ଜୀବନଚର୍ଯ୍ୟା

ଏହି ସବୁ ଜିନିଷ ଆପଣଙ୍କ ଘରେ ରହିଛି କି : ଅର୍ଥ ଆସିବାରେ ସାଜିଥାଏ ବାଧକ

ଲୋକମାନେ ନିଜ ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଥାନ୍ତି l କିଛି ଲୋକ ନିଜ ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାରର ଚିତ୍ର କାନ୍ଥରେ ଲଗାଇଥାନ୍ତି l କିନ୍ତୁ ଏହି ଚିତ୍ର ଗୁଡିକୁ ଘରେ ଲଗାଇବା ସମୟରେ ବସ୍ତୁର ବିଶେଷ ଧ୍ୟାନ ରଖିବା ଉଚିତ l କାରଣ ଘରେ ଏହି ସାବୁ ଫଟୋ ଚିତ୍ରର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡିଥାଏ

ସେଥିପାଇଁ ଘରେ ଯଦି କୌଣସି ଫଟୋ ଚିତ୍ର ଲଗାଉଛନ୍ତି ତେବେ ବିଶେଷ କରି ୬ ଟି ଧ୍ୟାନ ରଖନ୍ତୁ l

* ଘରେ ଯଦି କୌଣସି ଏପରି ଫଟୋ ଚିତ୍ର ଲଗାଇଛନ୍ତି ଯେଉଁଥିରେ ପାଣି ବୋହି ଯାଉଛି ତେବେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ l କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହିପରି ଫଟୋ ଚିତ୍ର ଲଗାଇବା ଦ୍ୱାରା ଅର୍ଥ ହାନି ହୋଇଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ବୁଡି ଯାଉଥିବା ଡଙ୍ଗା କିମ୍ବା ପାଣି ଭିତରେ ଫସି ରହିଥିବା ଡଙ୍ଗାର ଫଟୋଚିତ୍ର ଲଗାଇବା ଉଚିତ ନୁହେଁ l ଯଦି ଆପଣ ଏହିପରି କୌଣସି ଚିତ୍ର ଲଗାଇଛନ୍ତି ତେବେ ଆପଣଙ୍କ ଭାଗ୍ୟ ସମ୍ବଧୀୟ ସୂଚନା ଉପରେ ବାଧା ସୃଷ୍ଟି ହୋଇଥାଏ ଓ ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଏ l

* ମହାଭାରତ ଯୁଦ୍ଧ ସମ୍ବଧୀୟ ଯଦି କୌଣସି ଫଟୋଚିତ୍ର ଲଗାଇଛନ୍ତି ତେବେ ତାକୁ ତୁରନ୍ତ ବାହାର କରି ଦିଅନ୍ତୁ l ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ଭଳି ଫଟୋଚିତ୍ର ଲଗାଉଛନ୍ତି ତେବେ ଘରେ ସବୁବେଳେ କଳହ ଉପୁଜିବ l

* ଘରର ପୂଜା ଘରେ କେବେବି ଠାକୁରଙ୍କର ଛଡା ଫୁଲ ରଖିବା ଉଚିତ ନୁହେଁ l ପୁରୁଣା ଫୁଲ ଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି ଓ ଆର୍ଥିକ କ୍ଷତି ମଧ୍ୟ ହୋଇଥାଏ l

* ଘରର କବାଟ ଯଦି ଭାଙ୍ଗି ଯାଇଛି କିମ୍ବା ସେଥିରୁ କାୖଣସି ଶବ୍ଦ ବାହାରୁଚି ତେବେ ତାକୁ ତୁରନ୍ତା ଠିକ କରନ୍ତୁ l ବାସ୍ତୁଶାସ୍ତ୍ରରେ ମନ୍ୟତା ରହିଛି ଯେ ଏପରି କବାଟ ଘାରେ ରହିବା ଦ୍ୱାରା ସବୁବେଳେ ଦାମ୍ପତ୍ୟ ଜୀବନରେ ଆସନ୍ତି ସୃଷ୍ଟି ହୋଇଥାଏ l

* ଘରେ କେବେ ଭଙ୍ଗା ଖେଳନା କିମ୍ବା ଭଙ୍ଗା କାଚ ବାସନ ରଖିବା ଉଚିତ ନୁହେଁ କାରଣ ଏହା ଦ୍ୱାରା ଅପବ୍ୟୟ ବଢି ଯାଇଥାଏ l

Show More

Related Articles

Back to top button