Breaking PLUSଓଡ଼ିଶାବିଧାନସଭା

୫ଦିନ ଧରି ଗୃହରେ ଅଚଳାବସ୍ଥା ଜାରି ,ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଗତ ଶନିବାର ପର୍ଯ୍ୟନ୍ତ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧିବେଶନ ସୂଚାରୁରୂପେ ଚାଲି ପାରିନଥିଲା । ଆଜି ଅଧିବେଶନର ୫ମ ଦିନରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୫ଦିନ ଧରି ଗୃହରେ ଅଚଳାବସ୍ଥା ଜାରି ରହିଛି । ତେବେ ବିଧାନସଭାର ଶୀତକାଳୀନ ଅଧିବେଶନକୁ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ଆଜି ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହୋହଲ୍ଲା କରିଥିଲେ । ଅନ୍ୟପଟେ ବିଜେଡି ମଧ୍ୟ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଛି । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଥିଲେ ବିଜେଡି ବିଧାୟକ । ଯେଉଁଥିପାଇଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ତେବେ ଗୃହର ଅଚଳାବସ୍ଥା ପାଇଁ ଶାସକ ଦଳ ଦାୟୀ ବୋଲି ଅଭିଯୋଗ କରିଥିଲେ ବିରୋଧୀ ।

Show More

Related Articles

Back to top button