Breaking PLUSଓଡ଼ିଶାମୁଖ୍ୟ ଖବର

ଅଫଲାଇନରେ ଅନୁଷ୍ଠିତ ହେବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ଅନୁଷ୍ଠିତ ହେବ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ।

ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ଅନୁଷ୍ଠିତ ହେବ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି । ମହାମାରୀ କରୋନା ପାଇଁ ସ୍କୁଲ କଲେଜ ବର୍ତ୍ତମାନ ବନ୍ଦ ରହିଥିବାରୁ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି ଅଫଲାଇନରେ ହେବ ସେନେଇ ଆଶଙ୍କା ଲାଗିରହିଥିବାବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏଭଳି ଆଶଙ୍କାକୁ ଦୂର କରିଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅଫଲାଇନରେ ହେବ । ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନରେ ହିଁ ହେବ । ଅଫଲାଇନରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ପତ୍ତି ନେଇଛି । ସେହି ଆଧାରରେ ରାଜ୍ୟରେ ବି ଅଫଲାଇନରେ ପରୀକ୍ଷା ହେବ । ପରୀକ୍ଷା ନିହାତି ବିଳମ୍ବରେ ହେବ । କିନ୍ତୁ ତା’ ପୂର୍ବରୁ ସମସ୍ତ ବିଷୟ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ଅନ୍ୟପକ୍ଷରେ ନବମରୁ ଦଶମ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେବା ପରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Show More

Related Articles

Back to top button