ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଗିରଫ ହେଲେ ମୋ ବସ୍ ଲୁଟେରା

ଭୁବନେଶ୍ୱର: ଗତ କିଛିଦିନ ହେଲା ମୋ ବସରେ ଯାତ୍ରୀଙ୍କ ମୋବାଇଲ, ପର୍ସ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଏନେଇ ସହୀଦ ନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ସିଂ, ଗଣେଶ ପ୍ରଧାନଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି। ଏହି ଚୋରି ଗ୍ୟାଙ୍ଗର ଏହି ଦୁଇ ଜଣ ଲିଡ଼ର ଥିଲେ। ଏମାନଙ୍କ ସହ ୬ ଜଣ ସାମିଲ ଅଛନ୍ତି। ଏହି ଗ୍ୟାଙ୍ଗ ବିଶେଷ କରି ଯାତ୍ରୀଙ୍କୁ ଭିଡରେ ଅଟକେଇବା ବେଳେ ପକେଟରୁ ମୋବାଇଲ ଓ ପର୍ସ ଚୋରି କରୁଥିଲେ। ମୋ ବସ ସହ ବିଭିନ୍ନ ଘରେ ପଶିକି ମଧ୍ୟ ଚୋରି କରୁଥିଲେ । ବିଶେଷ କରି ସକାଳୁ କେହି ଯଦି ମର୍ନିଂ ୱାର୍କରେ ଯାଉଛନ୍ତି ତେବେ ଏହି ଗ୍ୟାଙ୍ଗର ମହିଳା ମାନେ ନିଜ ଛୋଟ ପିଲାକୁ ନେଇ ବିଭିନ୍ନ ଘରକୁ ପଶି ଚୋରି କରୁଛନ୍ତି। ଏହାସହ ଗହଳି ଓ ଭିଡ଼ ଜାଗାରେ ଚୋରି କରୁଛନ୍ତି। ଖାଲି ସ୍ଥାନ ଓ ସ୍କୁଲରେ ଏହି ଗ୍ୟାଙ୍ଗ ରାତିରେ ରୁହନ୍ତି। ତେବେ ପୋଲିସ ଏହି ଗ୍ୟାଙ୍ଗ ଠାରୁ ୧୫ ଟି ମୋବାଇଲ ଜବତ କରିଛି, ଏହା ସହ ଲ୍ୟାପଟପ୍ ଓ ଗୋଟିଏ ସୁନା କାନଫୁଲ ମଧ୍ୟ ମିଳିଥିବା ଜଣାପଡିଛି। ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ମଧ୍ୟ ଚୋରି କରିଥିଲା ଏହି ଗ୍ୟାଙ୍ଗ। ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ସିଂ, ଗଣେଶ ପ୍ରଧାନ ମହିଳା ଓ ଛୋଟ ପିଲାକୁ ବ୍ୟବହାର କରି ଚୋରି କରୁଥିଲେ। ଜୟଦେବ ବିହାରରୁ ପଟିଆ ଓ ବରମୁଣ୍ଡାରୁ ରସୁଲଗଡ଼ ରୁଟରେ ଏମାନେ ଚୋରି କରୁଥିଲେ। ବିଭିନ୍ନ ସ୍ଥାନରେ ବୁଲି ପାର୍ବଣ ଋତୁରେ ଏମାନେ ଚୋରି କରୁଛନ୍ତି। ସମସ୍ତ ଥାନାକୁ ଆକ୍ଟିଭ କରାଯାଇଛି ଯେ, ସମସ୍ତ ଥାନା ଆର୍ଲର୍ଟ ରହିଛନ୍ତି, ପେଟ୍ରୋଲିଂ କରାଯାଉଛି। ସମସ୍ତ ଦୋକାନ, ସପିଙ୍ଗ ମଲ, ସୁନା ଦୋକାନ ଓ ଗହଳି ସ୍ଥାନ ଉପରେ ପୋଲିସ ନଜର ରଖିଛି।

Show More

Related Articles

Back to top button