Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପ୍ରକାଶ ପାଇଲା ଶ୍ରେଷ୍ଠ 10ଟି ଥାନାର ତାଲିକା, ସ୍ଥାନ ପାଇଲାନି ଓଡ଼ିଶାର ଗୋଟିଏ ବି ଥାନା

ରାଜ୍ୟରେ ପୋଲିସ୍ ର ପାରଦର୍ଶିତା ତଥା ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ପୋଲିସ୍ ର ଦକ୍ଷତାକୁ ସ୍ପଷ୍ଟ ଆଇନା ଦେଖାଇଛି ଦେଶର ଶ୍ରେଷ୍ଠ ୧୦ ଥାନା ତାଲିକା ।

ରାଜ୍ୟରେ ପୋଲିସ୍ ର ପାରଦର୍ଶିତା ତଥା ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ପୋଲିସ୍ ର ଦକ୍ଷତାକୁ ସ୍ପଷ୍ଟ ଆଇନା ଦେଖାଇଛି ଦେଶର ଶ୍ରେଷ୍ଠ ୧୦ ଥାନା ତାଲିକା ।

ସବୁଠାରୁ ବିଡମ୍ବନାର ବିଷୟ ଯେ ଏହି ତାଲିକାର ଓଡ଼ିଶାର ଗୋଟିଏ ବି ଥାନାର ନାଁ ନାହିଁ । ରାଜ୍ୟରେ ବର୍ତମାନ ପରିସ୍ଥିତି ଏଭଳି ଯେ ପୋଲିସ୍ ବିଭାଗ ଉପରୁ ଧିରେ ଧିରେ ଲୋକଙ୍କ ବିଶ୍ୱାସ ଉଠିବା ଆରମ୍ଭ ହେଲାଣି ।

ସେପଟେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସର୍ବ ଶ୍ରେଷ୍ଠ ୧୦ ଥାନାର ତାଲିକା ପ୍ରକାଶ କରାଯାଇଛି । ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ମଣିପୁରର ଥୌବଲ ଜିଲ୍ଲାର ନୌଗପୋକ ସେମକେଇ ଥାନା ରହିଛି । ଏହାପରେ ଦ୍ୱିତୀୟ ସ୍ଥାନରେ ଦ୍ୱିତୀୟରେ ତାମିଲନାଡୁର ସାଲେମ ସିଟିର ଏଡବ୍ଲ୍ୟୁପିଏସ ସୁରମଙ୍ଗଲମ ଏବଂ ତୃତୀୟରେ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ଖରସାଂଗ ଥାନା ରହିଛି । ସେହିଭଳି ଚତୁର୍ଥ ସ୍ଥାନରେ ଛତିଶଗଡ଼ର ସୁରଜାପୁର ଜିଲ୍ଲାର ଭୈୟା ଥାନା ଓ ପଞ୍ଚମରେ ଗୋଆର ଦକ୍ଷିଣ ଗୋଆ ଜିଲ୍ଲାର ସୁଂଗଏମ୍ ଥାନା ରହିଛି ।

ସେହିପରି ଷଷ୍ଠରେ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜର କାଲିଘାଟ ଥାନା, ସପ୍ତମରେ ସିକ୍କିମରେ ପୂର୍ବ ଜିଲ୍ଲାର ପାଁକୟୋଙ୍ଗ ଥାନା, ଅଷ୍ଟମରେ ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ କାଣ୍ଠ ଥାନା, ନବମରେ ଦାଦରା ନଗର ହାବେଳୀର ଖାନୱେଲ ଥାନା, ଦଶମରେ ତେଲେଙ୍ଗାନାର କରିମନଗର ଜିଲ୍ଲାର ଜମ୍ମିକୁଣ୍ଟା ଟାଉନ୍ ପୁଲିସ ଥାନା ରହିଛି ।

ବିଭିନ୍ନ ବର୍ଗରେ ହେଉଥିବା ଅପରାଧ ଓ ଏହାର ତଦନ୍ତ ପ୍ରକ୍ରିୟା ଆଧାରେ ଦେଶର ଶ୍ରେଷ୍ଠ ୧୦ ଥାନାର ତାଲିକା ପ୍ରକାଶ କରାଯାଏ। ୨୦୧୫ ପରଠାରୁ ଦେଶର ସମସ୍ତ ଥାନା ଗୁଡିକର ଗ୍ରେଡ୍ ନିର୍ଦ୍ଧାରଣ କରାଯାଇ ଆସୁଅଛି ।

Show More

Related Articles

Back to top button