ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଭକ୍ତିସ୍ୱତନ୍ତ୍ର

ପାର୍ବଣ ଋତୁକୁ ନେଇ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ପାର୍ବଣ ଋତୁକୁ ନେଇ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ଚଳିତ ବର୍ଷ ବ୍ୟାଣ୍ଡ-ବାଜା ଏବଂ ଡିଜେ ଇତ୍ୟାଦି ବ୍ୟବହୃତ ଉପରେ ସରକାର କଟକଣା ଲଗାଇଛନ୍ତି । ସେହିପରି ଉଡ ସ୍ପିକର ବଜାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

କୋଭିଡ ଯୋଗୁଁ ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ଏହି ସମୟରେ ସରକାର କିଛି କଟକଣା ଲାଗୁ କରିଛନ୍ତି । ଚଳିତ ବର୍ଷ ବ୍ୟାଣ୍ଡ ଏବଂ ଡିଜେକୁ ନେଇ କଟକଣା ଜାରି ହୋଇଛି । ପୂଜାରେ ବ୍ୟାଣ୍ଡ କିମ୍ବା ଡିଜେ ଲଗାଇପାରିବେ ନାହିଁ ଭକ୍ତ । ଏଥି ସହିତ ଲାଉଡ ସ୍ପିକର ସାଉଣ୍ଡ ପାଇଁ ମଧ୍ୟ ସୀମା ଧାର୍ଯ୍ୟ କରାଯାଇଛି ।

କୌଣସି ଅନୁଷ୍ଠାନରେ ୬୫ ଡେସିବିଲରୁ ଅଧିକ ସାଉଣ୍ଡରେ ଲାଉଡ ସ୍ପିକର ବଜାଇ ପାରିବ ନାହିଁ । ଏ ନେଇ କଡା ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ସେହିପରି ଭସାଣି ପାଇଁ ଚଳିତବର୍ଷ ଅନୁମତି ପ୍ରଦାନ କରାଯାଇଥିଲେ ବି ଏଥିରେ କଟକଣା ଲାଗୁ ହୋଇଛି । ଭସାଣି ସମୟରେ ଗୋଟିଏ ବ୍ୟାଣ୍ଡ ଏବଂ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ମିଳିପାରିବ । ଯଦି ଏହିସବୁ ନିୟମର ଅବମାନନା କଲରାଯାଏ,ତେବେ ଅନୁଷ୍ଠାନ ତଥା କର୍ମକର୍ତ୍ତାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ।

Show More

Related Articles

Back to top button