ଓଡ଼ିଶାମୁଖ୍ୟ ଖବର

ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ପ୍ରଦାନ କରାଯିବ କୋରନା ଟିକା

ଆସନ୍ତା ୧୬ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା ପ୍ରଦାନ କରାଯିବ। ୭୮ଟି କୋଲ୍ଡ୍ ଚେନ୍ ପେଣ୍ଟ୍‌ରେ ଟୀକା ଗୁଡିକୁ ସୁରକ୍ଷିତ ଭାବେ ରଖାଯିବ

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୫,୧୦୬ ଜଣଙ୍କୁ ଟୀକା ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି। ଜିଲ୍ଲାର ୧୪୨ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୧୦୫ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ହେଲଥ କର୍ମଚାରୀଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯିବ।୧୧ ଟି ଟୀକା ପ୍ରଦାନ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ। ପ୍ରତି କେନ୍ଦ୍ର ଗୁଡିକରେ ୧୦୦ ଜଣ ଲେଖାଏଁ ହେଲଥ କର୍ମଚାରୀଙ୍କୁ ଦୈନିକ ମୋଟ ୧୧୦୦ ଜଣଙ୍କୁ ଟୀକା ପ୍ରଦାନ କରିବାକୁ ସ୍ଥିର ହୋଇଥିବା ଏକ ବୈଠକରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାର ବ୍ରହ୍ମପୁର ସିଟି ମେଡିକାଲ୍, ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ, ଜନାନ୍ ହସ୍ପିଟାଲ୍, ଆସ୍କା ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ଆସ୍କା ଅପର୍ ପ୍ରାଇମେରୀ ହେଲଥ ସେଣ୍ଟର, କମ୍ୟୁନିଟି ହେଲଥ ସେଣ୍ଟର୍ ସୁମଣ୍ଡଳ, ଚିକିଟି, ଧରାକୋଟ୍, ବେଲଗାଁ ରେ ଟୀକା ପ୍ରଦାନ କରାଯିବ ବୋଲି ଗଞାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close