ଓଡ଼ିଶାପାଣିପାଗ

ବଢୁଛି ବାତ୍ୟା ଆଶଙ୍କା,୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେଇପାରେ ସୃଷ୍ଟ ଲଘୁଚାପ

ବଢୁଛି ବାତ୍ୟା ଆଶଙ୍କା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ୪୮ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେଇପାରେ । ଏହା ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଏନେଇ ଟ୍ବିଟ୍ ଯୋଗେଁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଇଏମଡିର ଜି.ଏଫ୍.ଏସ୍. ମଡେଲ୍ ଅନୁସାରେ, ଓଡ଼ିଶା ଉପକୂଳରେ ବାତ୍ୟା ୨୮ ତାରିଖ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଅଧିକ । ତେବେ ୨୨ ତାରିଖରେ ଲଘୁଚାପ ଅବପାତର ରୂପ ନେବା ପରେ ସମ୍ଭାବ୍ୟ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୫ରୁ ୫୫ ସର୍ବାଧିକ ୬୫କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ରହିପାରେ। ତେଣୁ ୨୨ ତାରିଖ ଠାରୁ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛନ୍ତି ସରକାର । ଏସ.ଆର୍.ସି ନିର୍ଦ୍ଦେଶ କ୍ରମେ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Show More

Related Articles

Back to top button