Breaking PLUSମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଏକାଠି ଦେଖିବାକୁ ମିଳିବେ ତିନି ଅଭିନେତ୍ରୀ ଆଲିଆ,ପ୍ରିୟଙ୍କା ଓ କ୍ୟାଟ୍ରିନା

ବନ୍ଧୁତା ଉପରେ ଆଧାରିତ ଏହି ଫିଲ୍ମକୁ ସିନେମା ହଲ ବ୍ୟତୀତ ଓଟିଟି ପ୍ଲାଟଫର୍ମରେ ବି ରିଲିଜ କରାଯିବ ।

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଓ କ୍ୟାଟ୍ରିନା କେଫ ଷ୍ଟାରର ଫିଲ୍ମ “ଜି ଲେ ଜରା” ନେଇ ଘୋଷଣା କରିବା ପରେ ଫ୍ୟାନ୍ସ ମାନେ ଉତ୍ସାହିତ ହୋଇ ଏହି ଫିଲ୍ମର ରିଲିଜ କୁ ଅପେକ୍ଷା କରିଛନ୍ତି । ବଲିଉଡ଼ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ଫରହାନ ଅଖତାରଙ୍କ ନିର୍ଦେଶିତ ଏହି ଫିଲ୍ମକୁ ଫରହାନ, ଜୋୟା ଅଖତାର ଓ ରିମା କାଗନୀ ହିଁ ଲେଖିଛନ୍ତି । ଏଭିତରେ ଏହି ଫିଲ୍ମ ସହିତ ଜଡିତ ଏକ ବଡ ଖବର ବି ସାମ୍ନାକୁ ଆସିଛି । ବନ୍ଧୁତା ଉପରେ ଆଧାରିତ ଏହି ଫିଲ୍ମକୁ ସିନେମା ହଲ ବ୍ୟତୀତ ଓଟିଟି ପ୍ଲାଟଫର୍ମରେ ବି ରିଲିଜ କରାଯିବ । ଅଭିନେତା ଫରହାନ ଅଖତାର ଆଲିୟା ଭଟ୍ଟ, ପ୍ରିୟଙ୍କା ଚୋପ୍ରା ତଥା କ୍ୟାଟ୍ରିନା କେଫଙ୍କ ସହ ଏହି ପ୍ରୋଜେକ୍ଟ ନେଇ ଘୋଷଣା କରିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ” କଣ କେହି ଜଣେ ରୋଡ ଟ୍ରିପରେ କିଛି କହିଛନ୍ତି କି ? ଜଣେ ନିର୍ଦ୍ଦେଶକଙ୍କ ହିସାବରେ ନିଜ ଆଗାମୀ ଫିଲ୍ମ ନେଇ ଘୋଷଣା କରିବାକୁ ମୁଁ ଖୁବ ଉତ୍ସାହିତ ଅଛି । ଯେବେକି ଏହି ଫିଲ୍ମରେ “ଜିନ୍ଦେଗି ନା ମିଲେଗି ଦୋବାରା”ର ଷ୍ଟାର କାଷ୍ଟ ବି ନଜର ଆସିବେ ।

ନିକଟରେ ରିଲିଜ ହୋଇଥିବା ତଥ୍ୟ ଅନୁଯାୟୀ ଏହି ଫିଲ୍ମ ଡିଜିଟାଲ ପ୍ଲାଟ୍ଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ କରାଯିବ । ଫିଲ୍ମ “ଜି ଲେ ଜରା”ରେ ଆଲିୟା ଭଟ୍ଟ, କ୍ୟାଟ୍ରିନା କେଫ ତଥା ପ୍ରିୟଙ୍କାଙ୍କ ଦ୍ୱାରା ଅଭିନୀତ ଏକ ମେଗା ପ୍ରୋଜେକ୍ଟ । “ଦିଲ ଚାହତା ହେ” ଓ “ଜିନ୍ଦେଗି ନା ମିଲେଗି ଦୋବାରା” ପରେ ଏହି ଝିଅମାନେ ରୋଡ଼ଟ୍ରିପରେ ଯିବାନେଇ ନଜର ଆସିବେ । ନିକଟରେ ଆମାଜନ ପ୍ରାଇମ ଭିଡିଓ ପକ୍ଷରୁ ଘୋଷଣା କରାଯାଇଛିକି ଫିଲ୍ମ “ଜି ଲେ ଜରା” ଥିଏଟରରେ ରିଲିଜ ହେବା ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ ରେ ଫିଲ୍ମ ରିଲିଜ ହେବା ନେଇ ଆଶା କରାଯାଉଛି ।

 

Show More

Related Articles

Back to top button