Breaking PLUSଓଡ଼ିଶାମୁଖ୍ୟ ଖବର

ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ସହ ତାଙ୍କ ପତ୍ନୀ ଗିରଫ

ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଗିରଫ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ  ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଉଭୟ ପତି ଓ ପତ୍ନୀଙ୍କୁ ଦୀର୍ଘ ସମୟ ଧରି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ । ସେମାନଙ୍କଠୁ କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଛି ।

ତାଙ୍କ ନାଁରେ ଭିଜିଲାନ୍ସ ଅଧିକାରୀମାନେ ଆୟବର୍ହିଭୂତ ସମ୍ପତି ଠୁଳ ମାମଲା ରୁଜୁ କରିଛନ୍ତି । ଗତକାଲି ଭିଜିଲାନ୍ସ ପ୍ରତାପ ଓ ତାଙ୍କ ପତ୍ନୀଙ୍କ ନାଁ ରେ ଥିବା ସମ୍ପତ୍ତି ଉପରେ ଚଢାଉ ଆରମ୍ଭ କରିଥିଲେ । ପ୍ରତାପ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ସମ୍ପତି ୧୪କୋଟି ୮୭ଲକ୍ଷ ୪୧ ହଜାର ୧୯୪ ଟଙ୍କା ଠାବ ହୋଇଛି । ଭିଜିଲାନ୍ସ କହିଛି କି ପ୍ରତାପଙ୍କ ସମ୍ପତି ଅମାପ । ତାଙ୍କ ଆୟଠାରୁ ସମ୍ପତିର ମୂଲ୍ୟ ୧୦ ୮୭ ଗୁଣା ଅଧିକ । ପାଖାପାଖି ୨୨ଘଣ୍ଟାର ରେଡ୍‌ ପରେ ଭିଜିଲାନ୍ସ ହିସାବ ଶେଷ କରିଛି । ଲଗାତର ୨୨ଘଣ୍ଟା ରେଡ୍ ପରେ ଭୋର ୩ଟାରେ ସରିଲା ଯାଞ୍ଚ ପ୍ରକ୍ରିୟା । ଯାଞ୍ଚ ବେଳେ ସାମ୍ନାକୁ ଆସିଛି ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା ।

୩କୋଟି ୪୧ଲକ୍ଷ ୫୮ହଜାର ୪୧୨ର ୨୫ଟି ପ୍ଲଟ୍ ରହିଛି ପ୍ରତାପଙ୍କ ନାଁରେ । ଗୋଠପାଟଣାରେ ଥିବା ୫ମହଲା ବିଶିଷ୍ଟ ବହୁତଳ ପ୍ରାସାଦର ମୂଲ୍ୟ ହେବ ୩କୋଟି ୮୯ଲକ୍ଷ ୬୦ ହଜାର । ଅନ୍ୟ ପ୍ଲଟ୍ ଓ ବିଲଡିଂର ମୂଲ୍ୟ ଏଯାଏ ନିରୂପଣ ହୋଇନି । ଓଡ଼ିଶା ଭିଜିଲାନ୍ସର ଟେକନିକାଲ ୱିଙ୍ଗ ମୂଲ୍ୟାୟନ ଜାରି ରଖିଛନ୍ତି । ପ୍ରତାପ ଓ ତାଙ୍କ ପରିବାର ନାଁରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି କୋଟିଏ ୬୧ ଲକ୍ଷ ୩୫ ହଜାର ୮୧୨ । ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ଭିଜିଲାନ୍ସ ଟିମ୍ । ୫୭ଲକ୍ଷ ୭୨ହଜାର ୧୫୦ଟଙ୍କାର ବୀମା ରହିଛି ପ୍ରତାପଙ୍କ ନାଁରେ ।

୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ । ଗତକାଲି ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଆଇଆରସି ଭିଲେଜ ସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୬ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍ସସ । ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ । ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ କରାଯାଇଥିଲା ।

ସେ ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନରେ ଜୁନିୟର ଇଂଜିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ । ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ । କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ । ଯେହେତୁ ପୁଲିସ ହାଉସିଂରେ ବିଭିନ୍ନ ପୁଲିସ ପ୍ରତିଷ୍ଠାନର ବିଲଡିଂ ନିର୍ମାଣ କାମ କରାଯାଏ । ସେହି ଟଙ୍କାରୁ କିଛି ପ୍ରତାପ ହେରଫେର କରିଥାଇ ପାରନ୍ତି ବୋଲି ଜଣାପଡୁଛି ।

Show More

Related Articles

Back to top button