ଓଡ଼ିଶା

ଏଣିକି ୪ବର୍ଷିଆ ୟୁଜି ପାଠ୍ୟକ୍ରମ ପଢ଼ିବେ ଛାତ୍ରଛାତ୍ରୀ,ଆସନ୍ତା ସପ୍ତାହରେ ୟୁଜିସି ପକ୍ଷରୁ ହେବ ଉନ୍ମୋଚନ

ଏଣିକି ୪ବର୍ଷିଆ ୟୁଜି ପାଠ୍ୟକ୍ରମ ପଢ଼ିବେ ଛାତ୍ରଛାତ୍ରୀ । ହି ପାଠ୍ୟକ୍ରମରେ ନାମ ଲେଖା ଆସନ୍ତା ଶିକ୍ଷାବର୍ଷ (୨୦୨୩-୨୪)ରୁ କାର୍ଯ୍ୟକାରୀ ହେବ । ଏନେଇ ଆସନ୍ତା ସପ୍ତାହରେ ୟୁଜିସି ପକ୍ଷରୁ ହେବ ଉନ୍ମୋଚନ । ଆଗାମୀ ଦିନରେ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ଏହି ଚାରିବର୍ଷିଆ ସ୍ନାତକ ପାଠ୍ୟକ୍ରମ  ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ଦେଶର ସମସ୍ତ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବ୍ୟତୀତ ଅଧିକାଂଶ ରାଜ୍ୟ ତଥା ବେସରକାରୀ ବିଶ୍ୱବିଦ୍ୟାଳୟରେ ମଧ୍ୟ କାର୍ଯ୍ୟକାରୀ ହେବ । ଏହା ବ୍ୟତୀତ ଅନେକ ଡିମଡ୍‌ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ୪ ବର୍ଷିଆ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସମ୍ମତି ଦେଇଛନ୍ତି ।

ୟୁଜିସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରୁ ସମସ୍ତ ନୂତନ ଛାତ୍ରମାନେ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ଚୟନ କରିବାର ବିକଳ୍ପ ପାଇବେ । ପୁରାତନ ଛାତ୍ରମାନେ ମଧ୍ୟ ଚାହିଁଲେ ଏଥିରେ ପଞ୍ଜିକରଣ କରିପାରିବେ । ଯେଉଁ ଛାତ୍ରମାନେ ଚଳିତ ବର୍ଷ ତିନି ବର୍ଷର ସ୍ନାତକ ପାଠ୍ୟକ୍ରମରେ ଆଡମିଶନ ନେଇଛନ୍ତି, ସେମାନେ ପରବର୍ତ୍ତୀ ଶିକ୍ଷାବର୍ଷରୁ ଚାରି ବର୍ଷର ଡିଗ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମଧ୍ୟ ପାଇପାରିବେ ।

ସେହିପରି ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ପରେ, ଦୁଇ ବର୍ଷର ସ୍ନାତକୋତ୍ତର (ପିଜି) କରୁଥିବା ଛାତ୍ରଛାତ୍ରୀ ଏବଂ ଏମ୍‌ଫିଲ୍‌ ଓ ପିଏଚ୍‌ଡିରେ ଆଡମିଶନ ପାଇଁ ୫୫ ପ୍ରତିଶତ ମାର୍କ ହାସଲ କରିବା ବାଧ୍ୟତାମୂଳକ । ନୂଆ ଶିକ୍ଷା ନୀତି ଅନୁଯାୟୀ କରାଯାଇଥିବା ପରିବର୍ତ୍ତନ ଯୋଗୁଁ ଏହା କରାଯାଉଛି ବୋଲି କୁହାଯାଉଛି ।

Show More

Related Articles

Back to top button