Breaking PLUSଓଡ଼ିଶାମୁଖ୍ୟ ଖବର

ତିନି ଦିନିଆ ରିମାଣ୍ଡରେ ଗଲେ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପାଠକ ବାପ ପୁଅଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଭିଜିଲାନ୍ସର ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପାଠକ ବାପ ପୁଅଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଭିଜିଲାନ୍ସର ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍।ଉଭୟଙ୍କୁ କଟକ ସ୍ଥିତ ଭିଜିଲାନ୍ସ ସେଲ୍ ଅଫିସ୍‌ରେ ଜେରା କରାଯାଉଥିବା ଜଣାପଡ଼ିଛି। ଗତକାଲି ରାତିରେ କଟକ ସ୍ଥିତ ଭିଜିଲାନ୍ସ ଅଫିସ୍‌କୁ ଉଭୟ ବାପ ପୁଅଙ୍କୁ ଅଣାଯାଇଥିଲା।

ଆଜି ସକାଳେ ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଜିଠୁ ସେମାନଙ୍କୁ ଘନ ଘନ ଜେରା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଅଭୟକାନ୍ତ ଓ ଆକାଶଙ୍କ ପାଖରେ ଏତେ ଟଙ୍କା କୁଆଡ଼ୁ ଆସିଲା, ଏଥିରେ କିଛି ବିଦେଶୀ ଅର୍ଥ କାରବାର ଅଛି କି ନାହିଁ ସେ ସମ୍ପର୍କରେ ତଦନ୍ତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖାଯାଇଛି।

Show More

Related Articles

Back to top button