ସ୍ୱାସ୍ଥ୍ୟ

ଶୀତଦିନେ ଆଖୁରସ ପିଇଲେ ମିଳିଥାଏ ଏହିସବୁ ଫାଇଦା

ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି । ଏହି ସମୟରେ ଆଖୁରସ ପିଇଲେ ଶରୀରକୁ ମିଳିଥାଏ ଜବରଦସ୍ତ ଫାଇଦା । ତେବେ ଆସନ୍ତୁ ଜାଣିବ ଏହାର ଉପକାରିତା ବିଷୟରେ.

ହାଡକୁ ମଜଭୁତ କରାଏ :-

ଆଖୁରସରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଆଇରନ ପୋଟାସିୟମ୍ ଥାଏ, ଯାହା ଶରୀରର ହାଡକୁ ଅଧିକ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଆଖୁରସ ପିଇବା ଦ୍ୱାରା ଲିଭର ବି ସୁସ୍ଥ ରହିଥାଏ ।

ଡିପ୍ରେସନରୁ ମୁକ୍ତି:-
ଆଖୁରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଆଇରନ୍, ପୋଟାସିୟମ୍ ମିଳିଥାଏ, ଯାହାକି ଏନର୍ଜି ଡ୍ରିଙ୍କରେ ରହିଥାଏ । କୁହାଯାଏ ଯେ, ଗୋଟିଏ ଗ୍ଲାସ୍ ଆଖୁ ରସ ଆପଣଙ୍କ ଶରୀରକୁ ଏନର୍ଜି ଦେବା ସହ ଡିପ୍ରେସନକୁ ଦୂର କରିଥାଏ । ଏହା ସହିତ ଆଖୁରସ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଧ୍ୟ ଭଲ ରଖିଥାଏ ।

ଇମ୍ୟୁନିଟି ବଢ଼ାଏ:-
ଖୁବଶୀଘ୍ର ରୋଗରେ ପଡିବା, ସବୁ ସମୟ ଚାପରେ ରହିବା, ଶରୀରରେ ଯନ୍ତ୍ରଣା ଆଦି ସମସ୍ୟା ଥିଲେ ଆପଣଙ୍କୁ ଆଖୁରସ ପିଇବା ଆବଶ୍ୟକ । ଏହି ସମସ୍ତ ଲକ୍ଷଣ ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ ହୋଇଥାଏ । ଆଖୁ ରସ ପିଇବା ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ । ପ୍ରତିଦିନ ଆଖୁ ରସ ପିଇବା ଦ୍ୱାରା ଇମ୍ୟୁନିଟି ବଢ଼ିବାରେ ସାହାର୍ଯ୍ୟ ମିଳିଥାଏ ।

 

Show More

Related Articles

Back to top button