ଓଡ଼ିଶାସ୍ୱାସ୍ଥ୍ୟ

ରାଜ୍ୟରେ ଉପରତଳ ଦୈନିକ ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଉପରତଳ ଦୈନିକ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୧୫ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କଟକରୁ ୧୦ ଜଣ, ସୁନ୍ଦରଗଡ଼ରୁ ୯ ଜଣ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୫ ଜଣ ଲେଖାଁଏ, ବଲାଙ୍ଗୀର ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଁଏ, ଯାଜପୁରରୁ ୩ ଜଣ, ବରଗଡ଼, ଦେବଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ଜଣେ ଆକ୍ରାନ୍ତ ରହିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫୬୯୪ କୁ ବୃଦ୍ଧି ପାଇଛି ।

Show More

Related Articles

Back to top button