ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ନବନିଯୁକ୍ତ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ନବନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଜାବ କ୍ୟାଡର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ଗୋଏଲ୍ ଗତ ନଭେମ୍ବର ୧୮ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କୁ ଶନିବାର ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା। ସେ ୬୦ ବର୍ଷ ପୂରଣ କରିବା ପରେ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବାର ଥିଲା । ନିର୍ବାଚନ କମିଶନ ୩ ଜଣିଆ କମିଟିରେ ଅନ୍ୟ ସଦସ୍ୟ ତଥା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ଶ୍ରୀ ଗୋଏଲ୍ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ’ରେ ସୁଶୀଲ ଚନ୍ଦ୍ର ମୁଖ୍ୟ ନିର୍ବାଚନ କମିସନର ଭାବେ ଇସ୍ତଫା ଦେବାପରେ ରାଜୀବ କୁମାର ଦାୟିତ୍ୱ ନେଇଥିଲେ। ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ପୂର୍ବତନ ଅମଲା ଅଫିସର ଅରୁଣ ଗୋଏଲ। ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ମନ୍ତ୍ରାଳୟ ସୂଚନା ଦେଇ କହିଛନ୍ତି “ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରି ରାଷ୍ଟ୍ରପତି ଖୁସୀ ବ୍ୟକ୍ତ କରିଛନ୍ତି। ସୂଚନାଅନୁସାରେ ଅରୁଣ ଗୋଏଲ ୧୯୮୫ ବ୍ୟାଚର ପଞ୍ଜାବ କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍ ଅଫିସର। ଏବେ ତାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଆଗାମୀ ରାଜ୍ୟମାନଙ୍କର ହେବାକୁ ଥିବା ନିର୍ବାଚନରେ ସେ କାମରେ ଯୋଗ ଦେବେ।

Show More

Related Articles

Back to top button