ଜୀବନଚର୍ଯ୍ୟା

ମହାଦେବ ଶିବଙ୍କ ତୃତୀୟ ନେତ୍ରର ରହସ୍ୟ କ’ଣ ?

ଭଗବାନ ଶିବଙ୍କ ଅନେକ ରହସ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ | ଏହିଭଳି କିଛି ରହସ୍ୟ ସମ୍ପର୍କରେ ବହୁତ କମ ଲୋକ ଜାଣିଥାନ୍ତି | ଆଜି ଭଗବାନ ଶିବଙ୍କ ତୃତୀୟ ନୟନ ବିଷୟରେ ଜାଣନ୍ତୁ

ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ରହିଛି | ଏହି ନୟନ ସାହାଯ୍ୟରେ ସେ ସବୁକିଛି ଦେଖି ପାରନ୍ତି ଯାହା ଅନ୍ୟ ଦୁଇ ନୟନରେ ଦେଖି ନ ଥାନ୍ତି | ସେ ଯେତେବେଳେ ତୃତୀୟ ନୟନ ଖୋଲାଣି ସେତେବେଳେ ବହୁତ ଅଧିକ ଉର୍ଜା ପ୍ରକଟିତ ହୋଇଥାଏ | ତୃତୀୟ ନୟନ ଖୋଲିଲେ ତାଙ୍କୁ ସାରା ବ୍ରହ୍ମାଣ୍ଡ ସଫା ନଜର ଆସିଥାଏ |ଶିବଙ୍କ ତୃତୀୟ ନୟନକୁ ପ୍ରଳୟ ବୋଲି ମଧ୍ୟ କୁହାଯାଇଥାଏ | ଶିବଙ୍କ ତୃତୀୟ ନୟନରୁ ପ୍ରକଟିତ ହେବା ଅଗ୍ନି ଦିନେ ଏହି ପୃଥିବୀର ବିନାଶର କାରଣ ହେବ ବୋଲି କୁହାଯାଏ | ଶିବଙ୍କ ୩ଟି ନେତ୍ରର ଅଲଗା ଅଲଗା ଗୁଣ ରହିଛି | ଡାହାଣ ନେତ୍ର ସତ୍ଵଗୁଣ, ବାମ ନେତ୍ର ରଜୋଗୁଣ, ତୃତୀୟ ନେତ୍ର ତମୋଗୁଣ ସମ୍ପର୍ଣ୍ଣ | ଶିବଙ୍କୁ ତ୍ରିନେତ୍ରଧାରୀ ମଧ୍ୟ କୁହାଯାଏ | ଶିବଙ୍କ ଗୋଟିଏ ନେତ୍ରରେ ଚନ୍ଦ୍ରମା ଓ ଅନ୍ୟଟିରେ ସୂର୍ଯ୍ୟଙ୍କ ବାସ ରହିଛି | ତୃତୀୟ ନେତ୍ରକୁ ବିବେକ ବୋଲି କୁହାଯାଏ | ଶିବଙ୍କ ତୃତୀୟ ନେତ୍ରର ତାଙ୍କର ବିଶେଷ ପରିଚୟ | ତାଙ୍କ ତୃତୀୟ ଚକ୍ଷୁ ଅଜ୍ଞାନଚକ୍ର ଉପରେ ସ୍ଥିତ ଥିବା ମଧ୍ୟ ବିଶ୍ୱାସ ରହିଛି | ଅଜ୍ଞାନଚକ୍ର ହିଁ ବିବେକ ବୁଦ୍ଧିର ସ୍ରୋତ | ତୃତୀୟ ନେତ୍ର ଖୋଲିଲେ ସାମାନ୍ୟ ଜୀବ ରୁପି ମାନବର ସମ୍ଭାବନା ବଟ ବୃକ୍ଷ ଆକାର ଧାରଣ କରିଥାଏ |
ଶିବଙ୍କୁ ତୃତୀୟ ନୟନ କିଭଳି ମିଳିଛି ତାହା ମହାଭାରତ ଷଷ୍ଠ ଖଣ୍ଡ ଅନୁଶାସନ ପର୍ବରେ ଉଲ୍ଲେଖ ରହିଛି |

ପୌରାଣିକ କଥା ଅନୁସାରେ, ଥରେ ନାରଦ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ କହିଛନ୍ତି ଯେଉଁଥିରେ ତ୍ରିନେତ୍ରର ରହସ୍ୟ ଲୁଚି ରହିଛି | ନାରଦ କହିଛନ୍ତି ଯେ, ଥରେ ହିମାଳୟରେ ଏକ ସଭା କରୁଥିଲେ ଯେଉଁଥିରେ ସମସ୍ତ ଦେବାଦେବୀ, ଋଷି-ମୁନି ଓ ଜ୍ଞାନୀଜନ ଉପସ୍ଥିତ ଥିଲେ | ସେତେବେଳେ ମାତା ପାର୍ବତୀ ଆସି ନିଜ ଦୁଇ ହାତରେ ଶିବଙ୍କ ଦୁଇ ଆଖିକୁ ବନ୍ଦ କରିଦେଇଥିଲେ | ମାତା ପାର୍ବତୀ ଶିବଙ୍କ ଆଖିକୁ ଘୋଡେ଼ଇବା ଖଣି ସାରା ସଂସାରରେ ଅନ୍ଧାର ଛାଇଗଲା | ସୂର୍ଯ୍ୟଦେବଙ୍କ କୌଣସି ଅସ୍ତିତ୍ବ ନଥିବା ଭଳି ପ୍ରତୀତ ହୋଇଥିଲା | ଏହାପରେ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା | ଜୀବନ ପାଇଁ ସମସ୍ତେ ସଂଗ୍ରାମ କଲାଭଳି ସ୍ଥିତି ଉପୁଜିଥିଲା | ଭଗବାନ ଶିବ ଏହି ଦୃଶ୍ୟ ସହ୍ୟ କରିପାରିଲେନି | ସେ ନିଜ ମଥାରେ ଏକ ଜ୍ୟୋତିପୁଞ୍ଜ ପ୍ରକଟ କଲେ ଯାହା ଶିବଙ୍କ ତୃତୀୟ ନେତ୍ର ଭାବେ ପ୍ରକଟିତ | ମାତା ପାର୍ବତୀ ପଚାରିବାରୁ ସେ କହିଥିଲେ ଯଦି ସେ ଏଭଳି କରିନଥାନ୍ତେ ତାହେଲେ ସୃଷ୍ଟିର ବିନାଶ ହୋଇଥାନ୍ତା କାରଣ ତାଙ୍କ ଆଖି ହିଁ ଜଗତ ପାଳନକର୍ତ୍ତା |ବେଦ ଶାସ୍ତ୍ର ଅନୁସାରେ ଧରାପୃଷ୍ଠରେ ରହୁଥିବା ସମସ୍ତ ଜୀବଙ୍କ ତୃତୀୟ ନେତ୍ର ରହିଛି | ଦୁଇଟି ଆଖିରେ ସମସ୍ତ ଜୀବ ଭୌତିକ ବସ୍ତୁକୁ ଦେଖିବା କାମ କରିଥିବାବେଳେ ତୃତୀୟ ଆଖିକୁ ବିବେକ ବୋଲି କୁହାଯାଏ | ଏହା ଦୁଇ ଆଖି ମଧ୍ୟରେ ମସ୍ତକରେ ରହିଥାଏ କିନ୍ତୁ ଏହା ଦୃଶ୍ୟମାନ ନୁହେଁ | ପୌରାଣିକ ତଥ୍ୟ ଅନୁସାରେ ଭଗବାନ ଶିବଙ୍କ ୩ଟି ନେତ୍ରକୁ ତ୍ରିକାଳର ପ୍ରତୀକ ବୋଲି ବିଶ୍ୱାସ କରାଯାଏ | ଏଥିରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବାସ କରିଥାଏ | ସ୍ୱର୍ଗଲୋକ, ମୃତ୍ୟୁଲୋକ, ପାତାଳଲୋକ ମଧ୍ୟ ତ୍ରିନେତ୍ରର ପ୍ରତୀକ |

Show More

Related Articles

Back to top button