ସ୍ୱାସ୍ଥ୍ୟ

ଘରେ ପ୍ରସ୍ତୁତ କରୁଥିବା ଲହୁଣୀର ଉପକାରିତା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ : ଏହି ସବୁ ମାରତ୍ମକ ରୋଗରୁ ଦୁରେଇ ରଖେ

ଯଦି ଆପଣ ଗୋଟିଏ ସୁସ୍ଥ ଜୀବନ ବିତାଇବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ନିହାତି ଜାଣିବା ଆବଶ୍ୟକ l ଆମେ ଏହି ଖବରରେ ନେଇକି ଅସିଛୁ ଧଳା ଲହୁଣୀ ବିଷୟରେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଘରେ ପ୍ରସ୍ତୁତ ହେଉଥିବା ଧଳା ଲହୁଣୀ ଦ୍ୱାରା ଆପଣ ଅନେକ ଗୁଡିଏ ରୋଗରୁ ନିଜକୁ ରକ୍ଷା କରିପାରିବେ

ବଜାରରେ ମିଳୁଥିବା ଲହୁଣୀ ତୁଳନାରେ ଘରେ ପ୍ରସ୍ତୁତ ଧଳା ଲହୁଣୀ ଶୀଘ୍ର ହଜମ ହୋଇ ଯାଇଥାଏ l ବଜାରରେ ମିଳୁଥିବା ଲହୁଣୀରେ ଅଧିକ ପରିମାଣରେ ଲୁଣ ମିଳିଥାଏ l ଯାହା ଦ୍ୱାରା ରକ୍ତଚାପ ବଢିବାର ସମସ୍ୟା ଦେଖା ଦେଇଥାଏ l

ଅଧିକାଂଶ ଲୋକଙ୍କର ଏହା ଭୁଲ ଧାରଣା ରହିଛି ଯେ ଲହୁଣୀ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ l କିନ୍ତୁ ଏହି ଧାରଣା ସମ୍ପୂର୍ଣ ଭୁଲ ଅଟେ l ଆଜି ଆସନ୍ତୁ ଜାଣିବା ଧଳା ଲହୁଣୀ ଦ୍ୱାରା ମିଳୁଥିବା ଲାଭ l

* ଯଦି ଆପଣଙ୍କ ଗଳାରେ ଫୁଲା ରହୁଛି ତେବେ ଘରେ ପ୍ରସ୍ତୁତ ଲହୁଣୀ ଦ୍ୱାରା ଏଥିରୁ ଆରମ୍ ମିଳିବ l ଲହୁଣୀରେ ଆୟୋଡିନ ରହିଥାଏ ଯାହା ଥାଇରଏଡ କୁ ଦୂର କରି ଗ୍ରନ୍ଥି ଗୁଡିକୁ ମଜବୁତ କରିଥାଏ l

* ଘରେ ପ୍ରସ୍ତୁତ ଲହୁଣୀକୁ ଖାଇବା ଦ୍ୱାରା ହୃତପିଣ୍ଡ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ l ଲହୁଣୀରେ ଥିବା ଭିଟାମିନ ଓ ସେଲେନିୟମ ହୃତପିଣ୍ଡରେ ଅସୁବିଧା ହେବାକୁ ଦେଇ ନଥାଏ l

* ମସ୍ତିଷ୍କକୁ ଜାଗ୍ରତ କରିବା ପାଇଁ ଘରେ ପ୍ରସ୍ତୁତ ଲହୁଣୀ ସେବନ କରିବା ଅତ୍ୟନ୍ତ ଲାଭ ଦାୟକ l ଏହା ଛୋଟ ପିଲା ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ l ଯାହା ଦ୍ୱାରା ସେମାନଙ୍କର ମସ୍ତିଷ୍କ ସୁସ୍ଥ ରହିବ ସହିତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ଓ ଛୋଟ ପିଲା ମାନଙ୍କର ଦୃଷ୍ଟି ଶକ୍ତି ଭଲ ହୋଇଥାଏ l

* ଘରୋଇ ଲହୁଣୀରେ କ୍ୟାଲସିୟମ ଅଧିକ ପରିମାଣରେ ରହିଥାଏ ଯାହା ହାଡ଼କୁ ମଝବୁତ କରିବାରେ ସାହାଯ୍ୟ କରିଥାଏ l ଯେପରିକି ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ରାମ ମିଳିଥାଏ l

* କ୍ୟାନ୍ସର ଭଳି ମାରାତ୍ମକ ରୋଗ ସହିତ ଲଢ଼ିବା ପାଇଁ ଘରେ ପ୍ରସୂତ ଲହୁଣୀ ସାହାଯ୍ୟ କରିଥାଏ l

* ଘରେ ପ୍ରସ୍ତୁତ ଲହୁଣୀକୁ ଖାଇବା ଦ୍ୱାରା ଏଥିରେ ଥିବା ଟ୍ରାନ୍ସ ଫ୍ୟାଟ ଓଜନ କମ କରିବାରେ ସାହାଯ୍ୟ କରିଥାଏ l ଆଜିକାଲି ବଜାରରେ ମିଳୁଥିବା ରିଫାଇନ ତେଲ ତୁଳନାରେ ବଜାରର ପ୍ୟାକେଟ ଲହୁଣୀ ମଧ୍ୟ ହିତକର ଅଟେ l କିନ୍ତୁ ଘରୋଇ ଲହୁଣୀ ସବୁଠୁ ହିତକର l

Show More

Related Articles

Back to top button