ଦେଶ ବିଦେଶ

ବାସ୍ତୁଶାସ୍ତ୍ର ଅନୁସାରେ : ଏହି ପ୍ରକାରର ଗଛ ଲଗାଇ ଘରୁ ଦୂର କରନ୍ତୁ ବାସ୍ତୁଦୋଷ , ମିଳିବ ଲକ୍ଷ୍ମୀଙ୍କ ଆଶୀର୍ବାଦ

ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଆମ ପୂର୍ବ ପୁରୁଷଙ୍କ କଥା ମାନି ଘରେ କଦଳୀ,ତୁଳସୀଓ ବେଲ ଗଛ ଇତ୍ୟାଦି ଲଗାଇ ପୂଜା କରିଥାଉ l ଗଛ ଓ ବୃକ୍ଷ କୁ ପୂଜା କରିବା ପୁରାତନ କାଳରୁ ଆମ ସଂସୃତିରେ ଗୋଟିଏ ଅଂଶ ରହି ଆସିଛି l ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ ଏହା ଦ୍ୱାରା ଆମକୁ ସକାରାତ୍ମକ ବାତାବରଣ ମିଳିଥାଏ ,ଯାହା ଦ୍ୱାରା ଆମର ଜୀବନ ଚିନ୍ତା ଶୂନ୍ୟ ହୋଇଯାଏ

ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ମହତ୍ୱ ରହିଛି କିନ୍ତୁ ଏଥିପାଇଁ ଶୁଭ ସ୍ଥାନ ଓ ଶୁଭ ମୁହୂର୍ତ୍ତର ଆବଶ୍ୟକତା ରହିଛି l

* ବାସ୍ତୁଶାସ୍ତ୍ର ଅନୁସାରେ ଗଛ ଲଗାଇବା ଯେତେ ଆବଶ୍ୟକ ତାହାର ଧ୍ୟାନ ରଖିବା ମଧ୍ୟ ସେତିକି ଜରୁରୀ ଅଟେ l ସେଥିପାଇଁ ଯେତେବେଳେବି ଆପଣ ଗଛ ଲଗାଉଛନ୍ତି ଘରର ବାମ ପାର୍ଶ୍ୱ ଅର୍ଥାତ ଅଗ୍ନି କୋଣରେ ବଗିଚା ପ୍ରସ୍ତୁତ କରନ୍ତୁ ନାହିଁ ଏହି ଦିଗଟି ଅଶୁଭ ଅଟେ l ମାନ୍ୟତା ରହିଛି ଯେ ଏହି କୋଣରେ ଗଛ ଲଗାଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ସଂଚାର ହୋଇଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗରେ ଭୁଲରେ ସୁଦ୍ଧା ବିଶାଳକାୟ ଗଛ ଲଗାଇବା ଉଚିତ ନୁହେଁ l ଏହାର ଦୁଃଷ୍ପ୍ରଭାବ କାରଣରୁ ଜୀବନର ଉନ୍ନତିରେ ବାଧା ଆସିଥାଏ l ଯଦି କୌଣସି ବିଶାଳ ବୃକ୍ଷ ପୂର୍ବ ଦିଗରେ ରହିଛି ତେବେ ତାକୁ କାଟି ହଉନାହିଁ ,ଆପଣ ଇଛା କଲେ ଘରର ଉତର ଦିଗରେ ଅଁଳା କିମ୍ବା ବାହାଡା ଗଛ ଲଗାଇ ପାରିବେ l ମାନ୍ୟତା ଅନୁସାରେ ଏହା ଆପଣଙ୍କ ଘର ପାଇଁ ଶୁଭ ହୋଇ ପରେ l

* ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ଲାଗିଥିବା ଗଛରେ ଫୁଲ ଓ ଫଳ ହେଉନାହିଁ ତେବେ ଆପଣ ଏଥିପାଇଁ ଉପାୟ କରି ପାରିବେ l କାରଣ ଯେଉଁ ଘରେ ଫୁଲ ଓ ଫଳ ଗଛରେ ହୁଏ ନାହିଁ ତାହା ସନ୍ତାନ ମାନଙ୍କର ଉନ୍ନତିରେ ବାଧା ସୃଷ୍ଟି କରିଥାଏ l ଏପରି ସ୍ଥଳେ ଆପଣ ଗଛ ମୂଳରେ ମୁଗ ,ବିରି ,କୋଳଥ ଓ ରାଶି ଇତ୍ୟାଦି ମିଶ୍ରଣ କରି ପକାଇବେ ଏହା ଦ୍ୱାରା ଆପଣଙ୍କର ଗଛର ବାସ୍ତୁଦୋଷ କଟିଯିବ ଓ ପିଲା ମାନଙ୍କର ଉନ୍ନତି ହେବ l

* ଏମିତିରେ ଘରେ କଣ୍ଟା ଯୁକ୍ତ ଗଛ ଲଗାଇବା ମନା ଅଟେ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବେଳ ଗୋଟିଏ କଣ୍ଟା ଗଛ ହୋଇଥିଲେ ମଧ୍ୟ ଏହାକୁ ଲଗାଇବା ଦ୍ୱାରା ଘରର ଉନ୍ନତି ହୋଇଥାଏ lବାସ୍ତୁର ଉଲେଖ ରହିଛି ଘରେ ବେଳ ଗଛ ଲଗାଇଲେ ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ l ବେଲ ଗଛ ତଳେ ଜପତପ କରିବା ଦ୍ୱାରା ପୁଣ୍ୟ ଫଳ ମିଳିଥାଏ l

Show More

Related Articles

Back to top button