ସ୍ୱାସ୍ଥ୍ୟ

ଏମିତି ଗୋଟିଏ ଭିଟାମିନ ଯାହାକୁ ଆମେ ଖାଦ୍ୟ ସହିତ ପ୍ରକୃତି ଠାରୁ ମଧ୍ୟ ପାଇଥାଉ

ଆମେ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନ ଆମ ଶରୀରକୁ ଆବଶ୍ୟକ l ଯାହାର ସଠିକ ପରିମାଣ ଆମ ଶରୀରକୁ ଠିକ ଭାବରେ ନିର୍ମାଣ କରିଥାଏ l ସେହି ଭିଟାମିନ ମଧ୍ୟରୁ ଗୋଟିଏ ହେଲା ଭିଟାମିନ- ଡି

ଭିଟାମିନ ଡି ଆମ ଶରୀରରୁ କମିବା ଦ୍ୱାରା ରିକେଟ୍ ରୋଗ ହେବାର ସମ୍ଭାବନା ରହିଥାଏ l ଏହି ରୋଗରେ ଆକ୍ରାନ୍ତ ହେବା ବ୍ୟକ୍ତିର ଶରୀରର ହାଡ଼ ଦୁର୍ବଳ ହୋଇଯାଇଥାଏ l କିନ୍ତୁ ଭିଟାମିନ ଡି ଶରୀରରୁ କମିବା ଦ୍ୱାରା ଆଉ ଅଧିକାଂଶ ରୋଗ ମଧ୍ୟ ହୋଇଥାଏ l

ମାଂସପେଶୀରେ ଫାଇବର ଗ୍ରୋଥ ହୋଇଥାଏ –

ଆମେରିକାର ଜଣେ ଗବେଷକ କହିଛନ୍ତି ଗରମ ଦିନରେ ଖେଳାଳୀ ମାନେ ଶୀତଋତୁ ତୁଳନାରେ ଭଲ ଖେଳିଥାନ୍ତି l ଭିଟାମିନ ଡି ମାଂସପେଶୀରେ ଫାଇବରକୁ ଆକ୍ଟିଭ କରିଥାଏ l ଯାହାଦ୍ୱାରା ଖେଳାଳି ମାନଙ୍କୁ ଖେଳିବା ପାଇଁ ଶକ୍ତି ମିଳିଥାଏ l

ରୋଗରୁ ଦୁରେଇ ରଖିଥାଏ –

ବୈଜ୍ଞାନିକ ମାନଙ୍କର ଗବେଷଣା ଅନୁସାରେ ଭିଟାମିନ ଡି ର ଉଚ୍ଚ ସ୍ତର ହେତୁ ଜୀବନରେ ମଧୁମେହ ଓ ହୃଦ ରୋଗ ହେବାର ସମ୍ଭାବନାକୁ ଦୂର କରିଥାଏ lଏକ ଗବେଷଣାରୁ ଜଣା ପଡିଛି ଯେ ଭିଟାମିନ ଡି ଯୁକ୍ତ ଦହି ସେବନ କରିବା ଦ୍ୱାରା ମଧୁମେହ ଓ ହୃଦ ରୋଗରୁ ରକ୍ଷା କରିଥାଏ l

ଯନ୍ତ୍ରଣାରୁ ମୁକ୍ତି –

ଅନ୍ୟ ଗୋଟିଏ ଗବେଷଣାରୁ ଜଣା ପଡିଛି ଭିଟାମିନ ଡି ଧମନୀ ଗୁଡିକୁ ସୁସ୍ଥ ରଖିବା ସହିତ ହୃଦରୋଗର ସମ୍ଭାବନାକୁ କମ କରିଥାଏ l

କେଉଁଠୁ ମିଳିଥାଏ ଭିଟାମିନ ଡି –

ଏମିତିରେ ଦେଖିବାକୁ ଗଲେ ସୂର୍ଯ୍ୟଙ୍କ କିରଣରୁ ଭିଟାମିନ ଡିର ଭଣ୍ଡାର ମିଳିଥାଏ , କିନ୍ତୁ ଭାରତୀୟ ମାନେ ଅଧିକ କୁପୋଷଣର ଶିକାର ହୋଇଥାନ୍ତି ତା ସହିତ ସେମାନେ ସୂର୍ଯ୍ୟଙ୍କ କିରଣରେ ନିଜକୁ ଅଧିକ ଏକ୍ସପୋଜ କରାଇ ନଥାନ୍ତି l ଯେଉଁ କାରଣରୁ ଭିଟାମିନ ଡିର କମି ରହିଥାଏ l ତେଣୁ ସେହି ସ୍ଥାନରେ ଆପଣ ନିୟମିତ ଭାବରେ ଦୁଗ୍ଧ ,ଦହି ,ଛେନା ,ମାଛ ,ଅଣ୍ଡା ଓ ଛତୁକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l

Show More

Related Articles

Back to top button