Breaking PLUSଓଡ଼ିଶାମୁଖ୍ୟ ଖବର

ଚିନ୍ତା ବଢ଼ାଇଛି ଓମିକ୍ରନ୍ ଭାରିଆଣ୍ଟ, ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ

ଜିନମ ସିକ୍ୱେନ୍ସିଂ ପାଇଁ ପଠାଗଲା ନମୁନା

ନଭେମ୍ବର ୨୪ ପରେ ଓମିକ୍ରନ୍ ଭାରିଆଣ୍ଟ ପ୍ରଭାବିତ ଦେଶରୁ ଓଡ଼ିଶାକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଆଇଏଲଏସକୁ ଆସିଛି । ଏ ସଂପର୍କରେ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା । ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ ।

କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଆକ୍ରାନ୍ତ ଦେଶ ଗୁଡିକରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ୮୦୦ରୁ ଉର୍ଦ୍ଧ୍ୱଲୋକ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଏନେଇ ଉକ୍ତ ୨୪୬ ପଜିଟିଭଙ୍କ ସାମ୍ପଲ ଜିନମ ସିକ୍ୟୁଏନସିଂ ପାଇଁ ଭୁବନେଶ୍ୱର ଆଇଏଲ୍ଏସ୍ ପଠାଯାଇଥିବା ସୂଚନା ମିଳିଛି । ଏଯାଏ ରାଜ୍ୟରେ ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ୨୪୬ ବିଦେଶୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଛି । ଏହି ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ୟୁଏନସିଂ ହେବା ପରେ ଆସନ୍ତା ଶୁକ୍ରବାର ରିପୋର୍ଟ ଆସିଯିବ । ଏହାପରେ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ପ୍ରବେଶ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

ଅନ୍ୟପଟେ ଦେଶରେ ଯେଉଁଭଳି ଭାବେ କୋଭିଡ଼ ସଂକ୍ରମଣ ମାମଲା ବଢିଚାଲିଛି, ତା ଭିତରେ ଓମିକ୍ରମ ମାମଲା ଭୟ ବଢାଇଦେଇଛି । ମହାରାଷ୍ଟ୍ରରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଏହାରି ଭିତରେ ତୃତୀୟ ଲହର ଭାବେ ଓମିକ୍ରନ ଭାରତରେ ପ୍ରବେଶ କରିବ ବୋଲି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରନ ଭାରିଆଣ୍ଟକୁ ନେଇ ଏପରି ବିସ୍ମୟକର ବୟାନ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।

Show More

Related Articles

Back to top button