ଦେଶ ବିଦେଶବାଣିଜ୍ୟ

ଆଜିଠୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ

ତେବେ ଆଜିଠାରୁ ହେବାକୁ ଥିବା ସମୀକ୍ଷା ବୈଠକରେ ଆରବିଆଇ କ୍ରମାଗତ ତୃତୀୟ ଥର ପାଇଁ ମୁଦ୍ରା ନୀତି ହାରକୁ ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଶେଷଜ୍ଞ ଅନୁଯାୟୀ, ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ହେତୁ ମୁଦ୍ରା ନୀତି କମିଟି (ଏମପିସି) ବୋଧହୁଏ ସୁଧ ହାରରେ ଆଉ ପରିବର୍ତ୍ତନ କରିବ ନାହିଁ

ବୁଧବାର ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ। ତେବେ ଆଜିଠାରୁ ହେବାକୁ ଥିବା ସମୀକ୍ଷା ବୈଠକରେ ଆରବିଆଇ କ୍ରମାଗତ ତୃତୀୟ ଥର ପାଇଁ ମୁଦ୍ରା ନୀତି ହାରକୁ ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଶେଷଜ୍ଞ ଅନୁଯାୟୀ, ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ହେତୁ ମୁଦ୍ରା ନୀତି କମିଟି (ଏମପିସି) ବୋଧହୁଏ ସୁଧ ହାରରେ ଆଉ ପରିବର୍ତ୍ତନ କରିବ ନାହିଁ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ୬ ଜଣିଆ ମୁଦ୍ରା ନୀତି କମିଟିର ବୈଠକ ହେବ। ଏହି ବୈଠକ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଖୁଚୁରା ମୁଦ୍ରାସ୍ଫୀତି ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ସନ୍ତୋଷଜନକ ସ୍ତରରୁ ଅଧିକ ଉପରେ ରହିଛି। କିନ୍ତୁ ସେପ୍ଟେମ୍ବରରେ ଶେଷ ସପ୍ତାହରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟୋମାତ୍ରିକ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ନକାରାତ୍ମକ ହୋଇଛି । ଯାହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରା ଆଭିମୁଖ୍ୟକୁ ନରମ ରଖିପାରେ ବୋଲି ଆଶଙ୍କା ରହିଛି । ଆବଶ୍ୟକ ହେଲେ ସୁଧ ହାର ପରିବର୍ତ୍ତନା କରାଯାଇପାରେ । ତେବେ ଡିସେମ୍ବର ୪ରେ ହିଁ ବୈଠକ ପରେ ଫଳାଫଳ ସାମ୍ନାକୁ ଆସିବ ।

ଅକ୍ଟୋବରରେ ହୋଇଥିବା ଶେଷ MPC ବୈଠକରେ ନୀତିଗତ ହାରରେ ପରିବର୍ତ୍ତନ କରାଯାଇନାହିଁ । ମୁଦ୍ରାସ୍ଫୀତିର ବୃଦ୍ଧି ଯୋଗୁଁ ଏହା ସାଂପ୍ରତିକ ସମୟରେ ୬ ପ୍ରତିଶତ ସ୍ତରକୁ ଅତିକ୍ରମ କରିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୯.୫ ପ୍ରତିଶତ ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଚଳିତ ବର୍ଷ ଫେବୃଆରୀରୁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ ୧.୧୫ ପ୍ରତିଶତ ହ୍ରାସ ପାଇଛି । ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ରିଜର୍ଭ ବ୍ୟାଙ୍କର ମଧ୍ୟମ ମିଆଦି ଲକ୍ଷ୍ୟଠାରୁ ୪ ପ୍ରତିଶତ ଉପରେ ରହିଛି ବୋଲି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଗ୍ରୁପ୍ର ବରିଷ୍ଠ ଅଧିକାରୀ ଶାନ୍ତି ଏକମ୍ବରମ୍ କହିଛନ୍ତି। ଏହିପରି, ଆଗାମୀ ମୁଦ୍ରା ସମୀକ୍ଷାରେ ସୁଧ ହାର ହ୍ରାସର ପରିସର ସୀମିତ ରହିବ। ଆଗାମୀ ଦିନମାନକରେ ପାର୍ବଣ ରୁତ ଲାଗି ଗ୍ରାହକଙ୍କ ଚାହିଦାକୁ ନେଇ ଏକ ଉତ୍ସାହଜନକ ଉନ୍ନତି ଘଟିଛି । କ୍ରିସିଲର ମୁଖ୍ୟ ଅର୍ଥନୀତିଜ୍ଞ ଧର୍ମକର୍ତ୍ତୀ ଯୋଶୀ ମତରେ, ରିଜର୍ଭ ବ୍ୟାଙ୍କ ନୀତି ସମୀକ୍ଷାରେ ସୁଧ ହାରକୁ ଅପରିବର୍ତ୍ତିତ ରଖିବାର ସମ୍ଭାବନା ରହିଛି ।

ଅପରପକ୍ଷେ କେୟାର ରେଟିଂ ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସାବନାଭିସ କହିଛନ୍ତି ଯେ, ମୁଦ୍ରାସ୍ଫୀତି ବହୁତ ଉପରେ ରହିଛି। ଏଭଳି ପରିସ୍ଥିତିରେ ପଲିସି ହାରକୁ ଅପରିବର୍ତ୍ତିତ ରଖିବା ବ୍ୟତୀତ ରିଜର୍ଭ ବ୍ୟାଙ୍କର କୌଣସି ବିକଳ୍ପ ନାହିଁ। ଏହା ବ୍ୟତୀତ ଚଳିତ ଆର୍ଥିକ ବର୍ଷ ପାଇଁ ସୁଧ ହାରରେ ହ୍ରାସ ହେବାର ପରିସର ବହୁ ମାତ୍ରାରେ ଶେଷ ହୋଇଯାଇଛି। ବିଶେଷଜ୍ଞ ଏମ ଗୋବିନ୍ଦା ରାଓ କହିଛନ୍ତି ଯେ ଗ୍ରାହକ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ବର୍ତ୍ତମାନ ବହୁତ ଅଧିକ ରହିଛି । ଏଭଳି ପରିସ୍ଥିତିରେ ଏମପିସି ସୁଧ ହାରରେ ପରିବର୍ତ୍ତନ ଆଣିବାର ସମ୍ଭାବନା ନାହିଁ। ରିଅଲ୍ ଇଷ୍ଟେଟ୍ ପରାମର୍ଶଦାତା ଏନାରକ୍ ର ଅଧ୍ୟକ୍ଷ ଅନୁଜ ପୁରୀଙ୍କ ମତରେ, ରିଅଲ୍ ଇଷ୍ଟେଟ୍ ଅଭିବୃଦ୍ଧି କମ୍ ସୁଧ ହାର ଉପରେ ଆଧାରିତ । ଏଭଳି ପରିସ୍ଥିତିରେ ରେପୋ ହାର ହ୍ରାସ କରାଯାଉ।

Show More

Related Articles

Back to top button