ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଘରୋଇ କମ୍ପାନୀ ଉପରେ ପଡ଼ିଛି ଛଟେଇ ଚଡ଼କ, ବହୁ କର୍ମଚାରୀଙ୍କ ଛଟେଇ କରିବ ଜୋମାଟୋ

ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଉପରେ ପଡ଼ିଛି ଛଟେଇ ଚଡ଼କ। ଜାତୀୟ, ଅନ୍ତର୍ଜାତୀୟଠାରୁ ଆରମ୍ଭ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ଆରମ୍ଭ କରିଛନ୍ତି ଛଟେଇ ପର୍ବ। ଫଳରେ କର୍ମଚାରୀଙ୍କ ଉପରେ ଚଡକ ପଡ଼ିଛି। ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍‌ ପରେ ଏବେ ଏହି ରେସ୍‌ରେ ସାମିଲ ହୋଇଛି ଜୋମାଟୋ। ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗରେ କର୍ମଚାରୀମାନଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି। କମ୍ପାନୀର ଥିବା ୱାର୍କ ଫୋର୍ସର ୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ କମ୍ପାନୀରେ ବିଭିନ୍ନ ବିଭାଗ ଏଥିପାଇଁ ପ୍ରଭାବିତ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଭିତିରିଆ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ବୈଷୟିକ, ପ୍ରଡକ୍ଟ, ଏବଂ ମାର୍କେଟିଂ ବିଭାଗର କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବା ପାଇଁ ଚେତାବନୀ ଦିଆଯାଇଛି। ଦକ୍ଷତା ଚୟନ ମାପଦଣ୍ଡରେ ୩ ପ୍ରତିଶତ କର୍ମଚାରୀ ଫଳପ୍ରଦ ନୁହନ୍ତି। ତେଣୁ ସେମାନଙ୍କୁ ଚାକିରିରୁ ବାହାର କରାଯିବ।

୨୦୨୦ରେ କରୋନାଭାଇରସ୍ ମହାମାରୀ ପରେ ବ୍ୟବସାୟରେ ଘାଟା ଯୋଗୁଁ ଏହି ଫୁଡ୍‌ ଡେଲିଭରି ଆପ୍‌ ପ୍ରାୟ ୫୨୦ ଜଣ ର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା। ଯାହା ସମ୍ପୂର୍ଣ୍ଣ ୱାର୍କ ଫୋର୍ସର ପ୍ରାୟ ୧୩ ପ୍ରତିଶତ ହେବ। ବର୍ତ୍ତମାନ ଛଟେଇ ପରେ ଜୋମାଟୋରେ ଏବେ ପ୍ରାୟ ୩୮୦୦ କର୍ମଚାରୀ ଅଛନ୍ତି। ଏଥିସହ ଜୋମାଟୋର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଫାର୍ମରେ ୪.୫ ବର୍ଷ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଛନ୍ତି। ଗୁପ୍ତାଙ୍କ ଇସ୍ତଫା ନେଇ ଜୋମାଟୋ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପିନ୍ଦର ଗୋୟଲ କହିଛନ୍ତି ଯେ, ଆପଣ ଆମର ଜଣେ ଭାଇ ଏବଂ ଦୀର୍ଘଦିନ ଧରି ଜଣେ ମୋର ଭଲ ବନ୍ଧୁ ଥିଲେ। ଆପଣ ଏହି କମ୍ପାନୀ ପାଇଁ ଅତ୍ୟନ୍ତ ଭଲ କାମ କରିଛନ୍ତି। ବ୍ୟବସାୟ ଉନ୍ନତି ଦିଗରେ ଆପଣଙ୍କ ଅବଦାନ ଅତୁଳନୀୟ। କମ୍ପାନୀର ପ୍ରଗତିରେ ଆପଣଙ୍କ ଭାଗିଦାରୀ ବେଶ ଉତ୍ସାହଜନକ। ଯାହାକୁ  କେବେ ଭୁଲି ହେବ ନାହିଁ। ସୂଚନା ଅନୁଯାୟୀ, ଉଭୟ ଷ୍ଟାର୍ଟଅପ୍ ଏବଂ ଟେକ୍ ଶିଳ୍ପଗୁଡିକ ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ଆମାଜନ, ମେଟା ଏବଂ ଟ୍ୱିଟର ସମେତ ବଡ ବଡ଼ ବୈଷୟିକ କମ୍ପାନୀଗୁଡିକ ଭାରତ ସମେତ ବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛନ୍ତି।

 

Show More

Related Articles

Back to top button