Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରଶିକ୍ଷା

ପରୀକ୍ଷା ଦେଉଛନ୍ତି ଫୁଲବାଣୀ ବିଧାୟକ

୫୭ ବର୍ଷରେ ଦେଲେ ମାଟ୍ରିକ ପରୀକ୍ଷା

ଫୁଲବାଣୀ : ବୟସ ବଢିଛି, କିନ୍ତୁ ପାଠ ପଢି ପରୀକ୍ଷା ଦେବାର ଉତ୍ସାହ ଆଜିବି କମିନି । ପାଠ ପ୍ରତି ଭଲପାଇବା ଓ ଆଗ୍ରହ ଯୋଗୁଁ ଆଜି ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀର ବିଧାୟକ ଅଙ୍ଗଦ କହଁର । ଯାହା ଏବେ ଫୁଲବାଣୀରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଫୁଲବାଣୀ ବିଧାୟକ ସାଜିଲେ ପରିକ୍ଷାର୍ଥୀ, ୫୭ ବର୍ଷରେ ଦେଲେ ମାଟ୍ରିକ ପରୀକ୍ଷା ବିଧାୟକ ପୂର୍ବରୁ ଦଶମ ପଢୁଥିବାବେଳେ ପାରିବାରିକ ସମସ୍ୟା କାରଣରୁ ସେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ । କାଳକ୍ରମେ ବୟସ ବଢ଼ିବା ସହ ସେ ରାଜନୈତିକ ବ୍ୟସ୍ତତା ଯୋଗୁଁ ସମୟ ବାହାର କରିନପାରି ପାଠପଢ଼ାରୁ ଦୁରେଇ ରହିଥିଲେ । ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ବିଭିନ୍ନ ଗଣମାଧ୍ୟମରୁ ଖବରପାଇବା ପରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ସହ ଆଲୋଚନା କରି ଆଜି ଦୁହେଁ ପରୀକ୍ଷା ଦେଇଛନ୍ତି । ଯାହା ବୟସର ଅପରାହ୍ନରେ ପହଞ୍ଚୁଥିବା ଲୋକଙ୍କୁ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ । ସମସ୍ତ ପରୀକ୍ଷାର୍ଥୀ କୋଭିଡ୍ ଗାଇଡ଼ ଲାଇନ୍ ଅନୁସାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଜିଲ୍ଲାରେ ମୋଟ ୭୫ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ପାଇଁ ଉଦ୍ଧିଷ୍ଟ ପ୍ରଶ୍ନପତ୍ର ସାତୋଟି ଥାନାକୁ ନୋଡାଲ ସେଣ୍ଟର୍ କରି କଡ଼ା ସୁରକ୍ଷା ମଧ୍ୟରେ ମହଜୁଦ ରଖାଯାଇଛି । ଜିଲ୍ଲାରେ କଡ଼ା ସୁରକ୍ଷା ଏବଂ କୋଭିଡ଼ ଗାଇଡ଼ ଲାଇନ୍ ଅନୁସାରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷା ଶୃଙ୍ଖଳାର ସହ ସାରିବାକୁ ପ୍ରଚେଷ୍ଟା ଜାରି ରହିଛି ।

ସୂଚନା ଅନୁଯାୟୀ, ଆଜିଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ପରୀକ୍ଷା । ଜିଲ୍ଲାରେ ମୋଟ ୧୧୬୯୪ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାବେଳେ ସେଥିମଧ୍ୟରୁ ୧୧୦୬୬ ଜଣ ପରୀକ୍ଷାର୍ଥୀ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବା ବେଳେ ତନ୍ମଧରୁ ୯୩ ଜଣ ଏକ୍ସରେଗୁଲାର ଏବଂ ଅନ୍ୟାନ୍ୟ ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି ।

 

Show More

Related Articles

Back to top button