Breaking PLUSମୁଖ୍ୟ ଖବର

କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ

କୋହଲିଙ୍କ ୯ ମାସର ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ । ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ କ୍ୟାପଟେନ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକକୁ ଆଜି ହାଇଦ୍ରାବାଦରେ ଗିରଫ କରିଛି ମୁମ୍ବାଇର ସାଇବର କ୍ରାଇମ୍ ସେଲ୍ । ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ ମୁମ୍ବାଇ ଆଣି ଆସୁଛି ।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଭାରତ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଦଳକୁ ଚାରିଆଡୁ ସମାଲୋଚନା କରାଯାଉଥିଲା । ଏପରିକି କ୍ୟାପଟେନ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ନେଇ ଧମକ ଦେବା ସହ ଅପଶବ୍ଦ ବ୍ୟବହାର କରାଯାଇଥିଲା । ଆଉ ଏହି ଘଟଣାକୁ ନେଇ ଦିଲ୍ଲୀ ମହିଳା କମିଶନ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗକୁ ଆସିଥିଲା । ସୋସିଆଲ ମିଡ଼ିଆରେ ଧମକ ମିଳିବା ପରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲା ଏବଂ ସେ ବାବଦରେ ତଥ୍ୟ ମାଗିଥିଲା । ଦିଲ୍ଲୀର ସାଇବର କ୍ରାଇମ ସେଲକୁ ପ୍ରଶ୍ନ କରିବା ସହ କୋହଲିଙ୍କ ଝିଅକୁ ମିଳିଥିବା ଧମକ ବାବଦରେ ସୂଚନା ମାଗିଥିଲା । ଏପ୍ରସଙ୍ଗରେ ତୁରନ୍ତ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ମରିଥିଲେ ମହିଳା କମିଶନର ମୁଖ୍ୟ ସ୍ୱାତୀ ମାଲିୱାଲ ।

Show More

Related Articles

Back to top button