Breaking PLUSଦେଶ ବିଦେଶମୁଖ୍ୟ ଖବର

ପରଲୋକରେ ମସଲା ସମ୍ରାଟ୍ ମହାଶୟ ଧର୍ମପାଲ ଗୁଲାଟୀ

ଏମଡିଏଚ ମସଲା କମ୍ପାନୀର ପ୍ରତିଷ୍ଠାତା ତଥା ଭାରତର ମସଲା ଶିଳ୍ପର କିଙ୍ଗ କୁହାଯାଉଥିବା ମହାଶୟ ଧର୍ମପାଲ ଗୁଲାଟୀଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା।

ଏମଡିଏଚ ମସଲା କମ୍ପାନୀର ପ୍ରତିଷ୍ଠାତା ତଥା ଭାରତର ମସଲା ଶିଳ୍ପର କିଙ୍ଗ କୁହାଯାଉଥିବା ମହାଶୟ ଧର୍ମପାଲ ଗୁଲାଟୀଙ୍କ ଗୁରୁବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ ମଧ୍ୟ କରିଥିଲେ। ପରେ ଗତ କିଛି ଦିନ ହେବ ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଆଜି ସକାଳ ୫ଟା ୩୮ମିନିଟ ସମୟରେ ହୃଦଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସୂଚନା ଯେ, ‘ଦାଦାଜୀ’ ଏବଂ ‘ମହାଶୟ’ ନାମରେ ଜଣାଶୁଣା ଧର୍ମପାଲ ଗୁଲାଟୀ ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ସେ ଅଧାରୁ ପାଠପଢା ଛାଡି ଦେବା ପରେ ପ୍ରଥମ ପିତାଙ୍କ ମସଲା ବ୍ୟବସାୟରେ ଜଡିତ ହୋଇଥିଲେ। ୧୯୪୭ରେ ଦେଶ ବିଭାଜନ ପରେ ଧରମପାଲ ଗୁଲାଟୀ ଭାରତକୁ ଆସି ଅମୃତସରର ଏକ ଶରଣାର୍ଥୀ ଶିବିରରେ ରହିଥିଲେ। ପରେ ସେ ଦିଲ୍ଲୀରେ ରହିଥିଲେ। ଦିଲ୍ଲୀର କରୋଲବାଗରେ ମସଲାର ଏକ ଷ୍ଟୋର ଖୋଲିଥିଲେ। ୧୯୫୯ ମସିହାରେ ଆନୁଷ୍ଠାନିକ ଭାବରେ ତାଙ୍କର ମସଲା କମ୍ପାନୀ ସ୍ଥାପନ କରିଥିଲେ । ତାଙ୍କ ମସଲା କମ୍ପାନୀ ଏମଡିଏଚ ନାଁରେ ଜଣାଶୁଣା।

ତେବେ ଏହି ବ୍ୟବସାୟରେ ମଧ୍ୟ ତାଙ୍କୁ ଅନେକ ଉତଥାନ-ପତନ ଦେଇ ଗତି କରିବାକୁ ପଡିଛି । ଏମଡିଏଚ ମସଲାର ବିଜ୍ଞାପନରେ ଦେଖାଯାଉଥିବା ଧର୍ମପାଲ ଗୁଲାଟୀ ଜଣେ ଭଲ ଉଦ୍ୟୋଗପତି ଥିଲେ। ଏହି ବ୍ୟବସାୟ କେବଳ ଭାରତରେ ନୁହେଁ ବିଶ୍ବରେ ମଧ୍ୟ ବ୍ୟାପିଗଲା। ଗୁଲାଟୀଙ୍କ କମ୍ପାନୀ ବ୍ରିଟେନ, ୟୁରୋପ, ୟୁଏଇ, କାନାଡା ଇତ୍ୟାଦି ସହିତ ବିଶ୍ବର ବିଭିନ୍ନ ସ୍ଥାନକୁ ଭାରତୀୟ ମସଲା ରପ୍ତାନି କରେ। ୨୦୧୯ ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ, ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଥିଲେ। ଏମଡିଏଚ କମ୍ପାନୀର ସୂଚନା ଅନୁସାରେ ଗୁଲାଟୀ ତାଙ୍କ ବେତନର ୯୦% ଅର୍ଥ ଦାନ କରିଥାନ୍ତି ।

Show More

Related Articles

Back to top button