍ତମ ସ୍ଥାନରେ ପ୍ରବେଶ କରି ଅଷ୍ଟମ ନବମ ଓ ଦଶମ ସ୍ଥାନକୁ ଅଗ୍ରସର ହେବେ l ଶୁକ୍ର ବୃହସ୍ପତି ,ସୂର୍ଯ୍ୟ ,ବୁଧ ଶୁଭ ଫଳ ପ୍ରଦାନ କରିବା କାରଣରୁ ଚାକିରୀ କ୍ଷେତ୍ରରେ ଉନ୍ନତି ଲାଭ ହେବ l ବ୍ୟବସାୟରେ ସଫଳତା ଲାଭ କରିବେ l ଆର୍ଥିକ କ୍ଷେତ୍ରରେ ଉନ୍ନତି ଲାଭ କରିବେ l ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ବର୍ଷର ମଧ୍ୟଭାଗରେ ଭଲ ଫଳ ମିଳିବ l ବିଦ୍ୟାର୍ଥୀମାନେ ନିଜ ସଫଳତା ପାଇଁ ସମ୍ମାନ ଲାଭ କରିବେ l ପାରିବାରିକ ଜୀବନ କୁଶଳ ଓ ମଙ୍ଗଳରେ କାଟିବ l ସନ୍ତାନ ସନ୍ତତି ଙ୍କ ପାଇଁ ଏହି ସମୟ ଅନୁକୂଳ ଅଟେ l ଆପଣ ଓ ଆପଣଙ୍କ ଜୀବନସାଥୀ ସନ୍ତାନ ପାଇଁ ଭଲ ନିର୍ଣ୍ଣୟ ନେଇ ପାରନ୍ତି l ପ୍ରେମୀମାନଙ୍କ ପାଇଁ ଏହି ବର୍ଷଟି ଭଲ ରହିବ l ଆପଣଙ୍କର ପ୍ରେମ ବିବାହ ହେବାର ସଂଭାନ ରହିଛି l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସଜାଗ ରହିବେ l ରହୁ ଓ କେତୁ ଙ୍କ ଦୃଷ୍ଟି ଆପଣଙ୍କୁ ରୋଗଗ୍ରସ୍ତ କରିପାରେ l

ବିଛା ରାଶିଫଳ ୨୦୨୧

ବର୍ଷ ସାରା ଶନି ତୃତୀୟ ସ୍ଥାନରେ ବିରାଜମାନ କରିବେ l ରାହୁ ଓ କେତୁ ବର୍ଷ ସାରା ସପ୍ତମ ସ୍ଥାନରେ ଓ ପ୍ରଥମ ସ୍ଥାନକୁ ପ୍ରଭାବିତ କରିବେ l ଏହା ସହିତ ମଙ୍ଗଳ ,ଶୁକ୍ର ,ବୁଧ ,ବୃହସ୍ପତି ଓ ସୁର୍ଯ ଦେବା ଅଲଗା ଅଲଗା ଭାବରେ ପ୍ରଭାବିତ କରି ପାରିବେ l ଆପଣଙ୍କୁ ଚାକିରୀ କ୍ଷେତ୍ରରେ ଅନେକ ଆହ୍ୱାନକୁ ସମ୍ମୁଖୀନ କରିବାକୁ ପଡିବ l କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ l ବ୍ୟବସାୟୀ ମାନେ ଯାତ୍ରା କରିବାର ସୁଯୋଗ ଲାଭ କରିବେ l ଆର୍ଥିକ ପରିସ୍ଥିତି ଭଲ ରହିବ l କିନ୍ତୁ ଅଚାନକ ଖର୍ଚ ବଢିବାର ସମ୍ଭାବନା ରହିବ l ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଧିକ ଉନ୍ନତି କରିବା ଆବଶ୍ୟକ l ବୈବାହିକ ବ୍ୟକ୍ତିଙ୍କୁ ପାରିବାରିକ ସୁଖ ସୁବିଧା ମିଳିବ l ଆପଣଙ୍କ ସନ୍ତାନ ପକ୍ଷ ବୃଦ୍ଧି ହେବ ,l ପ୍ରେମୀମାନେ ଅଧିକ ବିଶ୍ୱାସ ଦେଖାଇବେ ନଚେତ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ରହିଛି l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହି ବର୍ଷ ଆପଣ କୌଣସି ରୋଗ ଦ୍ୱାରା ଅଚାନକ ଆକ୍ରାନ୍ତ ହୋଇପାରନ୍ତି l

ଧନୁ ରାଶିଫଳ ୨୦୨୧

ଏହି ବର୍ଷସାରା ଶନି ଆପଣଙ୍କର ଚତୁର୍ଥ ସ୍ଥାନରେ ରହିବେ l କେତୁ ଓ ରାହୁ ଦ୍ୱାଦଶ ଓ ଷଷ୍ଠ ସ୍ଥାନକୁ ପ୍ରଭାବିତ କରିବେ , ବୃହସ୍ପତି ଆପଣଙ୍କ ରାଶିର ଦ୍ଵିତୀୟ ସ୍ଥାନରେ ବିରାଜମାନ କରିବେ ,ମଙ୍ଗଳ ଷଷ୍ଠ ସ୍ଥାନରେ ଅପ୍ରେଲ ମାସରୁ ପ୍ରବେଶ କରିବେ l ଚାରିଆମାନେ ନିଜ କ୍ୟାରିଅର ରେ ବେସ୍ତ ରହିବେ ବ୍ୟବସାୟୀମାନେ ଏହି ବର୍ଷ ବ୍ୟବସାୟରେ ଉନ୍ନତି କରିବେ ,ତାଙ୍କୁ ବ୍ୟବସାୟରେ ସଫଳତା ଲାଭ ହେବ l ଯେଉଁ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି ସେମାନେ ବିଦେଶ ଯିବାର ସୁଯୋଗ ପାଇବେ l ବୈବାହିକ ଜୀବନରେ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ରହିବ l ସେଥିପାଇଁ ଜୀବନରେ ଉତେଜନା ସୃଷ୍ଟି ହେବ l ତା ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସଜାଗ ରହିବା ଆବଶ୍ୟକ l ପ୍ରେମୀ ମାନଙ୍କ ପାଇଁ ଏହି ବର୍ଷଟି ଅନେକ ଭାବ ବିହ୍ୱୋଳ ରହିବ l ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ l

ମକର ରାଶିଫଳ ୨୦୨୧

ମକର ରାଶିରେ ଶନି ବର୍ଷ ସାରା ଆପଣଙ୍କ ରାଶିରେ ବିରାଜମାନ କରିବେ l ବୃହସ୍ପତି ଆପଣଙ୍କ ରାଶିରେ ବିରାଜମାନ କରି ଶନିଙ୍କ ସହିତ ଦ୍ୱତୀୟ ସ୍ଥାନକୁ ପ୍ରସ୍ଥାନ କରିବେ l ସେହିଠାରେ ରହୁ ପଞ୍ଚମ ଓ କେତୁ ଏକାଦଶ ସ୍ଥାନରେ ବିରାଜମାନ କରିବେ l ମଙ୍ଗଳ ଚତୁର୍ଥ ସ୍ଥାନରେ ବିରାଜମାନ କରି ଆପଣଙ୍କୁ ଅଲଗା ଅଲଗା ଭାବରେ ପ୍ରଭାବିତ କରିବେ l ଚାକିରିଆ ମାନେ ନିଜ ପରିଶ୍ରମ ଅନୁସାରେ ଭଲ ଫଳ ଲାଭ କରିବେ l ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ଏହି ବର୍ଷ ଭଲ ଫଳ ଦେବ l ବର୍ଷ ଆରମ୍ଭରେ କିଛିଦିନ ପାଇଁ ଆର୍ଥିକ ଅସୁବିଧା ଦେଖାଦେବ ,କିନ୍ତୁ ଧନ ପ୍ରାପ୍ତି ଆପଣଙ୍କ ଆର୍ଥିକ ପରିସ୍ଥିତିକୁ ସୁଧାରି ଦେବ l ବିଦ୍ୟାର୍ଥିମାନେ ସମସ୍ତ ବିଷୟରେ ସଫଳତା ଲାଭ କରିବେ l ବୈବାହିକ ଜୀବନ କଥା ଯଦି କହିବା ଆପଣ ଦାମ୍ପତ୍ୟ ଜୀବନରେ ନୈରାଶ୍ୟ ଲାଭ କରିବେ l ପ୍ରେମୀ ମାନଙ୍କ ପାଇଁ ଏହି ବର୍ଷଟି ଶୁଭଫଳ ଦେବ l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହି ବର୍ଷଟି ଆପଣଙ୍କ ପାଇଁ ଭଲରେ ଯିବ l

କୁମ୍ଭ ରାଶିଫଳ ୨୦୨୧

ଏହି ବର୍ଷ ସାରା ଶନି ଆପଣଙ୍କ ରାଶିରେ ଦ୍ୱାଦଶ ସ୍ଥାନରେ ରହିବେ l ବୃଷପତି ମଧ୍ୟ ବର୍ଷ ଆରମ୍ଭରୁ ଅପ୍ରେଲ ମାସ ପର୍ଯ୍ୟନ୍ତ ଦ୍ୱାଦଶ ସ୍ଥାନରେ ରହିବେ l ରାହୁ ଚତୁର୍ଥ ଓ କେତୁ ଦଶମ ସ୍ଥାନରେ ବିରାଜମାନ କରିବେ l ଶୁକ୍ର ଏକାଦଶ ସ୍ଥାନରେ ବିରାଜମାନ କରି ଆପଣଙ୍କ ଇଛାକୁ ପୁରଣ କରିବେ l ଆପଣଙ୍କୁ ଏହି ବର୍ଷ ସାରା ଭଲ ଫଳ ଲାଭ ହେବ l କିନ୍ତୁ ଚାକିରିଆ ମାନଙ୍କ ପାଇଁ ଏହି ବର୍ଷଟି ଖାସ ଫଳ ଦେବ ନାହିଁ l ବ୍ୟବସାୟୀ ମାନଙ୍କୁ ଯାତ୍ରା କରିବାର ସୁଯୋଗ ମିଳିବ l ଆପଣଙ୍କ ରାଶିରେ ଅଚାନକ ଖର୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି l ଯେଉଁ କାରଣରୁ କିଛି ସମୟ ପାଇଁ ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି l ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିବାର ସୁଯୋଗ ପାଇବେ l ବିବାହିତ ବ୍ୟକ୍ତିଙ୍କୁ ଜୀବନସାଥୀର ସହଯୋଗ ମିଳିବ ସନ୍ତାନ ଙ୍କ ଚିନ୍ତାରେ ଚିନ୍ତିତ ରହିବେ l ପ୍ରେମୀମାନେ ତାଙ୍କ ପାର୍ଟନର ଙ୍କ ପ୍ରତି ଅଧିକ ରୋମାଣ୍ଟିକ ରହିବେ l କିନ୍ତୁ ଆପଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦୁର୍ବଳ ରହିବେ l ଗ୍ୟାସ ,ଏସିଡ଼ିଟି ,ଗଣ୍ଠି ଯନ୍ତ୍ରଣା ଇତ୍ୟାଦି ଦେଖାଦେବ l ତେଣୁ ସଜାଗ ରୁହନ୍ତୁ l

ମୀନ ରାଶିଫଳ ୨୦୨୧

ଶନି ଆପଣଙ୍କ ରାଶିରେ ଏକାଦଶ ସ୍ଥାନରେ ରହିବେ ଓ ଆପଣଙ୍କ ରାଶିର ପଞ୍ଚମ ଭାଗକୁ ଦୃଷ୍ଟି ଦେବେ l ମଙ୍ଗଳ ଦୁତୀୟ ସ୍ଥାନରେ ବିରାଜମାନ କରିବେ ,ବୃଷପତି ଏକାଦଶ ସ୍ଥାନରେ ବିରାଜମାନ କରି ଶନିଙ୍କ ଭଳି ପଞ୍ଚମ ସ୍ଥାନକୁ ଦୃଷ୍ଟିଦେବେ l ରାହୁ ତୃତୀୟ ସ୍ଥାନରେ ରହିବେ ଓ କେତୁ ନବମ ସ୍ଥାନରେ ବିରାଜମାନ କରିବେ l ଆପଣ ନିଜ କ୍ୟାରିଅର ରେ ଭଲ ଫଳ ଲାଭ କରିବେ l ଏହି ବର୍ଷ ଆପଣଙ୍କ କ୍ୟାରିୟର ଦ୍ରୁତଗତି ଧରିବ l ବ୍ୟବସାୟୀ ମାନେ ନିଜ କ୍ଷେତ୍ରରେ ଉନ୍ନତି ଲାଭ କରିବେ ,ତେଣୁ ବ୍ୟବସାୟ ବିସ୍ତାର କରିବା ଆବଶ୍ୟକ l ଆପଣଙ୍କ ରୋଜଗାର ଅଧିକ ହେବ କିନ୍ତୁ ଖର୍ଚ ମଧ୍ୟ ଅଧିକ ହୋଇପାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ବର୍ଷଟି କଷ୍ଟ ସାଧ୍ୟ ହେବ l ପାରିବାରିକ ଜୀବନ ସୁଖମୟ ରହିବ l ବୈବାହିକ ଜୀବନରେ ଜୀବନସାଥିଙ୍କ ସହିତ ସମ୍ପର୍କ ଭଲ ରହିବ l ସନ୍ତାନସନ୍ତତି ମାନେ ନିଜ କ୍ଷେତ୍ରରେ ଉନ୍ନତି ଲାଭ କରିବେ l ପ୍ରେମୀମାନେ ନିଜ ପାର୍ଟନର ସହିତ ମିଶି କୌଣସି ବଡ ପଦକ୍ଷେପ ନେଇପାରନ୍ତି l ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏହି ବର୍ଷଟି ଖୁବ ଭଲ ରହିବ l

Show More

Related Articles

Back to top button